ଉତ୍ତରଣା ଗ୍ରାମରେ ପୋଖରୀର ଦଳ ସଫାକୁ ନେଇ ଗଣ୍ଡଗୋଳ
ଚନ୍ଦନପୁର ଥାନା ଅନ୍ତର୍ଗତ କେରାଣ୍ଡିପୁର ଗ୍ରାମ ପଞ୍ଚାୟତର ଉତ୍ତରଣା ଗ୍ରାମରେ ପୋଖରୀର ଦଳ ସଫାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଉତ୍ତେଜନାକର ରୂପ ନେଇ ଉଭୟ ପକ୍ଷ ମଧ୍ୟରେ ଟେକାପଥର ମାଡ଼ ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଚନ୍ଦନପୁର ଥାନା ଅଧିକାରୀ ଶ୍ରୀ ବିରଞ୍ଜି ସାହୁ ଏବଂ ସଦର ଡିଏସ୍ପି ଶ୍ରୀ ମାନସରଞ୍ଜନ ବାରିକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ଏହି ଘଟଣାରେ ଉଭୟ ପକ୍ଷର ମୋଟ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ପୁରୀ ବଡ଼ ମେଡିକାଲକୁ ପଠାଯାଇଛି। ଏହି ସମ୍ପର୍କରେ ଚନ୍ଦନପୁର ଥାନା କେସ୍ ନଂ ୧୯୮/୨୬ ରୁଜୁ କରାଯାଇଛି। ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହରେ ଉଭୟ ପକ୍ଷରୁ ମୋଟ ୮ ଜଣଙ୍କୁ ଅଟକ ରଖାଯାଇଛି ଏବଂ ସେମାନଙ୍କୁ ପଚରାଉଚରା କରାଯାଉଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗ୍ରାମରେ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବର୍ତ୍ତମାନ ଗ୍ରାମର ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ପୋଲିସ ପକ୍ଷରୁ ଘଟଣାସ୍ଥଳରେ କଡ଼ା ନଜର ରଖାଯାଇଥିବା ସହ ଘଟଣାର ତଦନ୍ତ ଜାରି ରହିଛି।
ତଦନ୍ତ ଆଧାରରେ ଆଇନାନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।
