ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଗୁଡଭେଲିପଦର୍ ପଞ୍ଚାୟତ ରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଗତକାଲି ଗୁଡଭେଲିପଦର ଗ୍ରାମ ପଞ୍ଚାୟତ ପରିସର ରେ ସକାଳ ୧୦ ଟା ସମୟ ରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର ଗୁଡଭେଲିପଦର ତରଫ ରୁ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ପଞ୍ଚାୟତ ତଥା ପଞ୍ଚାୟତ ବାହାରୁ ବିଭିନ୍ନ ଗ୍ରାମ ର ରୋଗୀ ଆସି ନିଜ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହିତ ମାଗଣା ରେ ଔଷଧ ନେଇଥିଲେ।ଏହି କାର୍ଯ୍ୟକ୍ରମ ରେ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଆୟୁଷ ଡାକ୍ତର ଶ୍ରୀମତୀ କଳ୍ପନା ମିଶ୍ର ରୋଗୀ ଚିକିତ୍ସା କରିଥିଲେ ଓ ସ୍ଵାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ସିଏଚଓ ସରିତା ପାଣିଗ୍ରାହୀ, ମହିଳା ସ୍ଵାସ୍ଥ୍ୟକର୍ମୀ ସ୍ଵର୍ଣ୍ଣପ୍ରଭା ମହାପାତ୍ର,ଆଶା କର୍ମୀ କୌଶଲ୍ୟା ପ୍ରଧାନ, ସନ୍ତୋଷିନୀ ମହଲା,ସୌଦାମିନୀ ନାଏକ, ମଦନା ବାରିକ, ସିଏଚସି ମନମୁଣ୍ଡା ର ସୁପରିଟେଣ୍ଡେଣ୍ଟ ଡ଼କ୍ଟର ମହେନ୍ଦ୍ର ସଏ, ବିପିଏମ ରାକେଶ ମହାପାତ୍ର,ପିଏଚଇଓ ସୁଦର୍ଶନ ପ୍ରଧାନ, ଓ ଏଲ୍ଏଚଭି ଅର୍ଚ୍ଚନା ଦାଶ ମହାପାତ୍ର ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ l ପ୍ରାୟ ୫୦ ଜଣ ରୁ ଉର୍ଦ୍ଧ୍ବ ରୋଗୀ ଏହି ଶିବିର ରେ ମାଗଣା ରେ ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ପାଇ ଉପକୃତ ହୋଇଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ବୌଦ୍ଧ