ଓଡ଼ିଶା ପ୍ରଶାସନିକ ସେବାରେ ୧୬୬ ସ୍ଥାନରେ ସୁଶ୍ରୀ ଡାଇସି କହଁର।
ଆମ କଳାହାଣ୍ଡି ଜିଲ୍ଲାର ଆଉ ଜଣେ ସୁଯୋଗ୍ୟା କନ୍ୟା ଡାଇସି କହଁର ଓଡ଼ିଶା ପ୍ରଶାସନିକ ସେବାରେ ୧୬୬ ସ୍ଥାନରେ ରହି ସଫଳତା ଅର୍ଜନ କରିଛନ୍ତି।ଯଦିଓ ପିତାଙ୍କର ଜନ୍ମସ୍ଥାନ କନ୍ଧମାଳ, ଝିଅ ଡାଇସି ୨୦୦୧ ମସିହାରେ ଭବାନୀପାଟଣାରେ ଜନ୍ମ ଗ୍ରହଣ କରିଛନ୍ତି । ତାଙ୍କ ପିତା ଡା ନୀରଦ ଚନ୍ଦ୍ର କହଁର ଓ ମାତା ଶ୍ରୀମତୀ ନଳିନୀ କହଁର ଭବାନୀପାଟଣା ରେ ରହୁଛନ୍ତି।ସେ ଶିଶୁ ମନ୍ଦିର, ବ୍ରଜ ବିହାର, ସତ୍ୟସାଈ ବିଦ୍ୟା ମନ୍ଦିର, କେନ୍ଦ୍ରିୟ ବିଦ୍ୟାଳୟ, ଭବାନୀପାଟଣାରେ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଜ୍ଞାନରେ ଅଧ୍ୟୟନ କରିଛନ୍ତି । ତାପରେ ବି.ଜେ.ବି କଲେଜ, ଭୁବନେଶ୍ବରରେ କଳା ପାଠ୍ୟକ୍ରମରେ ଯୁକ୍ତ ତିନି ସମାପ୍ତି ପରେ ଦିଲ୍ଲୀ ବିଶ୍ବ ବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରି ହାସଲ୍ କରିଛନ୍ତି । ପିଲାବେଳରୁ ଜଣେ ଦକ୍ଷ ଆଇଏସ୍ ଅଫିସର୍ ହେବା ପାଇଁ ତାଙ୍କର ଲକ୍ଷ୍ୟ ରଖିଛନ୍ତି। ତାଙ୍କ ପିତା ଡା. ନୀରଦ ଚନ୍ଦ୍ର କହଁର ସଂପ୍ରତି କଳାହାଣ୍ଡି ସିଡିଭିଓ ଏବଂ ମାତା ଶ୍ରୀମତୀ ନଳିନୀ କହଁର,ଭବାନୀପାଟଣା ନିକଟସ୍ଥ କୁଲିଆମାଲ୍ ହାଇସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..
