November 13, 2024
Home » କଳାହାଣ୍ଡି ଜିଲ୍ଳାରେ ଅଗଷ୍ଟ ୧ ରୁ ନୋ , ହେଲମେଟ୍, ନୋ ପେଟ୍ରୋଲ ନିୟମ।

କଳାହାଣ୍ଡି ଜିଲ୍ଳାରେ ଅଗଷ୍ଟ ୧ ରୁ ନୋ , ହେଲମେଟ୍, ନୋ ପେଟ୍ରୋଲ ନିୟମ।

0

 

କଳାହାଣ୍ଡି ଜିଲ୍ଲାରେ ଗତ କାଲିଠାରୁ ଅର୍ଥାତ ଅଗଷ୍ଟ ପହିଲାରୁ ଲାଗୁ ହୋଇଛି ନୋ ହେଲମେଟ୍, ନୋ ପେଟ୍ରୋଲ ନିୟମ। ଏନେଇ କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ଵେଷା ରେଡ୍ଡୀ ନିର୍ଦ୍ଦେଶ ନାମା ଜାରି କରିଛନ୍ତି। ନିର୍ଦ୍ଦେଶକୁ ଜିଲ୍ଲାର ସବୁ ପେଟ୍ରୋଲ ପମ୍ପରେ କାର୍ଯ୍ୟକାରୀ କରାଇବାକୁ ଜିଲ୍ଲା ଯୋଗଣ ବିଭାଗକୁ ଚିଠି କରାଯାଇଛି। କେବଳ ହେଲମେଟ୍ ପିନ୍ଧିଥ‌ିବା ଲୋକଙ୍କୁ ହିଁ ପେଟ୍ରୋଲ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷେ ପେଟ୍ରୋଲ ପମ୍ପ ରେ ଏହାର କାର୍ଯ୍ୟକାରିତାକୁ ତଦାରଖ ପାଇଁ ହେଲମେଟ ପିନ୍ଧି ନଥିବା ବାଇକ୍ ଚାଳକଙ୍କ ଉପରେ ନଜର ରଖିବାକୁ ଜିଲ୍ଲା ପୁଲିସ ଓ ଆଞ୍ଚଳିକ ପରିବହନ ବିଭାଗକୁ କୁହାଯାଇଛି।

 

ଜାରି ହୋଇଥିବା ନିର୍ଦ୍ଦେଶ ଚିଠିରେ ଉଲ୍ଲେଖ ରହିଛି କି, ଦୁଇଚକିଆ ଗାଡ଼ିରେ ପେଟ୍ରୋଲ୍ ଭରିବା ସମୟରେ ଚାଳକ ଜଣକ ହେଲମେଟ୍ ପିନ୍ଧିଛନ୍ତି କି ନାହିଁ ପେଟ୍ରୋଲ୍ ପମ୍ପ ମାଲିକମାନେ ନଜର ରଖିବେ। ଯଦି କୌଣସି ବାଇକ ଚାଳକ ହେଲମେଟ୍ ପିନ୍ଧି ନାହାନ୍ତି, ତେବେ ତାଙ୍କୁ କୌଣସି ପରିସ୍ଥିତିରେ ବି ପେଟ୍ରୋଲ୍ ଦିଆଯିବ ନାହିଁ। ଆଉ ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପେଟ୍ରୋଲ୍ ପମ୍ପ ମାଲିକ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ତେବେ କଳାହାଣ୍ଡି ଜିଲ୍ଲାରେ ବଢୁଥିବା ସଡ଼କ ଦୁର୍ଘଟଣା ଓ ଏଥି ଜନିତ ମୃତ୍ୟୁର ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ପଦକ୍ଷେପ ନିଆଯାଉଛି। ମାତ୍ର ଏହାର ନିରାକରଣ ହୋଇପାରୁ ନାହିଁ। ଖାସ୍ କରି ବିନା ହେଲମେଟ ବାଇକ୍ ଚାଳକ ଙ୍କ କ୍ଷେତ୍ରରେ ଅଧିକ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହେଉଥିବା ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷିତ ଗାଡ଼ି ଚାଳନା ଦିଗରେ ଲୋକଙ୍କୁ ସଚେତନ କରିବା ଏହାର ମୂଳ ଲକ୍ଷ୍ୟ ରହିଛି I ତେବେ ଜିଲ୍ଲା ପ୍ରଶାସନ ନେଇଥିବା ଏହି ପଦକ୍ଷେପ କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିଛନ୍ତି ।

କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed