June 13, 2025
Home » ଓଡ଼ିଶା ଅମଲା ସଂଘର ପୂର୍ବତନ ସଭାପତି ତଥା ପୂର୍ବତନ କାର୍ଯ୍ୟକାରି ସଭାପତି ସ୍ବର୍ଗତ ପଣୀ ଭୂଷଣ ବୈଦ୍ୟଙ୍କ ଶୋକସଭା ଅନୁଷ୍ଠିତ

ଓଡ଼ିଶା ଅମଲା ସଂଘର ପୂର୍ବତନ ସଭାପତି ତଥା ପୂର୍ବତନ କାର୍ଯ୍ୟକାରି ସଭାପତି ସ୍ବର୍ଗତ ପଣୀ ଭୂଷଣ ବୈଦ୍ୟଙ୍କ ଶୋକସଭା ଅନୁଷ୍ଠିତ

0
WhatsApp Image 2024-09-13 at 6.41.52 PM

 

ଓଡ଼ିଶା ରାଜସ୍ୱ ଅମଲା ସଂଘ ଜିଲ୍ଲା ଶାଖା ନବରଙ୍ଗପୁର ସଭାପତି ଆଶୁତୋଷ ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଆଜି ନବରଙ୍ଗପୁର ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।ଓଡ଼ିଶା ଅମଲା ସଂଘର ପୂର୍ବତନ ସଭାପତି ତଥା ରାଜ୍ୟ ସଂଘ ର ପୂର୍ବତନ କାର୍ଯ୍ୟକାରି ସଭାପତି ଶ୍ରୀଯୁକ୍ତ ପଣୀ ଭୂଷଣ ବୈଦ୍ୟ ଙ୍କ ଦେହାନ୍ତ ଖବର ଶୁଣି ଏକ ଶୋକାକୁଳ ପରିବେଶ ରେ ଦିବଂଗତ ବୈଦ୍ୟ ଙ୍କ ସ୍ମୃତି ଚାରଣ କରିଥିଲେ।

ସ୍ବର୍ଗତ ବୈଦ୍ୟ ଏକା ଧାରରେ ଜଣେ ସମାଜସେବୀ, ନିଷ୍ଠାପର, କର୍ତ୍ତବ୍ୟ ପରାୟଣ ଏବଂ ଅତ୍ୟନ୍ତ ମେଳାପି ବ୍ୟକ୍ତି ଥିଲେ। ତାଙ୍କର ଦୃଢ଼ ସାଙ୍ଗଠନିକ ଦକ୍ଷତା ଯୋଗୁଁ ସେ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ। ଏହି ଶୋକ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଧନୁର୍ଯୟ ମାଝୀ, ବିଜୟ କୁମାର ସାହୁ, ସୁରେଶ ପଟନାୟକ ,ସୌରଭ ଦାଶ, ମନୋଜ ପଣ୍ଡା, ଜିତେନ୍ଦ୍ର ଚୌଧୁରୀ, ପ୍ରଣତି ମାଝୀ, ସତ୍ୟନାରାୟଣ ସାହୁ, ଗଗନ ଚୌହାନ, ଯୁବଲ ନିକେତନ ହରିଜନ, ଶିବ କେଶବ ବ୍ରହ୍ମା, ରାମକୃଷ୍ଣ ପୂଜାରୀ ସହ ତ୍ରିପତି ବାଲାଜୀ ସାହୁ ପ୍ରମୂଖ ଉପସ୍ଥିତ ଥିଲେ ।

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *