August 6, 2026
Home »  ଓଡ଼ିଶା ସାହିତ୍ୟ ଏକାଡ଼େମୀର ସ୍ୱନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

 ଓଡ଼ିଶା ସାହିତ୍ୟ ଏକାଡ଼େମୀର ସ୍ୱନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

0
WhatsApp Image 2026-06-19 at 4.44.35 PM

 

ବରଗଡ଼: ଓଡ଼ିଶା ସାହିତ୍ୟ ଏକାଡ଼େମୀର ସ୍ୱନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ଜିଲ୍ଲା ସଂସ୍କୃତି ପରିଷଦ, ବରଗଡ଼ ଏବଂ ଓଡ଼ିଶା ସାହିତ୍ୟ ଏକାଡ଼େମୀର ମିଳିତ ଆନୁକୂଲ୍ୟରେ ବରଗଡ଼ ଶକ୍ତିନଗର କଲ୍ୟାଣ ମଣ୍ଡପଠାରେ ଜିଲ୍ଲାସ୍ତରୀୟ ପ୍ରବନ୍ଧ, ବକ୍ତୃତା, କବିତା ଆବୃତ୍ତି, ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ଓ ଇଂରାଜୀ ଶୀର୍ଷକ ସଂସ୍କରଣକୁ ଓଡ଼ିଆରେ ପ୍ରସ୍ତୁତ କରି ଲେଖିବା ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

ସୂଚନା ଯୋଗ୍ୟକୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସଂରକ୍ଷଣ, ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଭୂମିକାକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାଗୁଡ଼ିକ ଉଭୟ କନିଷ୍ଠ ବର୍ଗ (୬ଷ୍ଠ ଓ ୭ମ ଶ୍ରେଣୀ) ଏବଂ ବରିଷ୍ଠ ବର୍ଗ (୮ମ, ୯ମ ଓ ୧୦ମ ଶ୍ରେଣୀ)ରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଜିଲ୍ଲାର ସମସ୍ତ ବ୍ଲକରୁ ୧୨୦ ଜଣରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ସେମାନଙ୍କର ଗାଇଡ୍ ଶିକ୍ଷକ ଏବଂ ଅଭିଭାବକଙ୍କ ସହ ଯୋଗଦେଇ ଉତ୍ସାହର ସହିତ ଅଂଶଗ୍ରହଣ କରି ନିଜର ଜ୍ଞାନ, ସୃଜନଶୀଳତା ଓ ବକ୍ତୃତା ଦକ୍ଷତାର ପ୍ରଦର୍ଶନ କରିଥିଲେ । କନିଷ୍ଠ ବିଭାଗରେ କୃତକାର୍ଯ୍ୟ ହୋଇ ପ୍ରଥମ ସ୍ଥାନ ଅଧିକାର କରିଥିବା ସମସ୍ତ ପ୍ରତିଯୋଗି ଆସନ୍ତା ୧୨ ଜୁଲାଇ ୨୦୨୬ଏବଂ ବରିଷ୍ଠ ବର୍ଗର ପ୍ରଥମ ସ୍ଥାନ ଅଧିକାରୀ ପ୍ରତିଯୋଗୀମାନେ ୧୯ ଜୁଲାଇ ୨୦୨୬ରେ ଭୁବନେଶ୍ୱର ସ୍ଥିତ ସଙ୍ଗୀତ ମହାବିଦ୍ୟାଳୟରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବରଗଡ଼ ଜିଲ୍ଲାର ପ୍ରତିନିଧିତ୍ୱ କରିବେ। ଏବଂ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ରବୀନ୍ଦ୍ର ମଣ୍ଡପଠାରେ ସମ୍ମାନିତ ଓ ପୁରସ୍କୃତ କରାଯିବ।

 

ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ପ୍ରହ୍ଲାଦ ଖୋସଲା, ଅତିରିକ୍ତ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଏବଂ ବିଭିନ୍ନ ପ୍ରତିଯୋଗିତାର ବିଚାରକମାନେ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ପାଇଁ ଆହ୍ୱାନ ଦେଇଥିଲେ।

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *