December 29, 2025
Home » ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ର କାର୍ଡ ବଣ୍ଟନ ର ଶୁଭଆରମ୍ଭ କଲେ ବିଧାୟକ ଓ ମେୟର.

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ର କାର୍ଡ ବଣ୍ଟନ ର ଶୁଭଆରମ୍ଭ କଲେ ବିଧାୟକ ଓ ମେୟର.

0
WhatsApp Image 2025-05-14 at 12.52.17 PM

ବ୍ରହ୍ମପୁର: ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁର ମହାନଗର ନିଗମ ର ୮ ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମୁଖ୍ୟଅତିଥି ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ଓ ସନ୍ନମାନୀତ ଅତିଥି ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ଙ୍କ ସମେତ ବିଭିନ୍ନ ୱlର୍ଡ ର କର୍ପୋରେଟର ଗଣ ଙ୍କ ଉପସ୍ଥିତି ରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭୟ ବନ୍ଦନା ଯୋଜନା ର ହିତାଧିକାରୀ ଙ୍କୁ ନୂତନ କାର୍ଡ ବଣ୍ଟନ ର ଶୁଭାରମ୍ଭ କରିଥିଲେ ବିଧାୟକ,ମେୟର,ଏହି ଯୋଜନା ରେ ବ୍ରହ୍ମପୁର ର ଚୟନ ହିତାଧିକାରୀ
୧,୫୨୦୨୨ କାର୍ଡ ପାଇବା ପାଇଁ ଯୋଗ୍ୟ ହୋଇଛନ୍ତି, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆଗା ସାହି ଠାରେ ହିତାଧିକାରୀ ୧୩୪୦୨,ଆସ୍କା ରୋଡ ଠାରେ ୧୬୨୫୯,ଉତ୍ତରାମୁଖୀ ଠାରେ ୧୧୨୮୮,ରେଡକ୍ରସ ଠାରେ ୯୧୧୪,ବୈକୁଣ୍ଠ ନଗର ଠାରେ ୫୫୩୭,ଗୁଡ଼ସ ସେଡ ରୋଡ ଠାରେ ୧୧୨୮୮,ଖୋଡାସିଙ୍ଗି ଠାରେ ୫୮୧୯,ଅମ୍ବପୁଆ ଠାରେ ୧୩୦୭୮, ଏହି ଯୋଜନା ରେ ପୁରୁଷ ଙ୍କ ପାଇଁ ୫ ଲକ୍ଷ୍ୟ ଓ ମହିଳା ଙ୍କ ପାଇଁ ୧୦ ଲକ୍ଷ୍ୟ ଟଙ୍କା ର ସ୍ୱାସ୍ଥ୍ୟ ବୀମା ସୁବିଧା ଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ,ଏହି କାର୍ଡ ଧାରୀ ଙ୍କ ସୁବିଧା ଓ ଅସୁବିଧା ପାଇଁ ଗ୍ରାହକ ସେବା ନମ୍ବର ଜାରିକରିଛନ୍ତି, ନମ୍ବର ୧୪୫୫୫, ଉକ୍ତ କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ, ବ୍ରହ୍ମପୁର ମହାନଗର ନିଗମ ର ବିଭାଗୀୟ ଅଧିକାରୀ ଲମ୍ବଦର ଦିଗାଲ,ଉକ୍ତ ଯୋଜନା ରେ ଅନ୍ତର୍ଭୁକ୍ତ ହିତାଧିକାରୀ ମାନେ କେନ୍ଦ୍ର ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟ ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ କୃତଜ୍ଞତା ଜଣାଇଥିଲେ.

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *