August 22, 2026
Home » ଓଡ଼ିଶୀନୃତ୍ୟ ମଣ୍ଡଳ କଟକର ବରିଷ୍ଠ ନୃତ୍ୟଶିଳ୍ପୀ ସମାବେଶ ଓ ଗୁରୁ ପୂଜନ

ଓଡ଼ିଶୀନୃତ୍ୟ ମଣ୍ଡଳ କଟକର ବରିଷ୍ଠ ନୃତ୍ୟଶିଳ୍ପୀ ସମାବେଶ ଓ ଗୁରୁ ପୂଜନ

0
WhatsApp Image 2025-12-29 at 6.27.02 PM

ନୃତ୍ୟ ଓ ସଂଗୀତ କଳା ଗୋଟିଏ ଜାତି ଓ ରାଷ୍ଟ୍ରର ଗୌରବକୁ ବିଶ୍ୱବିସ୍ତାର କରିଥାଏ। କଟକ ସହରର ପ୍ରାଚୀନ ନୃତ୍ୟାନୁଷ୍ଠାନ ” ଓଡିଶୀ ନୃତ୍ୟ ମଣ୍ଡଳ “ର ନୃତ୍ୟଶିଳ୍ପୀ ମାନେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଖୁବ ସୁଖ୍ୟାତି ଅର୍ଜନ କରିବାରେ ଲାଗିଛନ୍ତି। ଗୁରୁ ଆଶିଷ ଦାସଙ୍କ ତତ୍ୱାବଧାନରେ ନୃତ୍ୟ ଶିକ୍ଷା ଓ ପ୍ରଦର୍ଶନ ସହ ଶିକ୍ଷା କ୍ଷେତ୍ରରେ ଗାରିମାମୟ ଅଧ୍ୟାୟ ସୃଷ୍ଟି କରିବା ସହ ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପଡ ପଦବୀରେ ଅଧିଷ୍ଠିତ ହୋଇଛନ୍ତି। ଗୁରୁ ଆଶିଷ ଦାସ ଙ୍କ ଶିଷ୍ୟ ଡ଼କ୍ଟର ଶିବାନୀ ରୋଜିଶ୍ରୀ ମିଶ୍ର ଅଷ୍ଟ୍ରେଲିଆର କନବେର ଠାରେ ଓଡିଶୀନୃତ୍ୟ ଶିକ୍ଷା ଦେବା ସହ ଅଷ୍ଟ୍ରେଲିଆ ସରକାରଙ୍କ ଜଳବାୟୁ ଓ ପାଣିପାଗ ବିଭାଗରେ ସହଯୋଗୀ ନିର୍ଦ୍ଧେଶିକା ଭାବେ କାର୍ଯ୍ୟ କରୁଛନ୍ତି। ଓଡ଼ିଶୀ ନୃତ୍ୟ ଶିଳ୍ପୀ ମମତା ଓଝା, କାଜଲ ମହାପାତ୍ର, ଅନସୂୟା ବାରିକ, ମଧୁସ୍ମିତା ପଣ୍ଡା, ସସ୍ମିତା ପଣ୍ଡା, ପୁରବୀ ଦାସ, ଇଞ୍ଜିନିଅର ଋତୁପର୍ଣ୍ଣା ନାୟକ, ଓଡ଼ିଆ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ଅଧ୍ୟାପକ ତଥା ଓଡିଶୀ ନୃତ୍ୟ ଶିଳ୍ପୀ ଡ଼କ୍ଟର ଚିତ୍ତରଞ୍ଜନ ସାହାଣୀ ଇତ୍ୟାଦି ନୃତ୍ୟ ଶିଳ୍ପୀ କଟକ ପାନ୍ଥନିବାସ ସମ୍ମିଳନୀ କକ୍ଷରେ ଠାରେ ଗୁରୁପୂଜନ ସହ ପୁଷ୍ପ ମାଲ୍ୟ ଅଙ୍ଗବସ୍ତ୍ର ଦେଇ ଗୁରୁଙ୍କ ଆଶୀର୍ବାଦ ନେଇଥିବା ବେଳେ ନୃତ୍ୟ ଶିକ୍ଷା ସହ ପାଠପଢା ପ୍ରତି ବିଶେଷ ଧ୍ୟାନ ଦେବାର ପ୍ରେରଣାକୁ ମନ ପକାଇ ଥିବାବେଳେ ଓଡିଶୀ ନୃତ୍ୟ ମଣ୍ଡଳ ଦ୍ୱାରା ଆୟୋଜିତ ଆସନ୍ତା ଜାନୁଆରୀ ମାସ ୧୧ ତାରିଖରେ ବାରବାଟୀ ନୃତ୍ୟ ମହୋତ୍ସବରେ ସମବେତ ନୃତ୍ୟ ପରିବେଷଣ କରିବେ ବୋଲି ଗୁରୁ ଆଶିଷ ଦାସ ଜଣାଇଛନ୍ତି।

eastern press agency

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।