September 30, 2026
Home » ଓଡିଶା ଟୁରିଷ୍ଟ ଗାଇଡ ଆସୋସିଏସନ୍ ପକ୍ଷରୁ ବିଶ୍ଵ ପର୍ଯ୍ୟଟନ ଦିବସ ପାଳିତ

ଓଡିଶା ଟୁରିଷ୍ଟ ଗାଇଡ ଆସୋସିଏସନ୍ ପକ୍ଷରୁ ବିଶ୍ଵ ପର୍ଯ୍ୟଟନ ଦିବସ ପାଳିତ

0
WhatsApp Image 2026-09-27 at 11.05.20 PM (1)

ଭୁବନେଶ୍ୱର:ଐତିହାସିକ ଖଣ୍ଡଗିରି-ଉଦୟଗିରି ପରିସରରେ ଓଡିଶା ଟୁରିଷ୍ଟ ଗାଇଡ ଆସୋସିଏସନ୍ ଓ ଫ୍ରାଙ୍କଲିନ କଲେଜର ମିଳିତ ଉଦ୍ୟମରେ ବିଶ୍ବ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଫ୍ରାଙ୍କଲିନ ପର୍ଯ୍ୟଟନ କଲେଜର ଛାତ୍ରଛାତ୍ରୀ ମାନେ ଏହି ଅବସରରେ ଖଣ୍ଡଗିରି ପାଦଦେଶରେ ଏକାଠି ହୋଇ ପ୍ରଥମେ ସଫେଇ ଅଭିଯାନ ଆରମ୍ଭ କରିଥିଲେ। ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଫ୍ରାଙ୍କଲିନ ଗ୍ରୁପର ଅଧ୍ୟକ୍ଷ ଡ ଆଲୋକ କର ଛାତ୍ରଛାତ୍ରୀ ଙ୍କୁ ଐତିହ୍ୟ ଓ ପର୍ଯ୍ୟଟନ ମଧ୍ୟରେ ଥିବା ସମ୍ବନ୍ଧ ଉପରେ ଆଲୋକପାତ କରିଥିଲେ। ବିଶିଷ୍ଟ ଅତିଥି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ରିୟ ଜେନା ଓଡିଶା ଇତିହାସର ଗରୀମାମୟ ଅତୀତରେ ଖଣ୍ଡଗିରି ଓ ଉଦୟଗିରିରେ ଥିବା ଗୁମ୍ଫା ଐତିହ୍ୟର ମହନୀୟତା ସମ୍ପର୍କ ଉପରେ ବକ୍ତବ୍ୟ ଦେଇଥିବାବେଳେ ଭାରତୀୟ ପର୍ଯ୍ୟଟନ ଅଧିକାରି ଜଗନ୍ନାଥ ବେହେରା ଏଵଂ ଓଡିଶା ପର୍ଯ୍ୟଟନ ଉପସଚିବ କେ ସି ଟୁଡୁ ଅନ୍ୟତମ ଅତିଥି ଭାବେ ବିଶ୍ଵ ପର୍ଯ୍ୟଟନ ଦିବସର ତାତ୍ପର୍ଯ୍ୟ କହିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ହାତକୁ ନିଆଯାଇଥିବା ପ୍ରକଳ୍ପ ବାବଦରେ ଅବଗତ କରାଇଥିଲେ।

ଏଥିରେ ଉତ୍କଳ ସମ୍ମିଳନୀ ରାଜ୍ୟ ସଭାପତି ତଥା ବିଶିଷ୍ଟ ଛତୁ ବିଜ୍ଞାନୀ ପ୍ରଫେସର ଡ ଅଦ୍ୱୈତ ପାତ୍ର ଓ ସାମ୍ବାଦିକ ଅଜିତ୍ ଶତପଥୀ ସମ୍ମାନିତ ଅତିଥି ରୂପେ ନିଜ ନିଜ ମତ ରଖି ଛାତ୍ର ଛାତ୍ରୀଙ୍କୁ ଐତିହ୍ୟ କଳା ସମ୍ପର୍କରେ ଅଧିକରୁ ଅଧିକ ଜାଣିବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ବ୍ୟବସାୟୀ ସଂଘର ସମ୍ପାଦକ ଦେବେନ୍ଦ୍ର ନାଥ ପରିଡ଼ା, ଗାଇଡ ସଂଘ ର ସଭାପତି ସୁବ୍ରତ ପଟ୍ଟନାୟକ, ଜଗନ୍ନାଥ ମୁଦୁଲି, ଫ୍ରାଙ୍କଲିନ କଲେଜ ଅଧ୍ୟକ୍ଷ ବିଶ୍ୱ ରଞ୍ଜନ ସାହୁ,ପର୍ଯ୍ୟଟନ ଅଧିକାରୀ ଅଞ୍ଜନ ବାରିକ ତଥା ଅନେକ ବୁଦ୍ଧିଜୀବୀ ଅଂଶ ଗ୍ରହଣ କରିଥିଲେ। ଗାଇଡ ସଂଘର ସମ୍ପାଦକ ବିବେକାନନ୍ଦ ପଣ୍ଡା ଛାତ୍ର ଛାତ୍ରୀଙ୍କୁ ଉଦୟଗିରି ଗୁମ୍ଫା ସ୍ଥାପତ୍ୟ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ଶେଷରେ ଉପଦେଷ୍ଟା ଡ ଅରୁଣ କୁମାର ନାୟକ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ପୁରୀ ସ୍ଥିତ ଏମ୍ପାୟାର ହୋଟେଲ , ଭାରତ ପର୍ଯ୍ୟଟନ ତଥା ଫ୍ରାଙ୍କଲିନ ପର୍ଯ୍ୟଟନ କଲେଜ ଙ୍କୁ ଧନ୍ୟବାଦ ଜଣାଇଥିଲେ।ଆୟୋଜିତ ଏହି ଉତ୍ସବରେ ବହୁ ସ୍ଥାନିୟ ବ୍ୟବସାୟୀ ଏଵଂ ପର୍ଯ୍ୟଟକ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *