କଣ୍ଟାମାଳ ବନାଞ୍ଚଳ ରେ ବାଘ ଆତଙ୍କ ଯୋଗୁଁ ଲୋକେ ଭୟଭୀତ l
ସୁବର୍ଣ୍ଣପୁର: ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ସମାକୁପା ଗ୍ରାମ ନିକଟରେ ବାଘ ଆତଙ୍କ । ଗାଈ କୁ ମାରି ଖାଇଲା ବାଘ l ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଭୟ । ବୋୖଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ପକ୍ଷରୁ ସ୍ଥାନୀୟ ଗ୍ରାମବାସୀଙ୍କୁ ଜଙ୍ଗଲ କୁ ପ୍ରବେଶ ବାରଣ କରାଯାଇଥିବା ବେଳେ ଲୋକଙ୍କୁ କରାଯାଉଛି ସଚେତନ । ସେପଟେ ବାଘ ର ପାଦଚିହ୍ନ ଦେଖି ବାଘଟି କଲରାପତାରିଆ ବାଘ ହୋଇଥାଇପାରେ ବୋଲି ସୂଚନା ଦେଇଛି ବନବିଭାଗ l ସୂଚନାମୁତାବକ ବୋୖଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ସମାକୁପା ଗ୍ରାମର ଗାଈଚରାଳି ଜଙ୍ଗଲ କୁ ଗାଈଗୋରୁ ଚରାଇବା ପାଇଁ ନେଇଥିଲେ ।

କିନ୍ତୁ ସନ୍ଧ୍ୟା ରେ ଘରକୁ ଫରି ଜାଣିବା କୁ ପାଇଲେ ଗୋଟିଏ ଗୋରୁ ଦଳ ରେ କମ ରହିଛି । ଏହା ଦେଖି ଗାଈ ଚରାଳି ମାନେ ଦ୍ଵିତୀୟ ଦିନ ସେମାନେ ଗାଈ ଖୋଜିବା କୁ ଜଙ୍ଗଲ କୁ ଯାଇଥିଲେ । ସେଠାରେ ସେମାନେ କ୍ଷତ ବିକ୍ଷତ ଗାଈର ମୃତ ଦେହ ଦେଖିଥିଲେ । ଏପରିକି ପାଖରେ ବାଘର ପାଦଚିହ୍ନ ଦେଖିଥିଲେ । ଏହା ଦେଖି ଲୋକେ ଆସି ବନ ବିଭାଗ କୁ ଖବର ଦେଇଥିଲେ । ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଗ୍ରାମବାସୀ ଙ୍କୁ ସଚେତନତା କରିବା ସହ ଜଙ୍ଗଲ କୁ ଯିବା ପାଇଁ ସମାକୁପା ସମେତ ଆଖ ପାଖ ଗ୍ରାମବାସୀ ଙ୍କୁ ବାରଣ କରୁଥିବା ସୂଚନା ମିଳିଛି ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
