December 22, 2024
Home » ଓଡିଶାରେ  ଜାତି- ଭିତ୍ତିକ ଜନଗଣନା ଦାବିରେ ସମାଜବାଦୀ ପାର୍ଟିର  ଗଣ ଧାରଣା  ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

ଓଡିଶାରେ  ଜାତି- ଭିତ୍ତିକ ଜନଗଣନା ଦାବିରେ ସମାଜବାଦୀ ପାର୍ଟିର  ଗଣ ଧାରଣା  ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

0

ଭୁବନେଶ୍ୱର: ଜାତି ଜନଗଣନା ପ୍ରସଙ୍ଗରେ ସର୍ବଭାରତୀୟ ସ୍ତରରେ  ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଦାବି କରି ଆସୁଥିବା ବେଳେ ଇଣ୍ଡିଆ ମେଣ୍ଟର ସମସ୍ତ ଭାଗିଦାରୀ ଦଳ ମାନେ ମଧ୍ୟ ସମାନ ଦାବି କରି ଆସୁଛନ୍ତି । କିନ୍ତୁ କେନ୍ଦ୍ର ସରକାରଙ୍କ ଜାତି ଜନଗଣନା ନେଇ ସ୍ପଷ୍ଟ ଆଭିମୁଖ୍ୟ ନାହିଁ l

ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ଜାତି ଜନଗଣନା କରିବାକୁ ନିଜର ନିର୍ବାଚନ ଇସ୍ତାହାର ରେ ପ୍ରତିଶୃତି ଦେଇଥିବା ଭାରତୀୟ ଜନତା ପାର୍ଟି ସରକାରରେ ଆସିଲା ପଛୁଆ ବର୍ଗଙ୍କୁ ଗଣନା କରି  ସାମ୍ବିଧାନିକ ସଂରକ୍ଷଣ ଦେବାକୁ ପଛ ଘୁଞ୍ଚା ଦେଉଛି l

ଆସନ୍ତା ବର୍ଷ ଜାନୁଆରୀ ମାସରୁ ଦେଶରେ ଜାତୀୟ ଜନ ଗଣନା ଆରମ୍ଭ ହେବାକୁ ଯାଉଛି ଏହି ଗଣନା ସହିତ ରାଜ୍ୟରେ ଜାତି ଜନଗଣନା ହେଲେ କାହାର କେତେ ସଂଖ୍ୟା ଜଣାପଡିବ। କେଉଁ ବର୍ଗ କେଉଁ ସ୍ଥିତିରେ ଅଛନ୍ତି ତାହା ସ୍ପଷ୍ଟ ହୋଇଯିବ l ପଛୁଆ ଓ ଅତି ପଛୁଆ ବର୍ଗଙ୍କ ସାମାଜିକ ଆର୍ଥିକ ସ୍ଥିତି ଜଣ ଜଣାପଡିବା ପରେ କେନ୍ଦ୍ର ଓ ରାଜ୍ୟ ସରକାର  ସଂରକ୍ଷଣ ସମ୍ବଦ୍ଧରେ ସଠିକ  ଭାବେ ନୀତିଗତ ନିଷ୍ପଭି ନେଇପାରିବେ l

ଭାରତରେ ଜନଗଣନା ଅଧିନିୟମ  ୧୯୪୮ର ସଂଶୋଧନ କରି ଜାତି ଆଧାରରେ ଗଣନା ବାଧ୍ୟତାମୂଳକ କରାଯାଇ ପଛୁଆ ଓ ଅତି ପଛୁଆ ବର୍ଗଙ୍କ ପାଇଁ ଶିକ୍ଷା /ସରକାରୀ ନିଯୁକ୍ତି ସହିତ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ଓ ମୁନିସିପାଲିଟି ନିର୍ବାଚନ ଗୁଡିକରେ ପଛୁଆ ବର୍ଗଙ୍କୁ ୨୭% ସ୍ଥାନ ସଂରକ୍ଷଣ  ଦାବିରେ ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି ପକ୍ଷରୁ ଲୋୟାର ପିଏମଜି ଠାରେ ଏକ ଗଣ ଧାରଣା ଦିଆ ଯାଇଥିଲା  l

              ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଶିବ ହାତି ଯାଦବଙ୍କ ନେତୃତ୍ୱରେ ଏହି ଗଣ ଧାରଣାରେ  ସମସ୍ତ ଅଣ ବିଜେପି ରାଜନୈତିକ ଦଳର ନେତୃବୃନ୍ଦଙ୍କ ସହ  ବୁଦ୍ଧିଜୀବୀ, ସାମ୍ବାଦିକ ଓ ବିଭିନ୍ନ ସାମାଜିକ ସଂଗଠନର କାର୍ଯ୍ୟକର୍ତା ମାନେ ଯୋଗଦାନ କରି ଓଡିଶାରେ ଜାତି ଜନ -ଗଣନା କରିବା ସପକ୍ଷରେ ଯୁକ୍ତି ଉପସ୍ଥାପନା କରିଥିଲେ l

ବର୍ତମାନ ଦେଶରେ ଜାତି ଜନଗଣନା  ଏକ ବୃହତ ସାମାଜିକ ଆହ୍ୱାନ ଭାବରେ ବିଭିନ୍ନ ରାଜ୍ୟରେ ଆନ୍ଦୋଳନତ୍ମକ ଭାବରେ ପରିଦୃଶ୍ୟ ହେଉଛି l ବର୍ତମାନ ସମୟରେ ଜାତି ଭିତ୍ତିକ ଜନ ଗଣନା ଏକ ଆଇନଗତ ଆବଶ୍ୟକତା  ଏବଂ ସାମାଜିକ ନ୍ୟାୟର ସାମ୍ବିଧାନିକ ବାଧ୍ୟତାମୂଳକ ନୀତି ଯେଉଁଥିରେ ନିର୍ବାଚନମଣ୍ଡଳୀର ପ୍ରାର୍ଥୀତ୍ବ, ଶିକ୍ଷା ଏବଂ  କର୍ମନିଯୁକ୍ତିରେ ସଂରକ୍ଷଣ ଅନ୍ତର୍ଭୁକ୍ତ l

ଜାତି ଗତ ଜନ ଗଣନା ବିନା ଦେଶରେ ସାମାଜିକ ନ୍ୟାୟ  ଓ ଅର୍ଥନୈତିକ ସମାନତା ଆସି ପାରିବ ନାହିଁ  ଓଡିଶା ଭଳି ଏକ ରାଜ୍ୟକୁ ଯଦି ଆମେ ଦେଖିବା ତେବେ ଏଠି ୫4  ଭାଗ ପଛୁଆ ବର୍ଗ (ଓବିସି) ଦୀର୍ଘ ୩୦ ବର୍ଷ ଧରି ନିଜର ସମ୍ବିଧାନିକ ହକ୍ ଓ ଅଧିକାରରୁ ବଞ୍ଚିତ l ଶିକ୍ଷା ଓ ସରକାରୀ ନିଯୁକ୍ତି କ୍ଷେତ୍ରରେ କେନ୍ଦ୍ର ସରକାର ଓବିସି ମାନଙ୍କୁ ପ୍ରଦାନ କରିଥିବା ୨୭ ଭାଗ ସଂରକ୍ଷଣ ମଧ୍ୟ ଓଡ଼ିଶାରେ ଲାଗୁ ହେଉନାହିଁ ।ଯାହା ଫଳରେ ଏହି ବର୍ଗର ପିଲାମାନେ ନିଯୁକ୍ତି ସୁଯୋଗ ହରାଇବା ସଂଗେସଂଗେ ଉଚ୍ଚଶିକ୍ଷାରୁ ବଞ୍ଜତ ହେଉଛନ୍ତି l

            ଭାରତ ସରକାରଙ୍କ ତଥ୍ୟ ହିସାବରେ ଦେଶରେ ଏସସି ବର୍ଗରେ ୧.୨୩୪ ଜାତି ଏବଂ ଏସଟି ବର୍ଗରେ ୬୯୮ ଜନଜାତି  ଥିବା ଜଣାଯାଏ   ତେଣୁ  ଏହା ବୁଝିବା କଷ୍ଟକର ଯେ ୪.୦୦୦ ରୁ ଅଧିକ ଅନ୍ୟ ଜାତି  ଅଛନ୍ତି ଯାହାକୁ ଏପର୍ଯ୍ୟନ୍ତ ସରକାର ଗଣନା କରିନାହାନ୍ତି କିମ୍ବା ସେମାନଙ୍କୁ ଆର୍ଥିକ ସ୍ତରରେ ସହାୟତା ପ୍ରଦାନ କରାଯାଇ ନାହିଁ llଜାତି ଜନଗଣନାରେ ଓବିସି  ବା ପଛୁଆ ବର୍ଗଙ୍କ ଭାଗିଦାରୀ ଏବେ ଏକ ପ୍ରମୁଖ ସମସ୍ୟା କାରଣ ଦେଶର ସମୁଦାୟ ଲୋକ ସଂଖ୍ୟାରେ ଓବିସି ମାନଙ୍କ ସଂଖ୍ୟା  ଅଧିକ  ଅର୍ଥାତ ସତକଡା ୫4 ଭାଗ ହେବ l

ଏସି ଏବଂ ଏସ୍ଟି ସମ୍ପ୍ରଦାୟ ମାନଙ୍କ ସଂରକ୍ଷଣ ନୀତି ଯଥା  ଶିକ୍ଷା କ୍ଷେତ୍ରରେ ଶିକ୍ଷା (ଧାରା ୧୫ (୪) ଏବଂ ସର୍ବସାଧାରଣ କର୍ମ ନିଯୁକ୍ତି (ଧାରା ୧୬ (୪))ରେ  ଅଧିନିୟମ ପରି ପଛୁଆ ବର୍ଗ ବା ଓବିସି ସମୁଦାୟ ପାଇଁ ମଧ୍ୟ ସଂରକ୍ଷଣ ନୀତି ଲାଗୁ ହେବା ଦରକାର  l ମଣ୍ଡଳ ଆୟୋଗର ସୁପାରିଶ କାର୍ଯ୍ୟକାରୀ ହେବା ପରେ  (ଓବିସି) ପଛୁଆ ବର୍ଗ ଗୁଡିକ ମଧ୍ୟ କେନ୍ଦ୍ର ସରକାର ଏବଂ ଏହାର  ପ୍ରଶାସନିକ କାର୍ଯ୍ୟରେ ସଂରକ୍ଷଣର ଲାଭ ପାଇଲେ  କିନ୍ତୁ ସଂଖ୍ୟା ଅନୁପାତରେ ସଂରକ୍ଷଣ ମିଳିଲା ନାହିଁ ଗଣତି ନହେବା ଦ୍ୱାରା ସଂରକ୍ଷଣ ରେ ପଛୁଆ ବର୍ଗଙ୍କ ଭାଗିଦାରୀତା କମିଲା l

ଏସସି ଏବଂ ଏସଟି ପରି ଓବିସିମାନେ ସାଂସଦ ଏବଂ ବିଧାୟକଙ୍କ ପାଇଁ ନିର୍ବାଚନମଣ୍ଡଳୀରେ ସଂରକ୍ଷଣ ପାଇନାହାଁନ୍ତି।  କିନ୍ତୁ  ସମ୍ବିଧାନର ୭୩  ତମ ଏବଂ ୭୪ ତମ ସଂଶୋଧନ(୧୯୯୩ )ପରେ ସମ୍ବିଧାନ କେବଳ ଏସସି ଏବଂ ଏସଟି ପାଇଁ ନୁହେଁ ବରଂ ପଞ୍ଚାୟତ ଏବଂ ମୁନିସିପାଲିଟିର ସଂସ୍ଥାଗୁଡ଼ିକର ନିର୍ବାଚନମଣ୍ଡଳୀରେ ଓବିସି ପାଇଁ ମଧ୍ୟ  ସଂରକ୍ଷଣର ବ୍ୟବସ୍ଥା କରିଛି (ଧାରା ୨୪୩ ଡି (୬) ଏବଂ ୨୪୩ ଟି (୬)) ର ଅଧିନିୟମ ରେ ଏହା ସ୍ପଷ୍ଠ ଏହାକୁ ଲାଗୁ କରିବାକୁ ହେଲେ  ଜାତିଭିତ୍ତିକ ଜନଗଣନା ଆବଶ୍ୟକ l

 ପଛୁଆବର୍ଗ ମାନଙ୍କୁ ସାମ୍ବିଧାନିକ ଅଧୁକାର ଓ ସାମାଜିକ ନ୍ୟାୟ ପ୍ରଦାନ କରିବା ପାଇଁ  ଓବିସି ମାନଙ୍କୁ ସଂଖ୍ୟାନୁପାତରେ ଆରକ୍ଷଣ ଦେବା ସହିତ ମଣ୍ଡଳ କମିଶନ ସୁପାରିଶ ଅନୁଯାୟୀ ଓବିସିଙ୍କ ପାଇଁ ଚାକିରୀ କ୍ଷେତ୍ରରେ ୧୧.୨୫% ବଦଳରେ ୨୭% ଆରକ୍ଷଣ ଉଚ୍ଚଶିକ୍ଷା ପାଇଁ ନାମ ଲେଖାରେ 0% ବଦଳରେ ୨୭% ଆରକ୍ଷଣ ବ୍ୟବସ୍ଥା  ଲାଗୁ କରିବାକୁ ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି ଦାବି କରିଛି ll

ଉଲେଖଯୋଗ୍ୟ ଯୋଗ୍ୟ ଯେ ପଛୁଆ ବର୍ଗ ମାନଙ୍କ ଉପରେ ରାଜ୍ୟରେ ବିଜେଡିର ୨୪ ବର୍ଷ ସାଶନ ଓ  କେନ୍ଦ୍ରରେ ବିଜେପି ସରକାର ଯେଉଁଭଳି ଭାବରେ ବୈମାତୃକ ମନୋଭାବ ପୋଷଣ କରି  ପଛୁଆବର୍ଗଙ୍କ ସାମାଜିକ ଓ ସାମ୍ବିଧାନିକ ଅଧିକାରକୁ ଫାଇଲ ରେ ଚାପି ଦେଇ ଓବିସି ମାନଙ୍କୁ ଶୋଷଣ କରିଛନ୍ତି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜଣକ l

              ଏବେ ରାଜ୍ୟରେ ବିଜେପି ଶାସନ ଚାଲୁଛି ତେଣୁ ସରକାର ଜାତି ଜନଗଣନା କରାଇ ରାଜ୍ୟରେ ଥିବା ୫4% ପଛୁଆ ବର୍ଗର ଲୋକଙ୍କୁ ୨୭% ପ୍ରତିଶତ ସଂରକ୍ଷଣ ଦିଅନ୍ତୁ ଅଥବା ଆଗାମୀ ଦିନରେ ଏହା ବିରୁଦ୍ଧରେ ସମାଜବାଦୀ ପାର୍ଟି ରାଜ୍ୟବ୍ୟାପି ସମାଜବାଦୀ ଜନଜାଗୃତି ଅଭିଯାନ ମାଧ୍ୟମରେ ଗଣ ଆନ୍ଦୋଳନ କରି ପଛୁଆ ବର୍ଗଙ୍କ ସ୍ୱାଭିମାନ ପାଇଁ  ରାଜ ରାସ୍ତାକୁ ଓଲ୍ହାଇବ ବୋଲି  ପାର୍ଟି ପକ୍ଷରୁ ସରକାରଙ୍କୁ ଚେତାଇ ଦିଆ ଯାଇଛି l

Leave a Reply

Your email address will not be published. Required fields are marked *