October 28, 2026
Home » ଇଣ୍ଡିଆନଅଏଲ୍ ପାରାଦୀପ ରିଫାଇନରୀରେ ସତର୍କତା ସଚେତନତା ସପ୍ତାହ-୨୦୨୬ ର ଶୁଭାରମ୍ଭ

ଇଣ୍ଡିଆନଅଏଲ୍ ପାରାଦୀପ ରିଫାଇନରୀରେ ସତର୍କତା ସଚେତନତା ସପ୍ତାହ-୨୦୨୬ ର ଶୁଭାରମ୍ଭ

0
WhatsApp Image 2026-10-28 at 3.58.01 PM

ଇଣ୍ଡିଆନଅଏଲ୍ ପାରାଦୀପ ରିଫାଇନରୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ରିଫାଇନରୀ ପ୍ରମୁଖ କୌଶିକ ବସୁ ଆଜି ସତର୍କତା ସଚେତନତା ସପ୍ତାହ ର ଉଦଘାଟନ କରିଥିଲେ । ଏହି ଅବସରରେ ଶ୍ରୀ ବସୁ ପିଡିଆରିଆନ୍ସ ଏବଂ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ଯବାନମାନଙ୍କୁ ‘ନାଗରିକଙ୍କ ପାଇଁ ସତ୍ୟନିଷ୍ଠା ଶପଥ’ ପାଠ କରାଯାଇଥିଲା। ଏଥିରେ ସିଆଇଏସଏଫ ର ମୁଖ୍ୟ ପଦାଧିକାରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।ସତର୍କତା ସଚେତନତା ସପ୍ତାହ ର ଥିମ୍ “ସତ୍ୟନିଷ୍ଠା ରୁ ସମୃଦ୍ଧି” ବିଷୟବସ୍ତୁ ସହ ସମନ୍ୱୟ ରକ୍ଷା କରି, ତିନି ମାସ ଧରି ପାଳନ କରାଯାଇଥିବା ସତର୍କତା ପୂର୍ବ ପ୍ରସ୍ତୁତି ମୂଳକ କାର୍ଯ୍ୟକ୍ରମର ଅଂଶ ଭାବେ ପାରାଦୀପ ରିଫାଇନରୀରେ ଆୟୋଜିତ ବିଭିନ୍ନ କାର୍ଯ୍ୟକଳାପକୁ କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ରିଫାଇନରୀ ପ୍ରମୁଖ ପ୍ରଶଂସା କରିଥିଲେ ।

ସେ ଗୁରୁତ୍ୱାରୋପ କରି କହିଥିଲେ ଯେ, ପରିଚାଳନା, ରକ୍ଷଣାବେକ୍ଷଣ, ଭେଣ୍ଡର୍ ପେମେଣ୍ଟ ଏବଂ ଟେଣ୍ଡର୍ ମୂଲ୍ୟାଙ୍କନ ଭଳି କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀ ସର୍ବୋଚ୍ଚ ସଚ୍ଚୋଟତା ଓ ନୈତିକତାର ମାନଦଣ୍ଡ ପାଳନ କରିବା ଆବଶ୍ୟକ। ଏଥିସହ ସେ ଏକ ନୈତିକତାଭିତ୍ତିକ କାର୍ଯ୍ୟସଂସ୍କୃତିର ପ୍ରସାର ପାଇଁ ଚାଲିଥିବା ଏହି ଅଭିଯାନରେ ସମସ୍ତଙ୍କୁ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ ।ଏହି ଅବସରରେ, ପାରାଦୀପ ରିଫାଇନରୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ରିଫାଇନରୀ ପ୍ରମୁଖ ‘ସତର୍କତା ରଥ’ ର ଶୁଭାରମ୍ଭ କରିଥିଲେ । ଏହି ରଥ ସମଗ୍ର ସପ୍ତାହ ଧରି ନିକଟବର୍ତ୍ତୀ ଗ୍ରାମ ପଞ୍ଚାୟତଗୁଡ଼ିକରେ ପୋଷ୍ଟର୍, ବ୍ୟାନର୍, ସଚେତନତାମୂଳକ ଜିଙ୍ଗଲ୍ସ ଏବଂ ସତ୍ୟନିଷ୍ଠା ଶପଥ ମାଧ୍ୟମରେ ସଚେତନତା ସୃଷ୍ଟି କରିବ ।

Leave a Reply

Your email address will not be published. Required fields are marked *