November 13, 2026
Home » କାର ସହ ବିପୁଳ ପରିମାଣ ର ଗଞ୍ଜେଇ ଜବତ, 6 ଅଭିଯୁକ୍ତ ଗିରଫ

କାର ସହ ବିପୁଳ ପରିମାଣ ର ଗଞ୍ଜେଇ ଜବତ, 6 ଅଭିଯୁକ୍ତ ଗିରଫ

0
WhatsApp Image 2026-11-13 at 12.38.41 PM
ସୁବର୍ଣ୍ଣପୁର — ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଭାବେ ଧରପଗଡ଼ ଓ ଚଢ଼ାଉ ହେବା ସତ୍ତ୍ୱେ କମୁ ନାହିଁ ଚୋରା ଗଞ୍ଜେଇ କାରବାର l ପଡୋଶୀ ବୌଦ୍ଧ ଜିଲ୍ଲା ରୁ ସୁବର୍ଣ୍ଣପୁର ଜିଲ୍ଲା ଦେଇ ବ୍ୟାପକ ଗଞ୍ଜେଇ ଚୋରା ଚାଲାଣ ହେଉଛି ରାଜ୍ୟ ର ବିଭିନ୍ନ ସ୍ଥାନକୁ l ମାଫିଆ ମାନେ ଚୋରା ଗଞ୍ଜେଇ ରାଜ୍ୟ ବାହାରକୁ ମଧ୍ୟ ବିଭିନ୍ନ ଉପାୟ ରେ  ଗଞ୍ଜେଇ  ଚୋରା ଚାଲାଣ କରୁଛନ୍ତି l ସୋନପୁର ସମ୍ବଲପୁର ମୁଖ୍ୟ ରାସ୍ତା ର ପିପିଲିକାନି ଛକ ନିକଟ ରେ ଉଲୁଣ୍ଡା ପୋଲିସ ଟିମ ଚଢ଼ାଉ କରି କାର ସହ ବିପୁଳ ପରିମାଣ ର ଗଞ୍ଜେଇ ଜବତ କରିଛି l ଗଞ୍ଜେଇ ଚୋରା ଚାଲାଣ ଘଟଣା ରେ ସମ୍ପୃକ୍ତ 6 ଜଣ ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଛି l ସୂଚନା ଅନୁଯାୟୀ ଗୁରୁବାର ଦିନ
(ତା ୧୨.୧୧.୨୦୨୬ )ସନ୍ଧ୍ୟା ସମୟରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶକ୍ରମେ ଉଲୁଣ୍ଡା ଥାନା ପୋଲିସ ଥାନା ସମ୍ମୁଖରେ ଗାଡ଼ି ଯାଞ୍ଚ ଓ ନାକାବନ୍ଦୀ କରାଯାଇଥିଲା । ବୌଦ୍ଧ ପଟୁ ସମ୍ବଲପୁର ଅଭିମୁଖେ ଦୁଇଟି ଗାଡ଼ିରେ (ଗୋଟିଏ ଧଳା ରଙ୍ଗର ହୁଣ୍ଡାଇ କ୍ରେଟା କାର, ଯାହାର ପଞ୍ଜୀକରଣ ନମ୍ବର OD-02-B-7916 ଏବଂ ଅନ୍ୟଟି ଧଳା ରଙ୍ଗର ମାରୁତି ଏର୍ଟିଗା କାର, ଯାହାର ପଞ୍ଜୀକରଣ ନମ୍ବର OD-15-Y-9958), ପୋଲିସ ଟିମ କୁ ଦେଖି ଉକ୍ତ ସନ୍ଦିଗ୍ଧ ଗାଡ଼ି ଦୁଇଟି ଉଲୁଣ୍ଡା ପେଟ୍ରୋଲ ପମ୍ପ ନିକଟରେ ହଠାତ୍ ପଛକୁ ବୁଲାଇ ସୋନପୁର ଅଭିମୁଖେ ଖସିଯିବାକୁ ଚେଷ୍ଟା କରିଥିଲେ । ଏହାପରେ ଉଲୁଣ୍ଡା ଥାନା ର ପୋଲିସ ଟିମ ଉକ୍ତ ଗାଡ଼ି ଦୁଇଟିକୁ ପିଛା କରିଥିଲେ । ସନ୍ଧ୍ୟା ପ୍ରାୟ ୬.୩୦ ଘଣ୍ଟା ସମୟରେ ପିପିଲିକାନି ନିକଟରେ ଜେଆରପି କ୍ୟାମ୍ପ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଉଲୁଣ୍ଡା ଥାନା ଅଞ୍ଚଳ ଅଧୀନରେ ଧଳା ରଙ୍ଗର ହୁଣ୍ଡାଇ କ୍ରେଟା କାର ନମ୍ବର OD-02-B-7916 କୁ  ଅଟକାଯାଇଥିଲା । ଉକ୍ତ ଗାଡ଼ି ମଧ୍ୟରେ ଦୁଇ ଜଣ ବ୍ୟକ୍ତି ଥିଲେ, ଯେଉଁମାନଙ୍କ ମଧ୍ୟରୁ ଜଣେ ଡ୍ରାଇଭର ଏବଂ ଅନ୍ୟ ଜଣେ ସହଯାତ୍ରୀ ଥିଲେ । ଏହି ସମୟରେ ପୋଲିସ ଟିମ ଉପରୋକ୍ତ ଗଞ୍ଜେଇ ଗାଡିକୁ ପାଇଲଟିଙ୍ଗ କରୁଥିବା ଏର୍ଟିଗା କାରକୁ ମଧ୍ୟ ପିଛା କରିଥିଲେ । ଦୀର୍ଘ ସମୟ ଧରି ପିଛା କରିବା ପରେ ଉକ୍ତ ଏର୍ଟିଗା କାରକୁ ମଧ୍ୟ ଅଟକାଯାଇଥିଲା । ଏର୍ଟିଗା କାରରେ ଥିବା ବ୍ୟକ୍ତିମାନେ ଗଞ୍ଜେଇ ବୋଝେଇ ହୁଣ୍ଡାଇ କ୍ରେଟା କାରକୁ ଏସକର୍ଟ କରି ନେଉଥିବା ପ୍ରକାଶ କହିଥିଲେ । ଉକ୍ତ ଏର୍ଟିଗା କାରରେ ଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଆବଶ୍ୟକୀୟ ଆଇନଗତ ପଦକ୍ଷେପ ଗ୍ରହଣ ନିମନ୍ତେ ଘଟଣାସ୍ଥଳକୁ ଅଣାଯାଇଥିଲା । ଉକ୍ତ  କ୍ରେଟା ଗାଡି କୁ ଯାଞ୍ଚ କରିବା ସମୟରେ ସେଥିରୁ ସମୁଦାୟ ୧୭୧ କିଲୋଗ୍ରାମ ୯୯୦ ଗ୍ରାମ ଓଜନର  ଗଞ୍ଜେଇ ଉଦ୍ଧାର କରାଯାଇ ଜବତ କରାଯାଇଥିଲା ।
ଏ ନେଇ ଉଲୁଣ୍ଡା ପୋଲିସ କେଶ ନମ୍ବର- 222/13/11/2026 U/s- 20(b)(ii)/(c)/25/29 NDPS Act ରେ ଏକ ମାମଲା ରୁଜୁ କରାଯାଇଛି l ଏହି ମାମଲା ରେ ଝାରଖଣ୍ଡ ରାଜ୍ୟ ର ପୂର୍ଵ ସିଂହଭୂମି ଜିଲ୍ଲା ସୁନାରି ଥାନା ଜାମସେଦପୁର ବୁଦ୍ଧରାମ ବସ୍ତି ର ମହେଶ କୁମାର ଙ୍କ ପୁତ୍ର ଲଳିତ କୁମାର (29), ଜାମସେଦପୁର ନିର୍ମଲ ନଗର ସ୍ବର୍ଗତ ପ୍ରେମଲାଲ ଙ୍କ ପୁତ୍ର  ଡ୍ରାଇଭର ସୁମିତ କୁମାର (35),ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ଡ଼ିମିରିପାଲି ଗ୍ରାମର ଯାଦୁନାଥ ସେଠୀ ଙ୍କ ପୁତ୍ର ( ସହଯୋଗୀ ଡ୍ରାଇଭର ) ସନତ କୁମାର ସେଠୀ (43),ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବାଗଡ଼ିଆ ( ରକ୍ସା ) ଗ୍ରାମର ବାହାଦୁର ପଧାନ ଙ୍କ ପୁତ୍ର ସନ୍ତୋଷ ପଧାନ (32),ତବଡ଼ା ଗ୍ରାମର ପଞ୍ଚା ମେଣ୍ଡିଲି ଙ୍କ ପୁତ୍ର କୈଳାଶ ମେଣ୍ଡିଲି (31)ଓ ଝାରଖଣ୍ଡ ରାଜ୍ୟ ର ସରେଇକେଲା( ଖରସୁଆଁ ) ଜିଲ୍ଲା ଅଦିତପୁର ଥାନା ଅନ୍ତର୍ଗତ ସହରବେରା ଗ୍ରାମର ବିଶେଶ୍ୱର ସିଂହ ଙ୍କ ପୁତ୍ର ଶ୍ରବଣ ଯାଦବ ( 28) ଙ୍କୁ ଗିରଫ କରାଯାଇଛି l ସମସ୍ତ ୦୬ ଜଣ ଗଞ୍ଜେଇ ଚାଲାଣକାରୀ ଙ୍କୁ ଗିରଫ କରାଯାଇ କୋର୍ଟ କୁ ଚାଲାଣ କରାଯାଇଥିବା ଶୁକ୍ରବାର ଦିନ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇଛନ୍ତି ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ l ଏହି ସାମ୍ବାଦିକ ସମ୍ବିଳନୀ ରେ ଅନ୍ୟ ପୋଲିସ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *