June 30, 2025
Home » ଇଫକୋ ପାରାଦୀପ ୟୁନିଟ୍ ର ହେଡ ଦାୟିତ୍ୱ ନେଲେ ପି.କେ.ମହାପାତ୍ର

ଇଫକୋ ପାରାଦୀପ ୟୁନିଟ୍ ର ହେଡ ଦାୟିତ୍ୱ ନେଲେ ପି.କେ.ମହାପାତ୍ର

0
WhatsApp Image 2024-10-04 at 8.19.27 PM

ପାରାଦୀପ, ୩/୧୦ : ପାରାଦୀପ ରେ ଥିବା ବିଶ୍ୱର ବୃହତମ ସମବାୟଭିିତିକ ସାର ଉତ୍ପାଦନକାରୀ ସଂସ୍ଥା ଇଫକୋର ନୂତନ ୟୁନିଟ୍ ହେଡ୍ ଭାବେ ଦାୟିତ୍ୱ ନେଇଛନ୍ତି ଇଂ. ପି.କେ.ମହାପାତ୍ର । ୧୯୮୯ ମସିହାରେ ଆରଇସି, ରାଉରକେଲାରୁ ମେକାନିକାଲ୍ ଇଂଜିନିୟର ଭାବେ ଶିକ୍ଷା ସମାପ୍ତ କରିବା ପରେ ସାର ଶିଳ୍ପରେ ତାଙ୍କର ଦୀର୍ଘ ୩୦ ବର୍ଷର ଅଭିଜ୍ଞତା ରହିଛି । ଇଫକୋ ସହିତ ତାଙ୍କର ଦୀର୍ଘ ୧୮ ବର୍ଷର ସମ୍ପର୍କ ରହିଛି । ଜଣେ ଦକ୍ଷ ମେକାନିକାଲ୍ ଇଂଜିନିୟର ଭାବେ ବିଭିନ୍ନ ପଦବୀରେ ରହି ନିଜର ଦକ୍ଷତା ପ୍ରତିପଦିତ କରିଛନ୍ତି । ଇଫକୋ ପାରାଦୀପ ୟୁନିଟ୍‌ର ମୁଖ୍ୟ ଭାବେ ଦାୟିତ୍ୱ ନେବା ପରେ ତାଙ୍କ ଅଭିଜ୍ଞତା, ଦକ୍ଷତା, ଅନୁଭବ ଏହି ବୃହର ସାର ଉତ୍ପାଦନକାରୀ ସଂସ୍ଥା ପାରାଦୀପ ୟୁନିଟ୍ କୁ ସଫଳତାର ଶୀର୍ଷରେ ପହଂଚାଇବେ ବୋଲି ଇଫକୋର ଲୋକ ସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା ପ୍ରେସ୍ ଇସ୍ତାହାର ମାଧ୍ୟମରେ ସୂଚନା ଦେଇଛନ୍ତି । ଇଫକୋର ପାରାଦୀପ ୟୁନିଟ୍ ହେଡ୍ ଥିବା କେ.ଜେ.ପଟେଲଙ୍କୁ ପଦୋନ୍ନତି ମିଳିଛି । ପାରାଦୀପ ୟୁନିଟ୍‌ର ମୁଖ୍ୟ ଭାବେ ଶ୍ରୀ ପଟେଲଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିବ । ତାଙ୍କୁ ଇଫକୋର ମୁଖ୍ୟ ବୈଷୟିକ ମୁଖ୍ୟ ଭାବେ ନୂଆଦିଲ୍ଲୀକୁ ବଦଳି ହୋଇଥିବା ନେଇ ପ୍ରେସ୍ ଇସ୍ତାହାରରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *