ଓଏଚପିସିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ
ଓଏଚପିସିର କର୍ପୋରେଟ କାର୍ଯ୍ୟାଳୟ, ତାଲିମ କେନ୍ଦ୍ର ଏବଂ ବିଭିନ୍ନ ୟୁନିଟଗୁଡ଼ିକରେ ଅତ୍ୟନ୍ତ ଉତ୍ସାହ ଏବଂ ଦେଶପ୍ରେମର ଉଦ୍ଦୀପନା ସହିତ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି | କର୍ପୋରେଟ କାର୍ଯ୍ୟାଳୟରେ ଶ୍ରୀଯୁକ୍ତ ପ୍ରଣବ କୁମାର ମହାନ୍ତି, ନିର୍ଦ୍ଦେଶକ (ବିତ୍ତ) ଜାତୀୟ ପତାକା ଉତ୍ତୋଳନ କରିଥିଲେ | ଏହି ଅବସରରେ ଶ୍ରୀଯୁକ୍ତ ସନ୍ଦୀପ ପଟ୍ଟନାୟକ, ନିର୍ଦ୍ଦେଶକ (ମାନବସମ୍ବଳ) ଏବଂ ଶ୍ରୀଯୁକ୍ତ ଅମୀୟ କୁମାର ମହାନ୍ତି, ନିର୍ଦ୍ଦେଶକ (ପରିଚାଳନା), ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ | ଚନ୍ଦକା ସ୍ଥିତ ଓଏଚପିସି ତାଲିମ କେନ୍ଦ୍ରରେ କର୍ମଚାରୀମାନଙ୍କ ଗହଣରେ ଶ୍ରୀଯୁକ୍ତ ସନ୍ଦୀପ ପଟ୍ଟନାୟକ, ନିର୍ଦ୍ଦେଶକ (ମାନବସମ୍ବଳ) ଜାତୀୟ ପତାକା ଉତ୍ତୋଳନ କରିଥିଲେ | ଏହି ଅବସରରେ କର୍ମଚାରୀମାନଙ୍କୁ ଜାତୀୟ ପତାକା ଏବଂ ବ୍ୟାଜ ବଣ୍ଟନ କରାଯାଇଥିଲା।
