October 12, 2024
Home » କାଶିବାହାଲ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ କାର୍ଯ୍ୟକ୍ରମ।

କାଶିବାହାଲ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ କାର୍ଯ୍ୟକ୍ରମ।

0

 

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ କାଶିବାହାଲ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାଶିବାହାଲ କ୍ଲଷ୍ଟର ସିଆରସିସି ରାଜେନ୍ଦ୍ର କୁମାର ଦୁରିଆଙ୍କ ସଂଯୋଜନାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ବର୍ଗରେ ସଂଗୀତ, ବକ୍ତୃତା, ତର୍କ, ସାଧାରଣ ଜ୍ଞାନ, ସୃଜନଶୀଳ ଲିଖନ, ଦଳଗତ ନୃତ୍ୟ ଏବଂ ମଧ୍ୟାହ୍ନ ଭୋଜନ ଚିତ୍ର କଳା ଓ ଶିଳ୍ପ କଳା ପ୍ରତିଯୋଗିତା ହୋଇଥିଲା ।

ସେହିପରି ଏଫ୍ ଏଲ୍ ଏନ୍ ଗ୍ରେଡ୍ ର ଛାତ୍ରଛାତ୍ରୀ ମାନଙ୍କର ଗଣିତ କୁଇଜ୍, ଦୌଡ଼, ଚିତ୍ରାଙ୍କନ ଓ ଗଳ୍ପ କଥନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଅଶୋକ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସଭାରେ ଯଥାକ୍ରମେ ଧର୍ମଗଡ଼ ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଚନ୍ଦ୍ରକାନ୍ତ ବେହେରା ମୁଖ୍ୟ ଅତିଥି, ପଞ୍ଚାୟତ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଶ୍ରୀ ଗଣପତି ବାଗ ମୁଖ୍ୟ ବକ୍ତା, କନକ ନ୍ୟୁଜ୍ ଓ ସମ୍ବାଦର ବରିଷ୍ଠ ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ, କାଉନସିଲର ପ୍ରବୀଣ କୁମାର ପଣ୍ଡା ଓ ରତ୍ନ ପାତ୍ର, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶ୍ୱଜିତ ବେହେରା, ସମାଜସେବୀ ଚତୁର୍ଭୁଜ ତାଣ୍ଡୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ବଟକୃଷ୍ଣ ବେହେରା ସଭା ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଭାରତ ବନ୍ଧୁ ସୁନାନୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲେ । ପ୍ରଥମ ସ୍ଥାନ ଅଧିକାର କରିଥିବା। ସମସ୍ତ ଛାତ୍ରଛାତ୍ରୀ ବ୍ଲକସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ କାଶିବାହାଲ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସାହାଯ୍ୟ କରିଥିଲେ ।

ଧର୍ମଗଡ ଇପିଏରୁ ଏ, ବ୍ରହ୍ମାନନ୍ଦ ଆଚାରୀ ଙ୍କ ରିପୋର୍ଟ…

Leave a Reply

Your email address will not be published. Required fields are marked *