March 3, 2026
Home » ଏକାଦଶ ଶ୍ରେଣୀର ଦୁଇଜଣ ଛାତ୍ର ଙ୍କ କୃତିତ୍ୱ ଓ କ୍ରୀଡ଼ା ଓ ଯୁବ ସେବା ବିଭାଗ ତରଫରୁ ଆର୍ଥିକ ପୁରସ୍କାର ପ୍ରଦାନ

ଏକାଦଶ ଶ୍ରେଣୀର ଦୁଇଜଣ ଛାତ୍ର ଙ୍କ କୃତିତ୍ୱ ଓ କ୍ରୀଡ଼ା ଓ ଯୁବ ସେବା ବିଭାଗ ତରଫରୁ ଆର୍ଥିକ ପୁରସ୍କାର ପ୍ରଦାନ

0
WhatsApp Image 2026-03-02 at 5.08.01 PM

ସୋନପୁର ପଞ୍ଚାୟତ ସମିତି ସଭାଗୃହ ଠାରେ ଚାଲୁଥିବା ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ସମୟରେ ଗତ ତା ୨୪.୧୨.୨୦୨୫ ରୁ ୨୬.୧୨.୨୦୨୫ ତାରିଖ ମଧ୍ୟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ଯୁବ ମହୋତ୍ସବର ବିଜ୍ଞାନ ମେଳା ପ୍ରତିଯୋଗିତା ରେ ସୁବର୍ଣ୍ଣପୁର ଜିଲ୍ଲା ସ୍ଥିତ ପିପିଲିପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଦୁଇଜଣ ଛାତ୍ର ଶ୍ରୀ ଅସ୍ମିତ ନନ୍ଦ ଓ ଶ୍ରୀ ବିଶ୍ଵ ପ୍ରକାଶ ରଥ ରାଜ୍ୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରି କୃତିତ୍ୱ ହାସଲ କରିଥିବାରୁ କ୍ରୀଡ଼ା ଓ ଯୁବ ସେବା ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ଉଭୟଙ୍କୁ ଟ.୧୫,୦୦୦.୦୦/ ଆଜି ଯୁଗ୍ମ ଅଭିଯୋଗ ଶୁଣାଣୀ ଅବସରରେ ଚେକ୍ ଆକାରରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଙ୍କ ଦ୍ଵାରା ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହି ଦୁଇ ଯୁବ ପ୍ରତିଭାବାନ ଛାତ୍ର ଚାଷୀ ମାନଙ୍କ ପାଇଁ ଏକ ୱେବ ସାଇଟ୍ Leafence. Lovable.app ପ୍ରସ୍ତୁତ କରିଛନ୍ତି, ଏହି ୱେବ ସାଇଟ୍ ମାଧ୍ୟମରେ ଚାଷୀମାନେ ଗୋଟିଏ ଗଛ କୁ ସ୍କାନ ବା ସ୍କାନ ଫଟୋ ଉପଲୋଡ ସେହି ଗଛ ର ରୋଗ ନିରୂପଣ କରାଯାଇପାରିବ ଏତଦ୍ ବ୍ୟତୀତ କୃଷି ସମ୍ବନ୍ଧୀୟ ଅନେକ ସୂଚନା ପାଇପାରିବେ।ଏହି କୃତିତ୍ୱ ପାଇଁ ଉଭୟ ଛାତ୍ରଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *