October 7, 2026
Home » କଂଗ୍ରେସରେ ମିଶିଲେ ରମଜାନ

କଂଗ୍ରେସରେ ମିଶିଲେ ରମଜାନ

0
WhatsApp Image 2026-09-16 at 8.15.10 PM

 

ପୂର୍ବତନ କର୍ପୋରେଟର ରମଜାନଙ୍କ ସହ ଅନେକ ନେତୃବୃନ୍ଦ କଂଗ୍ରେସରେ ସାମିଲ

ଭୁବନେଶ୍ୱର:ଆଜି କଂଗ୍ରେସ ଭବନଠାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଓ ଏଆଇସିସି ଓଡିଶା ପ୍ରଭାରୀ ଲାଲଜୀ ଦେଶାଇଙ୍କ ଉପସ୍ଥିତିରେ କଟକର ଅନେକ ନେତୃବୃନ୍ଦ ଏକ ମିଶ୍ରଣ ସମାରୋହରେ କଂଗ୍ରେସ ଦଳରେ ଯୋଗଦାନ କରିଥିଲେ l
ଯୁବ କଂଗ୍ରେସ ନେତା ହରିଶଙ୍କର ରାଉତଙ୍କ ନେତୃତ୍ୱରେ ଆଜି କଟକ ମହାନଗର ନିଗମର ପୂର୍ବତନ କର୍ପୋରେଟର ରମଜାନ ଖାଁ ଓ ତାଙ୍କ ସହ ଶହ ଶହ ସମର୍ଥକ ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀଙ୍କ ନିତୀ ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ କ୍ରାନ୍ତିକାରୀ ନେତା ତଥା ଓପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି କଂଗ୍ରେସରେ ଯୋଗଦାନ କରିଛନ୍ତି l
ଏହି ଅବସରରେ ପ୍ରଭାରୀ ଶ୍ରୀ ଦେଶାଇ ଉପସ୍ଥିତ କର୍ମୀ ତଥା ଗଣମାଧ୍ୟମକୁ କହିଛନ୍ତି ଯେ, କଂଗ୍ରେସ ଶକ୍ତିଶାଳୀ ହେଉଛି, ଆଜିର କାର୍ଯ୍ୟକ୍ରମ ତାହାର ଏକ ଉଦାହରଣ l ଡବଲ ଇଞ୍ଜିନ ସରକାରଙ୍କ ଶାସନରେ ଲୋକେ ଅତିଷ୍ଠ ହୋଇ ସାରିଲେଣି l ରାହୁଳ ଗାନ୍ଧୀଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଯୋଗୁଁ ଆଜି ଦେଶର ପ୍ରତ୍ୟେକ ଲୋକ ତାଙ୍କ ନେତୃତ୍ୱ ଚାହୁଁଛନ୍ତି l ଯାହାଙ୍କ ନୀତି ଆଦର୍ଶ ଦେଶ ଓ ଜନତାଙ୍କ ସ୍ୱାର୍ଥ ପାଇଁ ସମର୍ପିତ ସେମାନେ କଂଗ୍ରେସରେ ଯୋଗ ଦେଉଛନ୍ତି ଏବଂ ଆଗକୁ ଅଧିକରୁ ଅଧିକ ନେତୃବୃନ୍ଦ କଂଗ୍ରେସ ଦଳରେ ସାମିଲ ହେବେ ବୋଲି ପ୍ରକାଶ କରିଥିଲେ l
ପୂର୍ବତନ କର୍ପୋରେଟର ଶ୍ରୀ ଖାନ କହିଥିଲେ ଯେ, ରାହୁଳ ଗାନ୍ଧୀଙ୍କ ଜନତାଙ୍କ ପାଇଁ ସଂଗ୍ରାମ ଓ ଲୋକପ୍ରିୟତା ତଥା ସଭାପତି ଶ୍ରୀ ଦାସଙ୍କ ବଳିଷ୍ଠ ନେତୃତ୍ୱ ଯୋଗୁଁ କଂଗ୍ରେସ ଦଳକୁ ମୁଁ ଫେରି ଆସିଛି l ଛାତ୍ର ଓ ଯୁବକ ଦିନରୁ ମୁଁ କଂଗ୍ରେସ ସାଥିରେ ଥିଲି କିନ୍ତୁ ପୁଣି ମୁଁ ବାହୁଡ଼ି ଆସିଛି l କଂଗ୍ରେସ ନେତୃବର୍ଗ ଯାହା ଦାୟିତ୍ୱ ଓ କାର୍ଯ୍ୟ ଅର୍ପଣ କରିବେ ତାହା ମୁଁ ନିଷ୍ଠାପର ଭାବେ କରିବି ବୋଲି କହିବା ସହ ସାଥୀଗଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ଆଜିର ମିଶ୍ରଣ ପର୍ବରେ ପୂର୍ବତନ ବିଧାୟକ ତଥା ଓପିସିସି ଉପସଭାପତି ଡ଼ ଦେବାଶିଷ ପଟ୍ଟନାୟକ, କୋଷାଧ୍ୟକ୍ଷ ସିଦ୍ଧାର୍ଥ ଦାଶ, କଟକ ଜିଲ୍ଲା ଗ୍ରାମୀଣ କଂଗ୍ରେସ ସଭାପତି ପ୍ରଦୀପ୍ତ କୁମାର ଦାସ, ଭୁବନେଶ୍ୱର ଜିଲ୍ଲା ସଭାପତି ପ୍ରକାଶ ଜେନା ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *