କଣ୍ଟିଲୋ -ଖଣ୍ଡପଡା ରେଳ ଲାଇନ କାର୍ଯ୍ୟ ମନ୍ତ୍ରୀଙ୍କ ଅପେକ୍ଷାରେ !
ନୟାଗଡ଼ 🙁 ଇପିଏ ) ନୟାଗଡ ବହୁ ପ୍ରତିକ୍ଷିତ ଏବଂ ପ୍ରସ୍ତାବିତ ତାଳଚେର -ଗୋପାଳପୁର ରେଳ ଲାଇନ ଅନୁଗୁଳ, ଆଠଗଡ, ବଡମ୍ବା, ନରସିଂହପୁର ଦେଇ କଣ୍ଟିଲୋ ଖଣ୍ଡପଡ଼ାକୁ ନୟାଗଡ଼ ରେଳ ଷ୍ଟେସନ ସହିତ ଯୋଡିବା ସଙ୍ଗେ ସଙ୍ଗେ ଉକ୍ତ ୧୨୦ କିଲୋମିଟର ରେଳପଥକୁ ଖୋର୍ଦ୍ଧା ଟାଉନ ଷ୍ଟେସନ ଠାରୁ କାଇପଡର ପର୍ଯ୍ୟନ୍ତ ଏକ କର୍ଡ ଲାଇନ ଦ୍ୱାରା ସଂଯୁକ୍ତ କରାଯିବ ବୋଲି କଟକର ମାନ୍ୟବର ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ସାମ୍ବାଦିକ ମାନଙ୍କ ସହ ଆଲୋଚନା ବେଳେ ଉତ୍ତର ରଖିଥିଲେ ଏଥିନିମନ୍ତେ ଆବଶ୍ୟକ ଲୋକେସନ ସର୍ଭେ ଏବଂ ଡିପି ଆର କାର୍ଯ୍ୟ ରେଳ ବିଭାଗ ପକ୍ଷରୁ ଶେଷ ହୋଇସାରିଲାଣି।
ଶ୍ରୀ ମହତାବ ସ୍ମିତ ହାସ୍ୟ ଦେଇ କହିଲେଜେ ପଣସକୁ ବିଧା ମାରି ପାକଳ କରିବାରେ ମାନ୍ୟବର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ସିଦ୍ଧହସ୍ତ । କଣ୍ଟିଲୋ ଖଣ୍ଡପଡାକୁ ରେଳ ଗଡ଼ିବା ପାଇଁ ସେ ନିଜେ ପବିତ୍ର ନୀଳମାଧଵ ମନ୍ଦିର ପରିସରରେ ପ୍ରତିଶୃତି ଦେଇଥିଲେ । ନିକଟରେ ଖଣ୍ଡପଡାର ମାନ୍ୟବର ବିଧାୟକ ଦୁଷ୍ମନ୍ତ ସ୍ୱାଇଁ ରେଳ ମନ୍ତ୍ରୀଙ୍କୁ ଦିଲ୍ଲୀ ଠାରେ ସାକ୍ଷାତ ସମୟରେ କଣ୍ଟିଲୋ ଖଣ୍ଡପଡ଼ାକୁ ରେଳ ଗଡିବ ତାଙ୍କର ବ୍ୟକ୍ତିଗତ ପ୍ରତିଶୃତି ଏବଂ ଏହା ନିଶ୍ଚିତ ପାଳନ କରାଯିବ ବୋଲି କଥା ଦେଇଥିଲେ କଣ୍ଟିଲୋ -ଖଣ୍ଡପଡ଼ାକୁ ରେଳ ଲାଇନ ନିର୍ମାଣ ରେଳ ମନ୍ତ୍ରୀଙ୍କ ସବୁଜ ସଂକେତ ଅପେକ୍ଷାରେ ଅଛି ବୋଲି ସାଂସଦ ଶ୍ରୀ ମହତାବ ଦମ୍ଭୋକ୍ତି ପ୍ରକାଶ କରିଥିଲେ
ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ, କର୍ଯ୍ୟକାରୀ ସଭାପତି ନିଶିକାନ୍ତ ରଥ, ସମ୍ପାଦକ ସୁବାସ ଚନ୍ଦ୍ର ମହାପାତ୍ର, ବିନାୟକ ମିଶ୍ର, ଶାନ୍ତି ଶେଖର ରଥ, ଶିଶିର କୁମାର ସାହୁ, ବିଭୁତି ଭୂଷଣ ପଟ୍ଟନାୟକ, ରାମେଶ୍ୱର ଶତପଥୀ,ଜିତେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଡିଆରଡିଏ ଠାରେ ସାକ୍ଷାତ ଆଲୋଚନା କରିଥିଲେ ଏବଂ ବୃତଙ୍ଗ ଜଳସେଚନ ଯୋଜନା, ଏବଂ ମହାନଦୀ ଉପରେ, ରାଉତପଡା -ଡ଼ିମିରିଆ ବ୍ୟାରେଜ ନିର୍ମାଣ ପ୍ରସଙ୍ଗରେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ । ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ଆଲୋଚନା ବେଳେ ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର ଓ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଉପସ୍ଥିତ ଥିବାବେଳେ, ତାଙ୍କ ଉଭୟଙ୍କୁ ମଧ୍ୟ ଉକ୍ତ ଦାବୀ ପତ୍ର ସମ୍ପର୍କରେ ସଂଘ ପକ୍ଷରୁ ଅବଗତ କରାଯାଇଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
