February 12, 2025
Home » ଏକ ଗୁହାଳ ଗୃହ ବିଲ୍‌ ପାସ ପାଇଁ ଲାଞ୍ଚ ଗ୍ରହଣ କରିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ସହକାରୀ ଯନ୍ତ୍ରୀ

ଏକ ଗୁହାଳ ଗୃହ ବିଲ୍‌ ପାସ ପାଇଁ ଲାଞ୍ଚ ଗ୍ରହଣ କରିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ସହକାରୀ ଯନ୍ତ୍ରୀ

0

 

କୋରାପୁଟ ଜିଲାରେ ଏକ ଗୁହାଳ ଗୃହ ବିଲ୍‌ ପାସ୍‌ କରାଇବା ନେଇ କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଅଧୀନରେ କାର୍ଯ୍ୟରତ ମହିଳା ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ ଜଣେ ଠିକାଦାରଙ୍କଠାରୁ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ନାଲିହତରେ ଧରାପଡ଼ିଛନ୍ତି । ସେ କୁନ୍ଦୁରା ବ୍ଲକ ଅଧୀନରେ ରହିଥିବା ଘୁମର, ଆସନା, ଫୁଲଭଟ୍ଟା,ମସିଗାଁ ଏବଂ ଦିଗାପୁର ପଞ୍ଚାୟତ ଦାୟିତ୍ୱରେ ରହିଛନ୍ତି। ଅଭିଯୁକ୍ତ ଟୁଡୁ ୨୦/୧୨/୨୦୨୩ ରୁ କୁନ୍ଦୁରା ବ୍ଲକରେ ରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି।
ମିଳିଥିବା ସୂଚନା ମୁତାବକ ହିତାଧିକାରୀ ଜଣକ ଠାରୁ ଯନ୍ତ୍ରୀ ଭାନୁମତୀ ଟୁଡୁ ଲାଞ୍ଚ ମାଗିବା ନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ ଆଧାରରେ ପୂର୍ବପ୍ରସ୍ତୁତି ଅନୁସାରେ ଆଜି ଭାନୁମତୀ ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗକାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଅଭିଯୋଗକାରୀ ଉପସ୍ଥିତିରେ ଜୟପୁର ଭିଜିଲାନ୍ସ ଆତର୍କିତ ଭାବେ ଚଢ଼ାଉ କରି ଲାଞ୍ଚ ଟଙ୍କା ଜବତ କରିଥିଲେ।  ଏହା ପରେ ପରେ ଭିଜିଲାନ୍ସ ଅଧିକାରୀମାନେ ଅନୁପଯୁକ୍ତ ସମ୍ପତ୍ତି (ଡିଏ) କୋଣରୁ ତିନୋଟି ସ୍ଥାନ ଯଥା ତାଙ୍କ କାର୍ଯ୍ୟାଳୟ ଚାମ୍ବର, ସୁନାବେଡ଼ାସ୍ଥିତ ନିଜ ଘର ସମେତ ତିନୋଟି ସ୍ଥାନରେ ଭିଜିଲାନ୍ସ ତଦନ୍ତ ପ୍ରକ୍ରିୟା ଜାରି ରଖିଛି।

ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *