କର୍କଟ ରୋଗୀଙ୍କ ପାଇଁ ଚୁଟି ଦାନ କଲେ ଶୁଭସ୍ମିତା ସାହାଣୀ
କ୍ୟାନ୍ସର ପୀଡ଼ିତ ରୋଗୀମାନେ କେମୋଥେରାପି ନେବା ପରେ ପ୍ରାୟତଃ ନିଜର ସମସ୍ତ କେଶ ହରାଇଥାନ୍ତି। ବିଶେଷକରି ବିବାହିତା ମହିଳା, ଛାତ୍ରୀ ଓ କାର୍ଯ୍ୟରତ ମହିଳାମାନେ ଏହି ପରିସ୍ଥିତିରେ ମାନସିକ ଭାବେ ବହୁତ କଷ୍ଟ ପାଆନ୍ତି। କେଶ ନଥିବା କାରଣରୁ ସେମାନେ ଅନେକ ସମୟରେ ଲଜ୍ଜାବୋଧ କରି ବାହାରକୁ ଯିବାକୁ ମଧ୍ୟ ସଂକୋଚ କରନ୍ତି।ଏପରି ସମୟରେ ସେମାନଙ୍କ ପାଇଁ ଏକ ୱିଗ୍ (Wig) ଅତ୍ୟନ୍ତ ଆବଶ୍ୟକ ହୋଇଥାଏ। କିନ୍ତୁ ଦୁଃଖର ବିଷୟ, ଗରିବ ପରିବାରର ଅନେକ ରୋଗୀଙ୍କ ପାଖରେ ୱିଗ୍ କିଣିବା ପାଇଁ ଆବଶ୍ୟକ ଅର୍ଥ ନଥାଏ।
ଏହି ମହାନ ଉଦ୍ଦେଶ୍ୟକୁ ସାମ୍ନାରେ ରଖି ସୁଭସ୍ମିତା ସାହାଣୀ ନିଜର କେଶ SOPVA Trust Hair Donation Drive ରେ ସାମିଲ ହୋଇ ଦ୍ୱିତୀୟ ଥର କେଶ ଦାନ କରିଛନ୍ତି, ଯାହା ଦ୍ୱାରା କୌଣସି କ୍ୟାନ୍ସର ପୀଡ଼ିତା ମହିଳାଙ୍କ ମୁହଁରେ ପୁଣିଥରେ ହସ ଫୁଟିପାରିବ। ତାଙ୍କର ଏହି ସେବା ତାଙ୍କ ଭଳି ଅନେକ ଯୁବପିଢ଼ିଙ୍କୁ ଏହି ମହାନ କାର୍ଯ୍ୟ ପାଇଁ ପ୍ରେରଣା ଦେବ। ସେ ଅନୁରୋଧ କରିଛନ୍ତି ଆପଣଙ୍କ ଝିଅ, ଭଉଣୀ କିମ୍ବା ପରିବାରର ମହିଳାମାନେ ବ୍ୟୁଟି ପାର୍ଲରରେ କେଶ କାଟୁଥିଲେ, ସେହି କେଶକୁ ନଷ୍ଟ ନକରି କ୍ୟାନ୍ସର ପୀଡ଼ିତଙ୍କ ପାଇଁ ଦାନ କରିବାକୁ ଉତ୍ସାହିତ କରନ୍ତୁ। ଆପଣଙ୍କ ଏହି ଛୋଟ ତ୍ୟାଗ କାହାରି ଆତ୍ମବିଶ୍ୱାସ, ସମ୍ମାନ ଓ ହସକୁ ପୁଣିଥରେ ଫେରାଇ ଆଣିପାରେ।
ଆସନ୍ତୁ, କେଶ ଦାନ କରି ଜଣେ କ୍ୟାନ୍ସର ପୀଡ଼ିତଙ୍କ ମୁହଁରେ ହସ ଫୁଟାଇବା
narasingh dakua nka report
