August 26, 2026
Home » କଂଗ୍ରେସ ସେବାଦଳ ପ୍ରତିଷ୍ଠାତା ଡ. ଏନ. ଏସ ହାର୍ଡ଼ିକର ଙ୍କର ଶ୍ରାଦ୍ଧ ଦିବସ ପାଳିତ

କଂଗ୍ରେସ ସେବାଦଳ ପ୍ରତିଷ୍ଠାତା ଡ. ଏନ. ଏସ ହାର୍ଡ଼ିକର ଙ୍କର ଶ୍ରାଦ୍ଧ ଦିବସ ପାଳିତ

0
WhatsApp Image 2026-08-26 at 5.14.01 PM
ଭୁବନେଶ୍ୱର :ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ କଂଗ୍ରେସ ସେବାଦଳ ପ୍ରତିଷ୍ଠାତା ଡ. ଏନ. ଏସ ହାର୍ଡ଼ିକର ଙ୍କର ୫୧ତମ ଶ୍ରାଦ୍ଧ ଦିବସ କଂଗ୍ରେସ ଭବନ, ଭୁବନେଶ୍ୱର  ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳ ୯ ଘଂଟା ସମୟରେ ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ମହାନ୍ତି ଏବଂ ଅନ୍ୟ ସେବାଦଳର କର୍ମୀମାନେ ସ୍ୱର୍ଗତ ହାର୍ଡ଼ିକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ଗାର୍ଡ ଅଫ ଅର୍ନର ପ୍ରଦାନ କରାଯାଇଥିଲା ଏବଂ ବନ୍ଦେ ମାତରମ ଗାନ କରାଯାଇଥିଲା । ପୂର୍ବାହ୍ନ ୧୦ ଘଂଟା ସମୟରେ ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ କର୍ମୀମାନେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଚତୁଃପାଶ୍ୱର୍ ସଫେଇ କରିବା ସହ ଲିଙ୍ଗରାଜ ମାର୍କେଟ କମ୍ପେ୍ଲକ୍ସ ଓ ବସଷ୍ଟାଣ୍ଡ ପରିସରରୁ ଅଳିଆ ଆର୍ବଜନା ପରିସ୍କାର କରିଥିଲେ ।
ପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ କଳ୍ପନା ଛକ ମ୍ୟୁଜିୟମ୍ ସମ୍ମୁଖରେ ଅବହେଳିତ ଓ ଅପରିସ୍କାର ଭାବେ ଥିବା ସହୀଦ୍ ସ୍ମୃତି ସ୍ତମ୍ବର ଭିତର ଓ ବାହାର ପାଶ୍ୱର୍ ପରିସ୍କାର ପରିଛନ୍ନ କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସେବାଦଳ କର୍ମକର୍ତ୍ତା ସର୍ବଶ୍ରୀ ଜ୍ୟୋତିଷ କୁମାର ସାହୁ, ଏମଡି ସାହାଦୁଲ୍ଲା, ମନୋଜ ସାହୁ, ବସନ୍ତ ପଣ୍ଡା, ନଳିନୀ ବେହେରା, ଉଷାରାଣୀ ବେହେରା, ପ୍ରତାପ ମଲ୍ଲିକ, ଅଭୟ ଜେନା, ଅକ୍ଷୟ ମୁଦୁଲି, ରଞ୍ଜନ ଭୋଇ, ସନାତନ ସେଠୀ, ଅବିନାଶ ମିଶ୍ର, ପ୍ରଶନ୍ନ ପାଇକରାୟ, ସନ୍ଧ୍ୟାରାଣୀ ଦାସ, ଶାନ୍ତିଲତା ତାଣ୍ଡି, ଖଗେଶ୍ୱର ମଲ୍ଲିକ, ନବକିଶୋର ସାଠୁଆ, ଝୁଲିଆ ବାରିକ, ତୋଫାନ ମଲ୍ଲିକ, ଜ୍ୟୋତି ରଞ୍ଜନ ଓଝା, ଦିଗମ୍ବର ବେହେରା ଓ ପ୍ରଦୀପ ସାହୁ ପ୍ରମୁଖ ସେବାଦଳର କର୍ମୀମାନେ ଅଂଶଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଦୀପକ କୁମାର ସାହୁ, ତରୁଣ ମିଶ୍ର, ମିହିର ଅଚାର୍ଯ୍ୟ, ହିମାଂଶୁ ଲେଙ୍କା, ଜୟକୃଷ୍ଣ ମଲ୍ଲିଆ, ଜୟକୃଷ୍ଣ ସୁବୁଦ୍ଧି, ଗୁରୁବକ୍ସ ସିଂ ଆଲୁଆଲିଆ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *