January 25, 2025
Home » କୁଜଙ୍ଗ ବିଡ଼ିଓ, ଓ ବ୍ଲକ ଅଧକ୍ଷା ଙ୍କ ଖଣ୍ଡ ଯୁଦ୍ଧ୍ୟ, ଥାନାରେ ଏତଲା,

କୁଜଙ୍ଗ ବିଡ଼ିଓ, ଓ ବ୍ଲକ ଅଧକ୍ଷା ଙ୍କ ଖଣ୍ଡ ଯୁଦ୍ଧ୍ୟ, ଥାନାରେ ଏତଲା,

0

 

କୁଜଙ୍ଗ  :ଅଣ୍ଟି ନପୁରିବାରୁ ତଣ୍ଟି କଟାକଟି ହେଉଛନ୍ତି କୁଜଙ୍ଗ ବ୍ଲକରେ ବିଜେପି ଓ ବିଜେଡି ଗୋଷ୍ଟୀ, ପୁର୍ବ ବିଜେଡି ସରକାର ସମୟରେ କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ନିନାରାଣୀ ସାହୁଙ୍କ ସାମର୍ଥିତ ସମିତି ସଭ୍ୟ, ସଭ୍ୟା, ପଂଚାୟତ ର ସରପଞ୍ଚ ମାନେ ଆଖିବୁଯା କାମ କରି ବିଲି ଉଠେଇ ନେଉଥିବା ବେଳେ ଆଉକିଛି ଠିକାଦାର ଙ୍କ ବିଲି ପଡ଼ିରହିଛି ଏହାର ସମାଧାନ ପାଇଁ ଗତ କାଲି ଶୁକ୍ରବାର କୁଜଙ୍ଗ ବ୍ଲକ ସଭା ଗୃହରେ ସମିତି ସଭ୍ୟ, ସରପଞ୍ଚ କୁଜଙ୍ଗ ବିଡ଼ିଓ ଓ ଅଧକ୍ଷା ନିନାରାଣୀ ସାହୁ ମିଶି ବୈଠକି ଆଲୋଚନା କରୁ କରୁ ବାକ ବିତଣ୍ଡା ରେ ସଭା ସ୍ଥଳୀ ରାଣକ୍ଷେତ୍ର ପାଲଟି ଥିଲା,

ଏପରିକି ଉଭୟ ଠେଲାପେଲା ମରାମରି ହୋଇ ଥିଲେ ବୋଲି କୁଜଙ୍ଗ ଥାନାରେ କୁଜଙ୍ଗ ବ୍ଲକ ବିଡ଼ିଓ ଦୀପକ ସ୍ୱାଇଁ ଓଅଧକ୍ଷା ନିନାରାଣୀ ସାହୁ ପୃଥକ ପୃଥକ ଏତଲା ଦେଇଛନ୍ତି, ଯେହେତୁ ପାରାଦୀପ ନିର୍ବାଚନ ମଣ୍ଡଳୀ ରେ ଶାସକ ମନ୍ତ୍ରୀ ଓ ସାଂସଦ ଅଛନ୍ତି ବିଡ଼ିଓ ଆଉ ବିଜେଡିଆ ଙ୍କ କଥା ଶୁଣୁ ନାହାନ୍ତି, ବିଜେଡି ର ବ୍ଲକ ଅଧକ୍ଷା ମାଡାମ ସାହୁ ନିଜ ସମର୍ଥକ କୁ ସହଯୋଗ କରିବାକୁ ବିଡ଼ିଓ ଙ୍କ ଉପରେ ଚାପ ପକାଇବାକୁ ଉଦ୍ୟମ କରିବାରୁ ବ୍ଲକ ସଭାଗହ ରଣକ୍ଷେତ୍ର ପାଲଟି ଥିବା ଚର୍ଚ୍ଚା ହେଉଛି, କୁଜଙ୍ଗ ବ୍ଲକ ରାଜନୀତି କେଉଁ ମୋଡ଼ ନେଉଛି କୁଜଙ୍ଗିଆ ଅନେଇ ରହିଲେଣି,

ତିର୍ତୋଲ ରୁ ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ l

Leave a Reply

Your email address will not be published. Required fields are marked *