August 21, 2026
Home » ଲକ୍ଷ୍ନେଠାରେ ବିଧାନସଭାର ସଚିବମାନଙ୍କର ସର୍ବଭାରତୀୟ ସମ୍ମିଳନୀ ଆୟୋଜିତ

ଲକ୍ଷ୍ନେଠାରେ ବିଧାନସଭାର ସଚିବମାନଙ୍କର ସର୍ବଭାରତୀୟ ସମ୍ମିଳନୀ ଆୟୋଜିତ

0
WhatsApp Image 2026-01-20 at 10.57.27 PM

 

ଭୁବନେଶ୍ବର: ଲକ୍ଷ୍ନେଠାରେ ଆୟୋଜିତ 86ତମ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ ସହ 62ତମ ବିଧାନସଭାର ସଚିବମାନଙ୍କର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଯୋଗଦେଇ ଓଡ଼ିଶା ବିଧାନସଭାର ସଚିବ ଶ୍ରୀ ସତ୍ଯବ୍ରତ ରାଉତ ବିଧାନସଭାର କାର୍ଯ୍ୟଭାର ଓ ପରିସର ବୃଦ୍ଧି ସହ ଅଧିକ କର୍ମଚାରୀମାନଙ୍କ ନିଯୁକ୍ତି, ବିଭିନ୍ନ ରାଜ୍ଯର ବିଧାନସଭାର କର୍ମଚାରୀମାନଙ୍କ ମଧ୍ୟରେ ରହିଥିବା ଦରମାରେ ତାରତମ୍ଯ ଦୂର କରି ଏକକ ବେତନ ବ୍ଯବସ୍ଥା ପ୍ରଚଳନ ସମ୍ପର୍କରେ ନିଜର ଅଭିବ୍ଯକ୍ତିରେ ଗୁରୁତ୍ବାରୋପ କରିବା ସହ କହିଲେ ଯେ ଓଡ଼ିଶା ବିଧାନସଭାର ଅଧିବେଶନ 2024ରେ 42 ଦିନ ଅନୁଷ୍ଠିତ ହୋଇଥିବାବେଳେ ଏହା ଅନ୍ଯ ରାଜ୍ଯମାନଙ୍କ ତୁଳନାରେ ସର୍ବାଧିକ ଏବଂ ଜାତୀୟ ହାରଠାରୁ ଅଧିକ । ଜୁନ୍ 2024ରୁ ଜୁନ୍ 2025 ମଧ୍ୟରେ 62ଟି ବୈଠକ ସମ୍ପନ୍ନ ହୋଇଛି । ଓଡ଼ିଶା ପ୍ରଥମ ରାଜ୍ଯ ଭାବେ ଜାତୀୟ ଇ-ବିଧାନ ଆପ୍ଲିକେସନ୍ ନେଭା ମାଧ୍ୟମରେ ସମ୍ପୂର୍ଣ୍ଣ କାଗଜବିହୀନ ବଜେଟ ଉପସ୍ଥାପନ କରିବା ସହ ଏବେ ପେପରଲେସ୍ ହାଉସ୍ ଭାବରେ ପରିଗଣିତ ହେଉଛି । ଏହା ଏବେ ଅନ୍ଯ ରାଜ୍ଯ ପାଇଁ ମଡେଲ ସାଜିଛି । ଆମେ 1937 ମସିହାର ପୁରୁଣା ରେକର୍ଡର ଡିଜିଟାଇଜେସନ୍ କରିବା ସହ ଓଡ଼ିଶା ବିଧାନସଭାର ପାଠାଗାରକୁ ରାଜ୍ଯ ସର୍ବୋତ୍ତମ ପାଠାଗାର ଭାବେ ପ୍ରତିଷ୍ଠିତ କରିପାରିଛୁ । ସମ୍ମିଳନୀର ପ୍ରାରମ୍ଭରେ ଉତ୍ତରପ୍ରଦେଶ ବିଧାନସଭାର ପ୍ରମୁଖ ସଚିବ ଶ୍ରୀ ପ୍ରଦୀପ କୁମାର ଦୁବେ ଉଦଘାଟନୀ ଅଭିଭାଷଣ ପ୍ରଦାନ କରିଥିବାବେଳେ ଲୋକସଭାର ମହାସଚିବ ଶ୍ରୀ ଉତ୍ପଳ କୁମାର ସିଂହ ଓ ରାଜ୍ଯସଭାର ମହାସଚିବ ଶ୍ରୀ ପି.ସି. ମୋଦୀ ନିଜର ବକ୍ତବ୍ଯ ଉପସ୍ଥାପନ କରିଥିଲେ । ଉତ୍ତରପ୍ରଦେଶ ବିଧାନ ପରିଷ’ର ପ୍ରମୁଖ ସଚିବ ଡ. ରାଜେଶ ସିଂ ଧନ୍ଯବାଦ ଅର୍ପଣ କରିଥିଲେ । ଏହି ଅବସରରେ ୩୫ଟି ରାଜ୍ୟ ବିଧାନସଭା ଓ ବିଧାନପରିଷଦ ର ସଚିବ ଯୋଗ ଦେଇଥିବାବେଳେ ଓଡ଼ିଶା ସମେତ ତେଲେଙ୍ଗାନା, କର୍ଣ୍ଣାଟକ, କାଶ୍ମୀର, ଗୁଜରାଟ, ନାଗାଲାଣ୍ଡ, ଓ ମଣିପୁରର ସଚିବ ସମ୍ମିଳନୀରେ ଆଲୋଚନାରେ ଅଂଶ ଗ୍ରହଣକରି ନିଜ ନିଜର ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ l ସମ୍ମିଳନୀରେ ବିଧାନସଭାରେ କର୍ମଚାରୀ ସଂଖ୍ୟା ବୃଦ୍ଧି ନେଇ ସହମତି ପ୍ରକାଶ ପାଇ ଥିଲା l

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।