ଏକ ସପ୍ତାହ ହେବ ବିଦ୍ୟାଳୟ ବନ୍ଦ : ପାଣି ଘେର ରେ ଗଏଲବେର୍ଣ୍ଣା ନୂତନ ପ୍ରାଥମିକ ବିଦ୍ୟାଳୟ l
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜ଼ିଲ୍ଲା ସୋନପୁର ବ୍ଲକ ବିଶିମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଏଲବେର୍ଣ୍ଣା ର ନୂତନ ପ୍ରାଥମିକ ବିଦ୍ୟାଳୟ ଏବେ ଜଳ ବନ୍ଦୀରେ ରହିଛି l ଲଗାଣ ବର୍ଷା ଯୋଗୁଁ ପ୍ରାଥମିକ ବିଦ୍ୟାଳୟ ରେ ପାଣି ପଶିଯିବାରୁ କିଛିଦିନ ହବ ଜଳବନ୍ଦୀରେ ରହିଛି ତେଣୁ ଛୋଟ ଛୋଟ ଛାତ୍ର ଛାତ୍ରୀ ଏବେ ପାଠ ପଢିବାକୁ ବିଦ୍ୟାଳୟ କୁ ଯାଇ ପାରୁନାହାନ୍ତି l

ବିଦ୍ୟାଳୟ କୁ ବର୍ଷା ପାଣି ଘେରି ରହିଥିବାରୁ ଆଜକୁ ଏକ ସପ୍ତାହ ହେବ ବିଦ୍ୟାଳୟ ବନ୍ଦ ହୋଇରହିଛି l ଏଥିପ୍ରତି ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସମସ୍ୟା ର ସମାଧାନ କଲେ ବିଦ୍ୟାଳୟ ର ଛୋଟ ଛୋଟ ଛାତ୍ର ଛାତ୍ରୀ ପାଠପଢି ପାରିବେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
