February 17, 2025
Home » କଲ୍ୟାଣସିଙ୍ଗପୁରରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ

କଲ୍ୟାଣସିଙ୍ଗପୁରରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ

0

 

ଶନିବାର ଦିନ ରାୟଗଡା ଜିଲ୍ଲାର କଲ୍ୟାଣସିଂପୁର ବ୍ଲକ ଅନ୍ତର୍ଗତ ଖରାଜୋଡା ଗ୍ରାମରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଯମୁନା ମହାନନ୍ଦିଆ(୫୦) ବୋଲି ଜଣାପଡିଛି।
ଖବର ଅନୁଯାୟୀ, ଆଜି ସକାଳେ ଯମୁନା ଚାଷ ଜମିରୁ ଫେରୁଥିବାବେଳେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା। ଫଳସ୍ୱରୂପ, ସେ ନିକଟସ୍ଥ ଏକ ଗଛ ତଳେ ଆଶ୍ରୟ ନେଇଥିବା ସମୟରେ ବଜ୍ରପାତରେ ସେ ଗୁରୁତର ଆହତ ହୋଇଥିଲେ।
ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ କଲ୍ୟାଣସିଂହପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ ।‌ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପରେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ।ଯମୁନାଙ୍କ ମୃତ୍ୟୁ ପରେ ଗାଁରେ ଶୋକରଛାଇ ଖେଳିଯାଇଛି । ବର୍ତ୍ତମାନ ଗ୍ରାମବାସୀ ମୃତକଙ୍କ ଗରିବ ପରିବାରକୁ କ୍ଷତିପୂରଣ ଦେବାକୁ ସରକାରଙ୍କୁ ଦାବି କରୁଛନ୍ତି।

 

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *