August 21, 2026
Home » ଓଡ଼ିଶାରେ UDISE+ ସମ୍ବନ୍ଧୀୟ ଜାତୀୟ କାର୍ମଶାଳା ଉଦଘାଟିତ

ଓଡ଼ିଶାରେ UDISE+ ସମ୍ବନ୍ଧୀୟ ଜାତୀୟ କାର୍ମଶାଳା ଉଦଘାଟିତ

0
WhatsApp Image 2026-02-27 at 6.31.50 PM
ତଥ୍ୟାଧାରିତ ଶିକ୍ଷା ପରିଚାଳନାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ବ
ଭୁବନେଶ୍ଵର:  ଭୁବନେଶ୍ଵରସ୍ଥିତ ସ୍ଵସ୍ତି ପ୍ରିମିୟମଠାରେ ଦୁଇ ଦିବସୀୟ ୟୁ-ଡାଇସ୍ ପ୍ଲସ୍ (UDISE+ ) ସମ୍ବନ୍ଧୀୟ କର୍ମଶାଳା ଉଦଘାଟିତ  ହୋଇଯାଇଛି । ଏହି କର୍ମଶାଳାକୁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଅଧିନ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଧୀରଜ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ କର୍ମଶାଳାକୁ ଉଦଘାଟିତ କରିଛନ୍ତି । ଏହି ଦୁଇ ଦିବସୀୟ କର୍ମଶାଳାରେ ସମଗ୍ର ଶିକ୍ଷା, ବିଭିନ୍ନ ଶିକ୍ଷା ବୋର୍ଡ଼ ଓ ଦେଶବ୍ୟାପୀ ମୁଖ୍ୟ ଶିକ୍ଷା ବିଭାଗ ଓ ସଂଗଠନମାନଙ୍କର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ତଥ୍ୟାଧାରିତ ଶିକ୍ଷା ପରିଚାଳନାକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଛନ୍ତି ।
କର୍ମଶାଳାକୁ ଉଦଘାଟନ କରି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଶାସନ ସଚିବ ଶ୍ରୀ ଧୀରଜ ସାହୁ ସ୍ୱଚ୍ଛତା, ଦାୟିତ୍ୱବୋଧତା ଏବଂ ପ୍ରଭାବଶାଳୀ ନୀତି କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ନିମନ୍ତେ ନିର୍ଭରଯୋଗ୍ୟ ଓ ସମୟୋପଯୋଗୀ ଶିକ୍ଷାଗତ ତଥ୍ୟର ଭୂମିକା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ଆଲୋକପାତ କରିଛନ୍ତି ଯେ ୟୁ-ଡାଇସ୍ ପ୍ଲସ୍ ଭଳି ଏକ ତଥ୍ୟ ପ୍ରଣାଳୀ ସମସ୍ତସ୍ତରରେ ସୂଚନାଭିତ୍ତିକ ନିଷ୍ପତ୍ତି ଗ୍ରହଣ ପାଇଁ ଅତ୍ୟନ୍ତ ଜରୁରୀ ।
ସ୍ୱାଗତ ଅଭିଭାଷଣ ପ୍ରଦାନ କରି, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ(DoSEL)ର ଉପ-ନିର୍ଦ୍ଦେଶକ (ଜେନେରାଲ୍) ଡକ୍ଟର ପଙ୍କଜ କେ.ପି. ଶ୍ରେୟାସକର, ଜାତୀୟ ଶିକ୍ଷା ନୀତି (NEP) 2020 ସମେତ ପ୍ରମୁଖ କେନ୍ଦ୍ରୀୟ ଯୋଜନାଗୁଡ଼ିକୁ ସମର୍ଥନ କରିବାରେ ୟୁ-ଡାଇସ୍ ପ୍ଲସ୍ ର ରଣନୈତିକ ଗୁରୁତ୍ୱ ଉପରେ ଆଲୋଚନା କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ ସଠିକ୍ ତଥ୍ୟ ପ୍ରଭାବଶାଳୀ ଶିକ୍ଷା ଯୋଜନାର କାର୍ଯ୍ୟାନୟ୍ବନ ଓ ତଦାରଖ କରିବାରେ ସହାୟକ ହୋଇଥାଏ ।
