May 10, 2026
Home » କାର୍ ରେ ଯୋଗେ ଓଡ଼ିଶାରୁ ଛତିଶଗଡ ଗଂଜେଇ ଚାଲାଣ , ଗାଡି ଛାଡି ଗଂଜେଇ ମାଫିଆ ଫେରାର l

କାର୍ ରେ ଯୋଗେ ଓଡ଼ିଶାରୁ ଛତିଶଗଡ ଗଂଜେଇ ଚାଲାଣ , ଗାଡି ଛାଡି ଗଂଜେଇ ମାଫିଆ ଫେରାର l

0
WhatsApp Image 2026-05-10 at 12.38.59 PM (1)

ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ବେହେରାମାଳ ଗ୍ରାମପଞ୍ଚାୟତ ଲଙ୍ଗଳକଟା ଗ୍ରାମ ଚାଷଜମି ରାସ୍ତାରୁ ଶନିବାର ସକାଳ ୭ ଟା ସମୟରେ ୨ କ୍ୟୁଣ୍ଟାଲ ୭୨ କିଲୋ ୨୦୦ ଗ୍ରାମ ଗଂଜେଇ ଜବତ କରି ଗଂଜେଇ ବୋଝେଇ ଏକ କେଟ୍ରା କାର ଗାଡି ନମ୍ବର OD ୧୭X ୭୧୨୭କୁ ଜବତ କରିଛି ଡୁଙ୍ଗୁରିପାଲି ପୋଲିସ । ଗଂଜେଇ ମାଫିଆମାନେ ଗାଡି ଛାଡି ଫେରାର ହୋଇଯାଇଛନ୍ତି। ଓଡିଶାରୁ ଛତିଶଗଡ଼ ଗଂଜେଇ ଚାଲାଣ ହେଉଥିବା ସୂଚନା ମିଳିଛି lକାର୍ ରେ ଓଡ଼ିଶାରୁ ଛତିଶଗଡ ଯୋଗେ ଗଂଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ପୋଲିସ ଖବର ପାଇଥିଲା lପୋଲିସ ସୁତ୍ର ରୁ ପ୍ରକାଶ ଯେ ଶନିବାର ବୌଦ୍ଧ ପଟରୁ ଛତିଶଗଡ କୁ ଗଂଜେଇ ଚାଲାଣ ହେଉ ଥିବା ବେଳେ ଏକ ଧଳା ରଙ୍ଗର କାର ଗଂଜେଇ ବୋଝେଇ ଭର୍ତ୍ତି ହୋଇ ଆସୁଥିବା ଦେଖି କୌଣସି ସୁତ୍ର ରୁ ଖବର ପାଇଁ ସୋନପୁର ପୋଲିସ ଟିମ କାରକୁ ପିଛା କରି ବିନିକା ଓ ରାମପୁର ପୋଲିସ କୁ ଖବର ଦେଇଥିଲା |ସୋନପୁର, ବିନିକା ଓ ରାମପୁର ଥାନା ପୋଲିସ ଟିମ ମିଳିତ ହୋଇ ଭୋର ୫ ଟା ସମୟରେ କାର କୁ ପିଛା କରିଥିଲେ l ହେଲେ ଗଞ୍ଜେଇ ମାଫିଆ ମାନେ ଗଞ୍ଜେଇ ପାର କରି ନ ପାରି ଡୁଙ୍ଗୁରିପାଲି ଥାନା ବେହେରାମାଲ ଗ୍ରାମପଞ୍ଚାୟତ ଲଙ୍ଗଳକଟା ଗ୍ରାମ ନିକଟ ଚାଷ ଜମି ରାସ୍ତାରେ ଗଂଜେଇ ଭର୍ତ୍ତି ଏକ ଧଳା କାର କୁ ଛାଡି ଗଂଜେଇ ମାଫିଆ ମାନେ ଫେରାର ହୋଇଯାଇଥିଲେ l

ଚାଷଜମି ରାସ୍ତାରେ ସକାଳ ୭ ଟା ରେ ଏକ ଧଳା କାର ଥିବା ଦେଖି ଲଙ୍ଗଳକଟା ଗ୍ରାମର ରବୀନ୍ଦ୍ର ତ୍ରିପାଠୀ ଡୁଙ୍ଗୁରିପାଲି ପୋଲିସ କୁ ଖବର ଦେଇଥିଲେ l ଡୁଙ୍ଗୁରିପାଲି ପୋଲିସ ଘଟଣା ସ୍ଥଳକୁ ସକାଳ ୭ ଟା ସମୟରେ ପହଂଚିଥିଲେ l ପରେ ଦିନ ୧୧ ଟା ସମୟରେ ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଥିବା ରାମପୁର ଅତିରିକ୍ତ ତହସିଲଦାର ରୋହିତ କୁମାର ବାଘ ଉପସ୍ଥିତ ରହିଥିଲେ | ପୋଲିସ କାର ଭିତରୁ ଗଞ୍ଜେଇ ସବୁ କୁ ବାହାର କରିଥିଲେ l କାର ଭିତରୁ ମୋଟ ୨୭୦ ପକେଟ ଗଂଜେଇ ବାହାରି ଥିଲା l ମାଜିଷ୍ଟ୍ରେଟ ବାଘଙ୍କ ଉପସ୍ଥିତି ରେ ଓଜନ କରାଯାଇଥିଲା l ଓଜନ କଲା ପରେ ୨କ୍ୟୁଣ୍ଟାଲ ୭୨କିଲୋ ୨୦୦ଗ୍ରାମ ହୋଇଥିଲା l ଓଜନ ଗଞ୍ଜେଇ ସବୁ ୧୨ ଗୋଟି ବଡ଼ ପ୍ୟାକେଟ ରେ ଭର୍ତ୍ତି କରି ସିଲ କରାଯାଇ ପୋଲିସ ଜବତ କରିରଖିଛି l ଗଞ୍ଜେଇ ମାଫିଆ ମାନେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଓଡିଶା ଓ ଛତିଶଗଡ ରାଜ୍ୟ ର ଦୁଇଟି ନମ୍ବର ପ୍ଲେଟ ଓ କାରକୁ ପୋଲିସ ଜବତ କରିଛି |ଜବତ ହୋଇଥିବା ଗଂଜେଇର ସରକାରୀ ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବା ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ଏ ନେଇ ଡୁଙ୍ଗୁରିପାଲି ପୋଲିସ କେଶ ନଂ -୧୧୫ /୨୬ ରେ ଅବକାରୀ ଆକ୍ଟ ୩୧୮/(୪)ଭାରତୀୟ ନ୍ୟାୟ ସହିତା ଅନୁଯାୟୀ ୨୦ (b)c ୨୫/୨୯ ,୨୦(b)(ii)c ୨୫/୨୯ ଆଧାର ରେ ମାମଲା ୠଜୁ ହୋଇ ଥିବା ତଦନ୍ତ ଅଧିକାରୀ ଏସଆଇ ଅମିତ କୁମାର ଧଳଙ୍କ ଠାରୁ ସୂଚନା ମିଳିଛି |

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *