ଓଡ଼ିଶୀନୃତ୍ୟ ମଣ୍ଡଳ କଟକର ବରିଷ୍ଠ ନୃତ୍ୟଶିଳ୍ପୀ ସମାବେଶ ଓ ଗୁରୁ ପୂଜନ
ନୃତ୍ୟ ଓ ସଂଗୀତ କଳା ଗୋଟିଏ ଜାତି ଓ ରାଷ୍ଟ୍ରର ଗୌରବକୁ ବିଶ୍ୱବିସ୍ତାର କରିଥାଏ। କଟକ ସହରର ପ୍ରାଚୀନ ନୃତ୍ୟାନୁଷ୍ଠାନ ” ଓଡିଶୀ ନୃତ୍ୟ ମଣ୍ଡଳ “ର ନୃତ୍ୟଶିଳ୍ପୀ ମାନେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଖୁବ ସୁଖ୍ୟାତି ଅର୍ଜନ କରିବାରେ ଲାଗିଛନ୍ତି। ଗୁରୁ ଆଶିଷ ଦାସଙ୍କ ତତ୍ୱାବଧାନରେ ନୃତ୍ୟ ଶିକ୍ଷା ଓ ପ୍ରଦର୍ଶନ ସହ ଶିକ୍ଷା କ୍ଷେତ୍ରରେ ଗାରିମାମୟ ଅଧ୍ୟାୟ ସୃଷ୍ଟି କରିବା ସହ ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପଡ ପଦବୀରେ ଅଧିଷ୍ଠିତ ହୋଇଛନ୍ତି। ଗୁରୁ ଆଶିଷ ଦାସ ଙ୍କ ଶିଷ୍ୟ ଡ଼କ୍ଟର ଶିବାନୀ ରୋଜିଶ୍ରୀ ମିଶ୍ର ଅଷ୍ଟ୍ରେଲିଆର କନବେର ଠାରେ ଓଡିଶୀନୃତ୍ୟ ଶିକ୍ଷା ଦେବା ସହ ଅଷ୍ଟ୍ରେଲିଆ ସରକାରଙ୍କ ଜଳବାୟୁ ଓ ପାଣିପାଗ ବିଭାଗରେ ସହଯୋଗୀ ନିର୍ଦ୍ଧେଶିକା ଭାବେ କାର୍ଯ୍ୟ କରୁଛନ୍ତି। ଓଡ଼ିଶୀ ନୃତ୍ୟ ଶିଳ୍ପୀ ମମତା ଓଝା, କାଜଲ ମହାପାତ୍ର, ଅନସୂୟା ବାରିକ, ମଧୁସ୍ମିତା ପଣ୍ଡା, ସସ୍ମିତା ପଣ୍ଡା, ପୁରବୀ ଦାସ, ଇଞ୍ଜିନିଅର ଋତୁପର୍ଣ୍ଣା ନାୟକ, ଓଡ଼ିଆ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ଅଧ୍ୟାପକ ତଥା ଓଡିଶୀ ନୃତ୍ୟ ଶିଳ୍ପୀ ଡ଼କ୍ଟର ଚିତ୍ତରଞ୍ଜନ ସାହାଣୀ ଇତ୍ୟାଦି ନୃତ୍ୟ ଶିଳ୍ପୀ କଟକ ପାନ୍ଥନିବାସ ସମ୍ମିଳନୀ କକ୍ଷରେ ଠାରେ ଗୁରୁପୂଜନ ସହ ପୁଷ୍ପ ମାଲ୍ୟ ଅଙ୍ଗବସ୍ତ୍ର ଦେଇ ଗୁରୁଙ୍କ ଆଶୀର୍ବାଦ ନେଇଥିବା ବେଳେ ନୃତ୍ୟ ଶିକ୍ଷା ସହ ପାଠପଢା ପ୍ରତି ବିଶେଷ ଧ୍ୟାନ ଦେବାର ପ୍ରେରଣାକୁ ମନ ପକାଇ ଥିବାବେଳେ ଓଡିଶୀ ନୃତ୍ୟ ମଣ୍ଡଳ ଦ୍ୱାରା ଆୟୋଜିତ ଆସନ୍ତା ଜାନୁଆରୀ ମାସ ୧୧ ତାରିଖରେ ବାରବାଟୀ ନୃତ୍ୟ ମହୋତ୍ସବରେ ସମବେତ ନୃତ୍ୟ ପରିବେଷଣ କରିବେ ବୋଲି ଗୁରୁ ଆଶିଷ ଦାସ ଜଣାଇଛନ୍ତି।
eastern press agency
