August 21, 2026
Home » ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ଦାବିରେ ବିଧାନସଭା ସମ୍ମୁଖରେ ଧାରଣା 

ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ଦାବିରେ ବିଧାନସଭା ସମ୍ମୁଖରେ ଧାରଣା 

0
WhatsApp Image 2026-03-13 at 3.10.18 PM
ଭୁବନେଶ୍ୱର: ଓଡ଼ିଶାର ସମସ୍ତ ସ୍କୁଲ ଗୁଡ଼ିକରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ଦାବି ନେଇ ଆଶାୟୀ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସରେ   ବିଧାନସଭା ସମ୍ମୁଖରେ ଶତାଧିକ ଓଡ଼ିଆରେ ସ୍ନାତକ ଓ ସ୍ନାତ୍ତକୋତ୍ତର ଉତ୍ତୀର୍ଣ୍ଣ ଶିକ୍ଷାର୍ଥୀ ଏକତ୍ରିତ ହୋଇ ସରକାରଙ୍କର ଓଡ଼ିଆ ଭାଷାର ଶିକ୍ଷାର୍ଥୀ ମାନଙ୍କୁ ଅବହେଳା ପ୍ରଦର୍ଶନ କରୁଥିବାର ଅଭିଯୋଗ କରିଛନ୍ତି |  ଓଡ଼ିଶାରେ ଓଡ଼ିଆ ଭାଷାକୁ କାହିଁକି ଉପେକ୍ଷା କରାଯାଉଛି ବୋଲି ପ୍ରଶ୍ନ କରିବା ସହ ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ପ୍ରତି ହାଇସ୍କୁଲ୍‌ରେ ଓଡ଼ିଆ ଶିକ୍ଷକ ନିଯୁକ୍ତି ଦେବାପାଇଁ ଦାବି କରିଛନ୍ତି। ଆନ୍ଦୋଳନକାରୀଙ୍କ କହିବା କଥା, ସମସ୍ତ ରାଜ୍ୟରେ ସେମାନଙ୍କ ମାତୃଭାଷା ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ଓଡ଼ିଶାର ପ୍ରତି ସ୍କୁଲ ରେ ବିଭିନ୍ନ ଭାଷାର ଯେମିତି ହିନ୍ଦୀ,ସଂସ୍କୃତ, ତେଲଗୁ ଏବଂ ଉର୍ଦ୍ଦୁ ଭଳି ଭାଷା ଶିକ୍ଷକ ନିଯୁକ୍ତି ପାଉଛନ୍ତି କିନ୍ତୁ ଓଡ଼ିଆ ଭାଷା ଶିକ୍ଷକ କାହିଁକି ନିଯୁକ୍ତି ହେବେନାହିଁ ବୋଲି ପ୍ରଶ୍ନ ପଚାରିଛନ୍ତି ସରକାରଙ୍କୁ | ମାତ୍ର ୨୦୧୪ ମସିହାରୁ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିଲେ ମଧ୍ୟ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଓଡ଼ିଶାର ବିଦ୍ୟାଳୟରେ ସ୍ୱତନ୍ତ୍ର ଓଡ଼ିଆ ଶିକ୍ଷକ ନିଯୁକ୍ତ କରିବାକୁ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ସ୍ୱତନ୍ତ୍ର କ୍ୟାଡର ଭିତ୍ତିସୃଷ୍ଟି କରି ଓଡ଼ିଆ ଭାଷାକୁ ପରବର୍ତ୍ତୀ ପିଢ଼ିଙ୍କ ପାଖରେ ନିର୍ଭୁଲ ଭାବେ ପହଞ୍ଚାଇବାରେ ସରକାର ଉତ୍ତରଦାୟିତ୍ୱ ନିର୍ବାହ କରନ୍ତୁ ବୋଲି ଦାବି କରିଛନ୍ତି।
ସମସ୍ତ ବିଦ୍ୟାଳୟରେ ସ୍ୱତନ୍ତ୍ର ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ଦେବା ପାଇଁ ପୂର୍ବ ସରକାର ଘୋଷଣା କରିଥିଲେ। ମାତ୍ର ଓଡ଼ିଆ ଅସ୍ମିତା କଥା କହି ରାଜ୍ୟରେ ଶାସନକୁ ଆସିବା ପରେ ଓଡ଼ିଆ ଭାଷା ପ୍ରତି କର୍ତ୍ତବ୍ୟକୁ ସରକାର ଭୁଲି ଯାଉଛନ୍ତି। ଏଣୁ ପ୍ରତି ଉଚ୍ଚ ବିଦ୍ୟାଳୟରେ ଓଡ଼ିଆ ଶିକ୍ଷକ ନିଯୁକ୍ତି ପାଇଁ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଆଶାୟୀ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ଆଗକୁ ଆସିବାକୁ ଥିବା ଶିକ୍ଷକ ନିଯୁକ୍ତି ସମୟରେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତିକୁ ପ୍ରାଥମିକତା ଦେବାପାଇଁ ଦାବି ଉପସ୍ଥାପନା କରିଥିଲେ | ସରକାରଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସ୍ୱତନ୍ତ୍ର ଶାସନ ସଚିବଙ୍କ ସହ ଆଲୋଚନା ବେଶ ଉତ୍ସାହପ୍ରଦ ଥିଲା | ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଭାଗ ସହିତ ଆଲୋଚନା କରି ସଫଳ କରିବା ପାଇଁ ଆଶ୍ୱାସନା ଦେଇଥିଲେ ବୋଲି ଅନ୍ଦୋଳନକାରି ଶିକ୍ଷାର୍ଥୀ ମତବ୍ୟକ୍ତ କରିଛନ୍ତି ଅନ୍ୟମାନଙ୍କ ମଧ୍ୟରେ ମନୀଷା ସାମଲ, ଜନାର୍ଦ୍ଦନ ସେଠୀ, ଅସିତ କୁମାର ସାହୁ, ପ୍ରଭାସ ଚନ୍ଦ୍ର ଟୋଲଟିଆ, ବିଭୂତି ମଲ୍ଲିକ, ଠାକୁର ବିଶି, ନିଳାଞ୍ଚଳ ନାଗ, ଅଭିଜିତ ପ୍ରଧାନ, ମାନସ ରଞ୍ଜନ ସାହୁ, କବିତା କର, ପ୍ରିତିଶ୍ରୀ ଖଟୁଆ, ସ୍ୱାଗତିକା ସ୍ୱାଇଁ, ଉର୍ମିଳା ପାତ୍ର, ଠାକୁର ବିଶି, ନିଳାଞ୍ଚଳ ନାଗ ପ୍ରମୁଖ ଉପସ୍ଥିତ ଥିଲେ।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed