January 25, 2025
Home » କଣ୍ଟାମାଳ ହାଇସ୍କୁଲରେ ଜୁନିୟର ରେଡକ୍ରସ ୟୁନିଟ ଗଠିତ

କଣ୍ଟାମାଳ ହାଇସ୍କୁଲରେ ଜୁନିୟର ରେଡକ୍ରସ ୟୁନିଟ ଗଠିତ

0

 

ବୌଦ୍ଧ–ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ଜୁନିୟର ରେଡକ୍ରସ ୟୁନିଟ ଗଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ପ୍ରକାଶ କୁମାର ପ୍ରଧାନଙ୍କ ସଭାପତିତ୍ବରେ ହୋଇଥିବା ଭବ୍ୟ ସଭାରେ ପରାମର୍ଶ ଦାତା ତଥା ଜୁନିୟର ରେଡକ୍ରସ କାଉନସିଲର ବନମାଳୀ ମେହେରଙ୍କ ସଂଯୋଜନାରେ ଚଳିତ ଶିକ୍ଷା ବର୍ଷ ୨୦୨୪-୨୫ ନିମନ୍ତେ ନବମ ଓ ଦଶମ ଶ୍ରେଣୀର ପ୍ରାୟ ୩୧ଜଣ ନୂତନ ସ୍ୱେଛାସେବୀ ଙ୍କୁ ନେଇ ଜୁନିୟର ରେଡକ୍ରସ ୟୁନିଟ ଗଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମନୋରଂଜନ ପ୍ରଧାନ ଯୋଗଦେଇ ଜୁନିୟର ରେଡକ୍ରସ ସ୍ବେଛାସେବୀ ମାନେ ସମାଜ ବିକାଶ ଦିଗରେ ପ୍ରୟାସ କରିବାକୁ ମତବ୍ୟକ୍ତ କରିଛନ୍ତି।ସର୍ବସମ୍ମତି କ୍ରମେ ଅଧ୍ୟକ୍ଷ ଭାବେ ପ୍ରତ୍ୟାଶା ପ୍ରିୟଦର୍ଶିନୀ କୁମ୍ଭାର, ଉପାଧ୍ୟକ୍ଷ-ସୌରଭ ଖୁଣ୍ଟୁଲି,ସମ୍ପାଦିକା- ପ୍ରତିଭା ସାହୁ, ସହ ସମ୍ପାଦିକା- ପ୍ରତୀକ୍ଷା ରଣା,କମାଣ୍ଡର- ଧରିତ୍ରୀ ମହାନନ୍ଦ, ଭାଇସ କମାଣ୍ଡର- ଅଙ୍କୁଶ ବାଘ ମନୋନୀତ ହୋଇଛନ୍ତି ।
ବିଭିନ୍ନ ଦଳଗତ କାର୍ଯ୍ୟ ନିମନ୍ତେ ଚନ୍ଦ୍ରମା ସାହୁ-ସ୍ବାସ୍ଥ୍ୟ ଓ ପରିଚ୍ଛନ୍ନତା ଗ୍ରୁପ ଲିଡର, ରୂପା ବାରିକ-ସାମାଜିକ ସେବା ଗ୍ରୁପ ଲିଡର, ଦେଵୀଶ୍ମିତା ସାହୁ-ସଂସ୍କୃତି ଗ୍ରୁପ ଲିଡର, ଚନ୍ଦ୍ରହାସ୍ୟ ଗୁରୁ- ପାଣ୍ଠି ସଂଗ୍ରହ ଗ୍ରୁପ ଲିଡର ଓ ଅଞ୍ଜଳୀ କଁଅର-ଆନ୍ତର୍ଜାତୀୟ ବନ୍ଧୁତା ଗ୍ରୁପ ଲିଡର ଭାବେ ମନୋନୀତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ଏମ୍ ମାଧୁରୀ ଦୋରା, ମିରାବାଇ ଧରୁଆ ଗୀତାଞ୍ଜଳୀ ସାହୁ ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ଓ ପରିଶେଷରେ ଶିକ୍ଷକ ସରୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *