February 5, 2026
Home » କିନ୍ନର ସଂଘର ବାର୍ଷିକ ଉତ୍ସବ ଏବଂ ସ୍ମୃତି ସମ୍ମାନ ଉତ୍ସବ ପାଳନ

କିନ୍ନର ସଂଘର ବାର୍ଷିକ ଉତ୍ସବ ଏବଂ ସ୍ମୃତି ସମ୍ମାନ ଉତ୍ସବ ପାଳନ

0
WhatsApp Image 2026-01-20 at 11.09.10 PM

ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର କଲ୍ୟାଣ ମଣ୍ଡପ ଠାରେ ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘର ବାର୍ଷିକ ଉତ୍ସବ ଓ ସ୍ମ୍ତତି ସମ୍ମାନ ସମାରୋହ ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି । ଜିଲ୍ଲା କିନ୍ନର ସଂଘ ର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା, ତଥା ଅନୁସୂଚିତ ଜାତି ଓ ଜନଜାତି ତଥା ଭିନ୍ନକ୍ଷମ ସସସ୍ତିକରଣ କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟା ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ବରେଣ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ଚନ୍ଦ୍ର ବର୍ମନ୍, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ବରିଷ୍ଟ ସମାଜସେବୀ ରମେଶ ଚନ୍ଦ୍ର ସାହୁ, ଝରିଗାଁ ବିଧାୟକ ପ୍ରତିନିଧି ପ୍ରସନ୍ନ ମହାନ୍ତି , ବରିଷ୍ଟ ଅଧିବକ୍ତା ରାମ ନାୟକ,ବରିଷ୍ଠ ସମାଜସେବୀ ତଥା ଅନୁଷ୍ଠାନ ର ମୁଖ୍ୟ ଉପଦେଷ୍ଟl ଜଗନ୍ନାଥ ମହାପାତ୍ର, ସମାଜସେବୀ ତଥା ବରିଷ୍ଟ ନାଗରିକ ଜୟଦେବ ପରିଡ଼ା, ବରିଷ୍ଠ ଡ଼ାକ୍ତର ସୁରେନ୍ଦ୍ର ନାଥ ଦାସ,ଅନୁଷ୍ଠାନର ଉପଦେଷ୍ଟl ତଥା ଆଇନ ପରାମର୍ଶଦାତା ଅଧିବକ୍ତା ଶ୍ରୀନିବାସ ପଟ୍ଟନାୟକ, ସଂଘର ଉପଦେଷ୍ଟା ଶର୍ମିଷ୍ଠା ଦେଓ , ସଂଘର ଆଇନ ପରାମର୍ଶଦାତା ଅଧିବକ୍ତା ରାମ ପ୍ରସାଦ ପାତ୍ର, , କିନ୍ନର ସଂଘ ସଭାପତି କାଜଲ କିନ୍ନର, ସଂପାଦକ ଚୂମକି କିନ୍ନର ପ୍ରମୁଖ ଯୋଗ ଦେଇ ମଞ୍ଚାସିନ ଥିଲେ l

ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟାପକ ଶ୍ରୀ ଅଖିଳ କୁମାର ଭଟ୍ଟ ଅତିଥି ମାନଙ୍କୁ ମଞ୍ଚକୁ ସ୍ଵାଗତ କରି ସଂଯୋଜନା କରିଥିବା ବେଳେ ସଂପାଦକ ଚୁମକି ବାର୍ଷିକ ବିବରଣୀ ପାଠ କରିଥିଲେ l କିନ୍ନର ମାନଙ୍କ ଅଧିକାଂଶ ସମସ୍ୟା ର ସମାଧାନ ହୋଇଛି ଏବଂ ଆଗାମୀ ଦିନରେ ଅନ୍ୟ ସମସ୍ତ ସମସ୍ୟାର ସମାଧାନ ଦିଗରେ ସରକାର ପଦକ୍ଷେପ ନେଉଛନ୍ତି ବୋଲି ମୁଖ ଅତିଥି ମନ୍ତ୍ରୀ ଶ୍ରୀ ଗଣ୍ଡ ମତବ୍ୟକ୍ତ କରିଥିଲେ। ଅନ୍ୟତମ ଆତିଥି ମାନେ କିନ୍ନର ମାନଙ୍କ ବିଭିନ୍ନ ସମସ୍ୟା ଓ ତାହାର ଆଶୁ ସମାଧାନ କରିପାରିଲେ ସେମାନେ ମଧ୍ୟ ଯୁଗ ସହ ତାଳ ଦେଇ ଚାଲି ପାରିବେ ବୋଲି ମତ ପ୍ରକାଶ କରିଥିଲେ । ସମାଜରେ ଲୁକ୍କାୟିତ ଭାବେ ବସବାସ କରୁଥିବା କିନ୍ନର ମାନଙ୍କୁ ଖୋଜି ବାହାର କରିପାରିଲେ ସଂଗଠନ ଅଧିକ ମଜବୁତ୍ ହୋଇ ପାରିବ ବୋଲି ନିଜ ଅଭିଭାଷଣ ରେ ଅଧକ୍ଷ ଶ୍ରୀ ପଟ୍ଟନାୟକ ମତ ପ୍ରକାଶ କରିଥିଲେ l ଏହି ଅବସରରେ ଜିଲ୍ଲା କିନ୍ନର ସଂଘ ପକ୍ଷରୁ ସମାଜର ବିଭିନ୍ନ ଶ୍ରେଣୀର ପ୍ରତିଷ୍ଠିତ ଅନୁଷ୍ଠାନ ଏଵଂ ବ୍ୟକ୍ତି ବିଶେଷ ଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା l ଏହି ଅବସରରେ ଥାନା ଅଧିକାରୀ ରମାକାନ୍ତ ସାଏ ଯୋଗ ଦେଇଥିଲେ। ସମାଜ ସେବୀ ମନୋଜ କୁମାର ପାଢୀ, ସଂଜୀବ ସୁବୁଦ୍ଧି, ନିନିବାବୁ ତ୍ରିପାଠୀ, କୃଷ୍ଣ ପ୍ରସାଦ ପଟ୍ଟନାୟକ, ଗୀତା ନନ୍ଦ, ମନୋଜ ଧଳ, ରବି ସୁନା , ହରିଶ ବେହେରା ପ୍ରମୁଖ ସହଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ୧୦ ଟି ସମେତ ଅଭିବ୍ୟକ୍ତ କୋରାପୁଟ ଜିଲ୍ଲା ରୁ ଶତାଧିକ କିନ୍ନର ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମ ରେ ଉମରକୋଟ ଅଞ୍ଚଳର ବହୁ ବୁଦ୍ଧିଜିବୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *