November 18, 2026
Home » କଙ୍କଡାହାଡ଼ ବ୍ଲକ ସାମ୍ନାରେ ଧାରଣା ଦେଲେ ମହିଳା ସରପଞ୍ଚ ସୁମିତ୍ରା ପ୍ରଧାନ

କଙ୍କଡାହାଡ଼ ବ୍ଲକ ସାମ୍ନାରେ ଧାରଣା ଦେଲେ ମହିଳା ସରପଞ୍ଚ ସୁମିତ୍ରା ପ୍ରଧାନ

0
WhatsApp Image 2026-11-18 at 4.51.41 PM

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ବିରିବୋଲେଇ ଗ୍ରାମ ପଞ୍ଚାୟତରେ ଦେଖାଦେଇଛି ଅସନ୍ତୋଷ। ପଞ୍ଚାୟତର ସରପଞ୍ଚ ସୁମିତ୍ରା ପ୍ରଧାନ ଧାରଣାରେ ବସିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।ସରପଞ୍ଚଙ୍କ ଅଭିଯୋଗ ଅନୁଯାୟୀ ଶୁଶିଳ ସାହୁ ଓ ଜଗନ୍ନାଥ ଗଡ଼ନାୟକ ପଞ୍ଚାୟତରେ କୌଣସି ଉର୍ନ୍ନତି ମୂଳକ କାର୍ଯ୍ୟ କରାଇ ଦେବେ ନାହିଁ ବୋଲି କହୁଥିବା ଅଭିଯୋଗ ହୋଇଛି। ଯଦି ଜଣେ ନିର୍ବାଚିତ ସରପଞ୍ଚଙ୍କୁ ନିଜ ପଞ୍ଚାୟତରେ ଜନହିତକାରୀ କାର୍ଯ୍ୟ କରିବାରେ ବାଧା ଦିଆଯାଉଛି, ତେବେ ଏହା ନିଶ୍ଚିତ ଭାବେ ତଦନ୍ତର ବିଷୟ।ଏନେଇ ସରପଞ୍ଚ ସୁମିତ୍ରା ପ୍ରଧାନ କଙ୍କଡାହାଡ଼ ଗୋଷ୍ଠୀଉନ୍ନୟନ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିବା ଦସ୍ତାବିଜ ସାମ୍ନାକୁ ଆସିଛି। ହେଲେ ଏହି ଅଭିଯୋଗ ଉପରେ ପ୍ରଶାସନର ପଦକ୍ଷେପ କ’ଣ,? ତାହା ଏବେସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି!ଗୋଷ୍ଠି ଉନ୍ନୟନ ଅଧିକାରୀ କାହା ଚାପରେ ସେବା ଯୋଗାଉଛନ୍ତି!ଜଣେ ମହିଳା ସରପଞ୍ଚ ନିଜ ପଞ୍ଚାୟତରେ ଉର୍ନ୍ନତିକରଣ କାର୍ଯ୍ୟ କରାଇବା ପାଇଁ ଯଦି ଧାରଣାରେ ବସିବାକୁ ବାଧ୍ୟ ହେଉଛନ୍ତି, ତେବେ ବ୍ଲକ ପ୍ରଶାସନର ଭୂମିକା କ’ଣ? ବିଡିଓ ମହାଶୟଙ୍କ ନିକଟରେ ଅଭିଯୋଗ ପହଞ୍ଚିବା ପରେ ମଧ୍ୟ ସମସ୍ୟାର ସମାଧାନ ହୋଇଛି କି ନାହିଁ? କେଉଁ କାରଣରୁ ପଞ୍ଚାୟତର କାର୍ଯ୍ୟକୁ ନେଇ ଏଭଳି ବିବାଦ ସୃଷ୍ଟି ହୋଇଛି?
ଘଟଣାର ନିରପେକ୍ଷ ତଦନ୍ତ କରି ସତ୍ୟାସତ୍ୟ ସାମ୍ନାକୁ ଆଣିବା ସହିତ ବିରିବୋଲେଇ ପଞ୍ଚାୟତର ଜନହିତକାରୀ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ।ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏହାକୁ ଖାମଖିଆଲଭାବରେ ନେଇଛନ୍ତି!ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସର୍ବ ସାଧାରଣରେ ବୁଦ୍ଧିଜୀବୀ ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଛନ୍ତି!

 

subash pradhan nka report

Leave a Reply

Your email address will not be published. Required fields are marked *