July 29, 2026
Home » ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ପାତ୍ରବସା ନିକଟରେ କୁମ୍ଭୀର, ଲୋକେ ଆତଙ୍କିତ

ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ପାତ୍ରବସା ନିକଟରେ କୁମ୍ଭୀର, ଲୋକେ ଆତଙ୍କିତ

0
WhatsApp Image 2026-07-29 at 4.19.08 PM

 

ଧର୍ମଗଡ :ଆଜି ସକାଳୁ ସକାଳୁ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ପାତ୍ରବସା ଶିବ ମନ୍ଦିର ନିକଟରେ ଏକ କୁମ୍ଭୀର ଥିବା କିଛି ଲୋକ ଦେଖିଥିଲେ।ଗତ ଦୁଇ ଦିନ ତଳେ ମଧ୍ଯ କେନାଲରେ କୁମ୍ଭୀର ଥିବା ଲୋକ ଦେଖିଥିଲେ । ଆଜି ପୁଣି କୁମ୍ଭୀର ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ପାତ୍ରବସା ନିକଟରେ ଦେଖା ଯିବା ପରେ ସାଧାରଣରେ ଆତଙ୍କ ଖେଳିଯାଇଛି । ଏନେଇ ଖବର ପ୍ରଚାରିତ ହେବା ପରେ କୁମ୍ଭୀର ଦେଖିବା ପାଇଁ ବହୁ ଲୋକ କେନାଲ ନିକଟରେ ରୁଣ୍ଡ ହେଇଥିଲେ।କେନାଲରେ ପ୍ରାୟ ୧୦ ଫୁଟ ପାଣି ଥିବାରୁ ପାଣି ଭିତରେ କୁମ୍ଭୀରଟି ରହି ଯାଇଥ‌ିବା କୁହାଯାଉଛି।ଏନେଇ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧିକାରୀ ଆର. କଲାଇଭାନନଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ ତୁରନ୍ତ କୁମ୍ଭୀରର ସନ୍ଧାନ ପାଇଁ ବନ ବିଭାଗ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଦିନ ୧୨ଟା ବେଳେ ଖୋଦ ଥୁଆମୁଳ ରାମପୁର ବନାଞ୍ଚଳ ଅଧିକାରୀ ତ୍ରିନାଥ ସେଠୀଙ୍କ ନେତୃତ୍ବରେ କିଛି ବନ ବିଭାଗ କର୍ମଚାରୀ ଘଟଣା ସୁଳରେ ପହଂଚି କୁମ୍ଭୀରକୁ ଠାବ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *