June 13, 2025
Home » ଓଡ଼ିଆ କଳାକାରଙ୍କୁ ଦଶଗୋଟି ଜାତୀୟ ପୁରସ୍କାର 

ଓଡ଼ିଆ କଳାକାରଙ୍କୁ ଦଶଗୋଟି ଜାତୀୟ ପୁରସ୍କାର 

0
WhatsApp Image 2024-07-18 at 1.49.23 PM

ବ୍ରହ୍ମପୁର-ଝାରଖଣ୍ଡର ଧାନବାଦ ଠାରେ ଅନୁଷ୍ଠିତ ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ପ୍ରତିଯୋଗିତାରେ ଓଡ଼ିଆ କଳାକାର ମାନେ ପ୍ରଥମେ ଓଡ଼ିଆ ନାଟକ ପ୍ରଦର୍ଶନ କରି ପ୍ରବଳ ପ୍ରଶଂସା ସାଉଁଟିଥିବା ବେଳେ ବର୍ତ୍ତମାନ କଳାକାର ମାନେ ନାଟକରେ ଦଶଗୋଟି ଜାତୀୟ ପୁରସ୍କାର ଜିତି ଉଭୟ ଓଡିଶା ଓ ଗଂଜାମ ପାଇଁ ଗର୍ବ ଆଣିଛନ୍ତି । ଗଂଜାମ ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ଆଶିଷ ଅଂଶୁମାନ ସୌଖିନ କଳାକାର ସଂଘ ତରଫରୁ ରାଜ ଗୋପାଳ ପାଢ଼ୀଙ୍କ ରଚିତ ଏବଂ ନିର୍ଦ୍ଦେଶିତ ନାଟକ “ଶାପିତ ପୁତ୍ର” ପାଇଁ ଶ୍ରେଷ୍ଠ ଚରିତ୍ର ଅଭିନେତା ସହିତ ତୃତୀୟ ଶ୍ରେଷ୍ଠ ନିର୍ଦ୍ଦେଶକ ଓ ନାଟ୍ୟକାର ଭାବେ ରାଜ ଗୋପାଳ ପାଢ଼ୀଙ୍କୁ ତିନୋଟି ପୁରସ୍କାର ମିଲିଥିବା ବେଳେ ଶ୍ରେଷ୍ଠ ହାସ୍ୟ ଅଭିନେତା ଭାବେ ସୁମନ ପାଢ଼ୀ, ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବେ ନାଟ୍ୟସଂସ୍ଥା କୁ ପୁରସ୍କୃତ କରାଯାଇଥିଲା । ଦ୍ଵିତୀୟ ଶ୍ରେଷ୍ଠ ଅଭିନେତା ଭାବେ ସୁଶାନ୍ତ ପାଣିଗ୍ରାହୀ, ତୃତୀୟ ଶ୍ରେଷ୍ଠ ଚରିତ୍ର ଅଭିନେତା ଭାବେ ସଦାନନ୍ଦ ରଣା,ଦ୍ଵିତୀୟ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ କୁଞ୍ଜବିହାରୀ ପାଣିଗ୍ରାହୀ, ଦ୍ଵିତୀୟ ଶ୍ରେଷ୍ଠ ରୂପସଜ୍ଜା ଭାବେ ସିଏଚ.ଦେବଦାସଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ନାଟ୍ୟସଂସ୍ଥା କୁ ତୃତୀୟ ଶ୍ରେଷ୍ଠ ପ୍ରଯୋଜନା ପୁରସ୍କାର ମିଳିଛି ।ଧାନବାଦରେ ଆୟୋଜିତ ସର୍ବଭାରତୀୟ ନାଟକ ଓ ନୃତ୍ୟ ପ୍ରତିଯୋଗିତାରେ ନାଟ୍ୟ ନିର୍ଦ୍ଦେଶକ ତଥା ଟିମଲିଡ଼ର ରାଜ ଗୋପାଳ ପାଢ଼ୀଙ୍କୁ ମଞ୍ଚକଳାରେ ଉଲ୍ଲେଖନୀୟ ଅବଦାନ ପାଇଁ” ରାଷ୍ଟ୍ରୀୟ ସମ୍ମାନ”ରେ ସମ୍ମାନୀତ କରାଯାଇଛି । ଓଡ଼ିଆ କଳାକାରଙ୍କ ପୁରସ୍କାର ପାଇବା ଖବର ଶୁଣି ଦଳକୁ କେ.କୃଷ୍ନମୂର୍ତ୍ତି, ଦୀନବନ୍ଧୁ ଶତପଥୀ, ପ୍ରଦୀପ ପଣ୍ଡା,କୈଳାସ ପାଣିଗ୍ରାହୀ,ରାଜେଶ ମହାନ୍ତି, ବିଶ୍ୱଜିତ ମହାପାତ୍ର,ପ୍ରଣତି ପାତ୍ର ,ପି.ଲକ୍ଷ୍ମୀନାରାୟଣ ପାତ୍ର ଓ ବିଭୁତି ତରାସିଆ ପ୍ରମୁଖ ଶୁଭେଚ୍ଛା ଜଣେଇଛନ୍ତି ।

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି, ( ଇପିଏ ନିଉଜ )

Leave a Reply

Your email address will not be published. Required fields are marked *