କଟକ – ଭୁବନେଶ୍ୱର ପରି ବ୍ରହ୍ମପୁର ରେ ମଧ୍ୟ ଗଣେଶ ପୂଜା ବେଳେ ଡିଜେ ବନ୍ଦ ହେଉ – ପୀତବାସ ପଣ୍ଡା
ବ୍ରହ୍ମପୁର:-ବର୍ତମାନ ସହରର ମଧ୍ୟରେ ଯେଉଁ ବିବାହ ,ବ୍ରତ,ପୂଜା ଶୋଭାଯାତ୍ରା , ବୋଲ୍ ବମ୍ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଯେଉଁ ଡିଜେ ସାଉଣ୍ଡ ବ୍ୟବହାର ହେଉଛି , ଶବ୍ଦ ର ମାତ୍ରା ଏତେ ପ୍ରଖର ରେ ସାଧାରଣ ସୁସ୍ଥ ମଣିଷ ପକ୍ଷେ ସହ୍ୟ କରିହେଉନାହିଁ । ଛୋଟ ଶିଶୁ ,ରୋଗୀ ଓ ବିରଷ୍ଠ ନାଗରିକ ପକ୍ଷେ ଏହା ବହୁତ୍ ସମସ୍ୟା ସୃଷ୍ଠି କରୁଛି । ବିବାହ ଶୋଭାଯାତ୍ରା ପାଇଁ ପୁଲିସ ଓ ଉପଜିଲ୍ଲାପାଳଙ୍କ ଠାରୁ ଅନୁମତି ଆଣୁଛନ୍ତି ସତ ହେଲେ, ଅନୁମତି ମିଳିବା ପରେ ଏହି ନିୟମକୁ ଆଉ ମାନୁ ନାହାଁନ୍ତି । ରାତି ଅଧ ପର୍ଯ୍ୟନ୍ତ ଶୋଭାଯାତ୍ରା ଚାଲୁଛି। ଫଳରେ ଶବ୍ଦ ପ୍ରଦୂଷଣ ହେବା ସହ ଲୋକେ ଘରେ ରହି ବି ଅଣନିଶ୍ବାସୀ ହୋଇପଡୁଛନ୍ତି। ବିଶେଷ କରି ହୃଦ୍ରୋଗୀ, ଶିଶୁ, ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଛି। ମାତ୍ରାଧିକ ଶବ୍ଦରେ ଡିଜେ ବାଜିବା ଫଳରେ ସେହି ପାର୍ଶ୍ଵ ଦେଇ ଯାତାୟାତ କରିବା ବେଳେ ଛାତି ଥରିଉଠୁଛି। ଶବ୍ଦର ମାତ୍ରା ବୃଦ୍ଧି କାରଣରୁ ଶ୍ରବଣ ଶକ୍ତିଜନିତ ସମସ୍ୟା ଉପୁଜୁଛି। ବିବାହ ଶୋଭାଯାତ୍ରା ପାଇଁ ସହରରେ ଟ୍ରାଫିକ୍ ଜାମ୍ ,ଯାହା ଫଳରେ ବ୍ରହ୍ମପୁର ସହରରେ ଥିବା ଦକ୍ଷିଣ ଓଡ଼ିଶାର ବୃହତ୍ତ୍ କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ କୁ ମଧ୍ୟ ଆମ୍ବୁଲାନ୍ସ ସେବା ଯୋଗେ ଯେଉଁ ସବୁ ରୋଗୀ ଆସୁଛନ୍ତି ସେମାନଙ୍କୁ ସହର ରାସ୍ତା ଅତିକ୍ରମ କରିବାକୁ ହିଁ ବହୁତ୍ ସମୟ ଲାଗୁଛି । ଯଦ୍ୱାରା ରୋଗୀ ର ସ୍ୱାସ୍ଥ୍ୟ କ୍ଷେତ୍ରରେ ସମସ୍ୟା ଉପୂଯୁଛି।ଏହାରି ଭିତରେ ବାହାଘର ଶୋଭାଯାତ୍ରା ବେଳେ ଡିଜେ ଶବ୍ଦ ଲୋକଙ୍କୁ କଲବଲ କରିଦେଉଛି। ମାତ୍ରାଧିକ ଶବ୍ଦ ଯୋଗୁଁ ଡିଜେ ଯାଉଥିବା ରାସ୍ତାରେ ଯିବା ବି କଷ୍ଟକର ହୋଇପଡୁଛି। ନିୟମାନୁଯାୟୀ ୬୦ ଡେସିବଲ୍ରୁ କମ୍ ଶବ୍ଦରେ ଡିଜେ ବଜାଇବା ଓ ରାତି ୧୦ଟା ପରେ ଶୋଭାଯାତ୍ରା ଉପରେ କଟକଣା କରାଯାଇଥିବା ବେଳେ କେହି ବି ଏହାକୁ ମାନିବାକୁ ନାରାଜ, ନିୟମକୁ ଖୋଲାଖୋଲି ଉଲଂଘନ କରାଯାଉଥିବା ବେଳେ ପୁଲିସ ଓ ପ୍ରଶାସନ ସଂପୂର୍ଣ୍ଣ ନିରବଦ୍ରଷ୍ଟା ପାଲଟିଛନ୍ତି।
କିନ୍ତୁ ଗତକାଲି ଗଣେଶ ପୂଜାରେ ଏହି ବର୍ଷ କଟକ-ଭୁବନେଶ୍ୱରରେ ଡିଜେ ବନ୍ଦ ପାଇଁ କମିଶନରେଟ ପୋଲିସ ପକ୍ଷରୁ ନିଷ୍ପତି ନିଆଯାଇଛି, ଏହା ପୂର୍ବରୁ ସାମାଜିକ କାର୍ଯ୍ୟକ୍ରମରେ ଡ଼ିଯେ କୁ ବନ୍ଧ କରିଛନ୍ତି l ସେହିପରି ବିକୃତ ମୂର୍ତ୍ତି ନିର୍ମାଣ ଓ ପୂଜା ନଜରକୁ ଆସିଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସ୍ୱଷ୍ଟ କରିଛି l ପୁଷ୍ପାଞ୍ଜଳି ବେଳେ ନିଶାମୁକ୍ତ ଶପଥ କରାଇବେ ପୂଜକ । ଏହି ନିୟମ ସବୁ ମଧ୍ୟ ବ୍ରହ୍ମପୁର ରେ ଲାଗୁ କରିବା ପାଇଁ ଆଇନଜୀବୀ ତଥା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ଶ୍ରୀ ପୀତବାସ ପଣ୍ଡା ବ୍ରହ୍ମପୁର ପୋଲିସ ପ୍ରଶାସନକୁ ଏକ ପ୍ରେସ ବିବୃତିରେ ଦାବୀ କରିଛନ୍ତି l
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )