ବିଶିଷ୍ଟ ବ୍ୟବସାୟୀ ବିଷ୍ଣୁ ସିଂଙ୍କୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର: ସ୍ଥାନୀୟ ବଡଗଡ ଗ୍ରାମର ଲୋକପ୍ରିୟ ମୁରବୀ ତଥା ବିଶିଷ୍ଟ ବ୍ୟବସାୟୀ ବିଷ୍ଣୁଚରଣ ସିଂଙ୍କ ବିୟୋଗରେ ବଡଗଡ କଲ୍ୟାଣ ମଣ୍ଡପ ଠାରେ ବରିଷ୍ଠ ସିନେ ସମୀକ୍ଷକ ଦିଲ୍ୀପ ହାଲିଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇ ସ୍ମୁତିଚାରଣ କରି ବିଷ୍ଣୁ ଚରଣଙ୍କୁ ଜଣେ ସରଳ, ଅମାୟିକ, ମେଳାପି ଓ ନିଃସ୍ୱାର୍ଥପର ବ୍ୟକ୍ତି ରୂପେ ବର୍ଣ୍ଣନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ରବିନ୍ଦ୍ର ବିଶ୍ୱାଳ, ନିର୍ଦ୍ଦେଶକ ମଣ୍ଟୁ ସିଂ, ପ୍ରଦୀପ ଦାସ, ଯତୀନ୍ଦ୍ର ମୋହନ ଛୋଟରାୟ, ଉପେନ୍ଦ୍ର ଜେନା, ବୀରକିଶୋର ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖି ବିଷ୍ଣୁ ଚରଣଙ୍କ ଗୁଣାବଳୀ ଉପରେ ଆଲୋଚନା କରିଥିଲେ। ସ୍ଥାନୀୟ କର୍ପୋରେଟର ଅଜିତ ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏକାଦଶାହ ଅବସରରେ ବିଷ୍ଣୁଚରଣଙ୍କ ସ୍ମୁତି ଉଦ୍ଦେଶ୍ୟରେ “କର୍ମବୀର ବିଷ୍ଣୁଚରଣ’ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଧାୟକ ଅନନ୍ତ ନାରାୟଣ ଜେନା, ସାଂସଦ ପ୍ରଦୀପ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଅଶୋକ ଚନ୍ଦ୍ର ପଣ୍ଡା, ସମାଜସେବୀ ଜଗନ୍ନାଥ ପ୍ରଧାନ ଏବଂ ସଂଗ୍ରାମ କେଶରୀ ପାଇକରାୟ, ଅମରେଶ ଜେନା, ସୁଧୀର ପରିଡା, ସନ୍ତୋଷ ସିଂ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ୱର୍ଗତ ବିଷ୍ଣଚରଣଙ୍କ ପୁତ୍ର ଅଭୟ ସିଂ ଓ ଅଜୟ ସିଂଙ୍କ ସମେତ ଅନ୍ୟ ଆତ୍ମୀୟ ସ୍ୱଜନମାନେ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ।