କର୍ମଶାଳାରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର କମିଶନର ଶ୍ରୀ ବିକାଶ ଗୁପ୍ତା, DoSELର ଅର୍ଥନୈତିକ ପରାମର୍ଶଦାତା ଶ୍ରୀମତୀ ଏ. ଶ୍ରୀଜା; ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡକ୍ଟର ଏନ. ତିରୁମାଲା ନାୟକ ଏବଂ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ଅନନ୍ୟା ଦାସଙ୍କ ସମେତ କେନ୍ଦ୍ର ଏବଂ ରାଜ୍ୟ ଶିକ୍ଷା ସଂସ୍ଥାନର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । କର୍ମଶାଳାଟି ଶ୍ରୀମତୀ ଅଳକା ମିଶ୍ର, ମୁଖ୍ୟ ପରାମର୍ଶଦାତା, ଟି.ଏସ. ଜି, ଭାରତ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ହେଉଅଛି ।
କର୍ମଶାଳରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମଗ୍ର ଶିକ୍ଷାର ପ୍ରକଳ୍ପ ନିର୍ଦ୍ଦେଶକ ଓ ରାଜ୍ୟ ଗୁଡ଼ିକର ପ୍ରତିନିଧି ସମେତ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ସଦସ୍ୟ, ନବୋଦୟ ବିଦ୍ୟାଳୟ ସମିତି,  ଏନ.ଆଇ.ଓ.ଏସ., ସି. ବି.ଏସ. ଇ,   ଆଇ.ଏ.ଏଫ, ଏନ.ଇ.ଏସ,  ଓ ଭାରତ ସରକାରଙ୍କର ଶିକ୍ଷା ମନ୍ତ୍ରାଳୟର ବିଭିନ୍ନ ପଦାଧିକାରୀମାନେ ଯୋଗ ଦେଇଛନ୍ତି । କର୍ମଶାଳାରେ  ଓସେପାର ବିଭିନ୍ନ ପଦାଧିକାରୀ ଓ ୩୦ଟି ଜିଲ୍ଲାର ସମଗ୍ର ଶିକ୍ଷାର ପ୍ରୋଗ୍ରାମର୍ ମାନେ ଯୋଗ ଦେଇଛନ୍ତି ।
ଏହି କର୍ମଶାଳରେ ୟୁ-ଡାଇସ୍ ପ୍ଲସ୍ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସେମାନଙ୍କର ୟୁ-ଡାଇସ୍ ପ୍ଲସ୍ ସମ୍ପର୍କିତ ତଥ୍ୟ ଉପସ୍ଥାପନା କରିବେ । ଏହି ଅବସରରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯକ୍ରମ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଦ୍ଵାରା ଓଡ଼ିଶା ପରିପ୍ରେକ୍ଷୀରେ ୟୁ-ଡାଇସ୍ ପ୍ଲସ୍ ର ଏକ ପୁସ୍ତିକାକୁ ଭାରତ ସରକାରଙ୍କର ଅତିରିକ୍ତ ଶାସନ ସଚିବଙ୍କ ଦ୍ଵାରା ଉନ୍ମୋଚିତ କରାଯାଇଛି ।  ଉକ୍ତ କର୍ମଶାଳରେ ଓସେପାର ଯୁଗ୍ମ ନିର୍ଦ୍ଦେଶିକ ଶ୍ରୀମତୀ ସସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଉପନିର୍ଦ୍ଦେଶିକ ଶ୍ରୀମତୀ ସି. ଏଚ.  ବିଜୟଲକ୍ଷ୍ମୀ କାର୍ଯକ୍ରମକୁ ସଂଚାଳନ କରିଥିଲେ ।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed