ଉଲୁଣ୍ଡା ପ୍ରଜାପିତା ବ୍ରହ୍ମlକୁମାରୀ କେନ୍ଦ୍ର ରେ ରକ୍ଷା ବନ୍ଧନ ପର୍ବ ପାଳିତ l ସମାଜ ରେ ଶାନ୍ତି ଶୃଙ୍ଖଳା ରଖିବା ଆମର ମୂଳ ଲକ୍ଷ୍ୟ l
ସୁବର୍ଣ୍ଣପୁର –ଭାଇ ଭଉଣୀ ର ସୁ ସମ୍ପର୍କ କୁ ନେଇ ସାରା ଦେଶରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପୁର ପଲ୍ଲୀ ରେ ମଧ୍ୟ ଏହି ପର୍ବ ବେଶଧୂମ ଧାମ ଭାବ ରେ ପାଳନ ହୋଇଥିବା ଦେଖିବାକୁ ମିଳିଛି l ଏହି ପର୍ବ ର ମୂଳ ଲକ୍ଷ୍ୟ ପ୍ରତ୍ୟେକ ଭଉଣୀ ଭାଇ ର ହାତ ରେ ରାକ୍ଷୀ ବାନ୍ଧି ଉଜ୍ବଳ ଭବିଷ୍ୟତ କାମନା କରିଥିବା ବେଳେ ଭାଇ ସର୍ବଦା ଭଉଣୀ ର ସୁରକ୍ଷା ପାଇଁ ସଙ୍କଳ୍ପ ନେଇଥାଏ l ସେହିପରି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସଦର ମହକୁମା ଠାରେ ପ୍ରଜାପତି ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ମହା ଆଡ଼ମ୍ବର ସହ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କେନ୍ଦ୍ର ର ମୁଖ୍ୟ ବ୍ରହ୍ମାକୁମାରୀ କୁନି ଅପା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ସାମ୍ବାଦିକ ଭାଗବତ ମେହେର ଅତିଥି ଭାବେ ଯୋଗ ଦେଇଥିଲେ l ପ୍ରଥମେ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ବିକେ କୁନି ଅପା ଅତିଥି ଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ l ପରେ ଅନୁଷ୍ଠାନ ର ସମସ୍ତ ବ୍ରହ୍ମାକୁମାର ଙ୍କ ହାତରେ ରାକ୍ଷୀ ବାନ୍ଧିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏପରିକି ସମାଜ ରେ ସର୍ବଦା ଶାନ୍ତି,ଶୃଙ୍ଖଳା ,ତ୍ୟାଗ ହେଉଛି ମଣିଷ ର ପ୍ରଥମ କର୍ତ୍ତବ୍ୟ ଏଥିପ୍ରତି ପ୍ରତ୍ୟେକ ମଣିଷ ଯତ୍ନବାନ ହେବା ସହ ଯୋଗ ଦେଇଥିବା ବ୍ରହ୍ମାକୁମାରୀ, ଓ କୁମାର ମାନେ ସଙ୍କଳ୍ପ ନେଇଥିଲେ l ଏହି ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ରେ ପ୍ରଜାପତି ବ୍ରହ୍ମାକୁମାରୀ, ଅନିତା, ବିକେ ରାଜ କୁମାର, ବିକେ କାଳିଆ, ବିକେ ଜ୍ୟୋତିର୍ମୟୀ ଙ୍କ ସମେତ ବ୍ଲକର ବିଭିନ୍ନ ପ୍ରାନ୍ତ ରୁ ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ l
ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )