March 17, 2025
Home » ଓରେଞ୍ଜ ଆଲର୍ଟ ଉପରେ ରାୟଗଡ଼ା: ବଙ୍ଗୋପସାଗରର ଅବସାଦ ହେତୁ ପ୍ରବଳ ବର୍ଷା ହେବାର ଆଶଙ୍କା..” ରାୟଗଡ ଜିଲ୍ଲାପାଳଙ୍କ ସତର୍କ ସୂଚନା “

ଓରେଞ୍ଜ ଆଲର୍ଟ ଉପରେ ରାୟଗଡ଼ା: ବଙ୍ଗୋପସାଗରର ଅବସାଦ ହେତୁ ପ୍ରବଳ ବର୍ଷା ହେବାର ଆଶଙ୍କା..” ରାୟଗଡ ଜିଲ୍ଲାପାଳଙ୍କ ସତର୍କ ସୂଚନା “

0

 

ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ପ୍ରବାହ ଯାହା ନିମ୍ନ ଚାପ ଅଞ୍ଚଳରେ ବୃଦ୍ଧି ପାଇବ ଏବଂ ଆସନ୍ତା କିଛି ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ଭାଗରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ରାୟଗଡ ଜିଲ୍ଲାରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର କମଳା ଚେତାବନୀ ଦେଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ କଥା ହୋଇ ସେମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ସନ୍ଦର୍ଭରେ ଜିଲ୍ଲା ପ୍ରଶାସନ ତରଫରୁ ରାୟଗଡ଼ ଜିଲ୍ଲାପାଳ ପାରୁଲ ପାଟୱନୀ ଏକ ସତର୍କ ସୂଚନା ଦେଇ କହିଛନ୍ତି ଆଗାମୀ ୨୪ ଘଣ୍ଟାରେ ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରାଜ୍ୟ ପାଣିପାଗ ବିଭାଗର ପୁର୍ବାନୁମାନ ଅନୁସାରେ ଯେ କୈଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ଜରୁରୀକାଳୀନ ଅପରେସନ୍ କେନ୍ଦ୍ର ୨୪*୭ ସତର୍କ ରହିବାକୁ ନିର୍ଦ୍ଦେଶ ଦେବା ସହ ସମସ୍ତ ଲାଇନ ବିଭାଗର ଅଧିକାରୀଙ୍କୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଏହି ପରିପ୍ରେକ୍ଷୀରେ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ବିଡ଼ିଓ,ତହସିଲଦାର, ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରାଣୀ ଚିକିତ୍ସା ବିଭାଗ ଆଇସିଡିଏସ୍ ସବୁ ବୈଦ୍ୟୁତିକ, ପିଡବ୍ଲୁଡି, ୨୪ ଘଣ୍ଟା ସତର୍କ ରହିଥିବା କହିଛନ୍ତି । ଜିଲ୍ଲାରେ ବହୁମୁଖୀ ସାଇକ୍ଲୋନ ଆଶ୍ରୟସ୍ଥଳ ପ୍ରସ୍ତୁତରେ ଅଛି । ଯେ କୈଣସି ଜରୁରୀକାଳୀନ ପରିସ୍ଥିତିରେ ଲୋକମାନେ ବାହାରକୁ ଯିବେ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଲୋକମାନେ ସହାୟତା ପାଇଁ କଣ୍ଟ୍ରୋଲ ରୁମକୁ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *