କୁଷ୍ଠରୋଗ ସକ୍ରିୟ ରୋଗୀ ସନ୍ଧାନ ଅଭିଯାନ (LCDC) ଅବସରରେ ଜିଲ୍ଲାପାଳଙ୍କ
ପ୍ରିୟ ବରଗଡ଼ ଜିଲ୍ଲାବାସୀ,ଆସନ୍ତା ୧୭ ଅଗଷ୍ଟରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଜିଲ୍ଲାରେ କୁଷ୍ଠରୋଗ ସକ୍ରିୟ ରୋଗୀ ସନ୍ଧାନ ଅଭିଯାନ (Leprosy Case Detection Campaign – LCDC) ପାଳନ କରାଯିବ। ଜିଲ୍ଲାରେ କୁଷ୍ଠରୋଗର ପ୍ରାଦୁର୍ଭାବ ଅଧିକ ଥିବା ୧୨ଟି ବ୍ଲକ ଏବଂ ୧ଟି ସହରାଞ୍ଚଳରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବ।
ଏହି ଅଭିଯାନ ସମୟରେ ଆମର ଆଶା କର୍ମୀମାନେ ଘରକୁ ଘର ବୁଲି କୁଷ୍ଠରୋଗର ସନ୍ଦିଗ୍ଧ ରୋଗୀଙ୍କୁ ଚିହ୍ନଟ କରିବେ ଏବଂ ଆବଶ୍ୟକ ପରୀକ୍ଷା ପାଇଁ ସେମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବେ।
ଅଭିଯାନ ସମୟରେ ବିକଳ୍ପ ଦିନରେ ଡାକ୍ତରମାନେ ଗ୍ରାମ ପରିଦର୍ଶନ କରି ସନ୍ଦିଗ୍ଧ ବ୍ୟକ୍ତିଙ୍କର ରୋଗ ନିଶ୍ଚିତ କରିବେ। ଯେଉଁମାନଙ୍କଠାରେ କୁଷ୍ଠରୋଗ ନିଶ୍ଚିତ ହେବ, ସେମାନଙ୍କର ନିଶୁଳ୍କ ଚିକିତ୍ସା ତୁରନ୍ତ ଆରମ୍ଭ କରାଯିବ।
କୁଷ୍ଠରୋଗ ସମ୍ପୂର୍ଣ୍ଣ ଭାବେ ଚିକିତ୍ସାଯୋଗ୍ୟ। ଶୀଘ୍ର ଚିହ୍ନଟ ଓ ସଠିକ୍ ଚିକିତ୍ସା ଦ୍ଵାରା ଏହାକୁ ସମ୍ପୂର୍ଣ୍ଣ ଭଲ କରାଯାଇପାରିବ ଏବଂ ଅଙ୍ଗବିକଳତାକୁ ମଧ୍ୟ ରୋକାଯାଇପାରିବ।
ତେଣୁ ମୋର ସମସ୍ତ ଜିଲ୍ଲାବାସୀଙ୍କୁ ଅନୁରୋଧ, ଆଶା କର୍ମୀମାନଙ୍କୁ ପୂର୍ଣ୍ଣ ସହଯୋଗ କରନ୍ତୁ, ସଠିକ୍ ସୂଚନା ପ୍ରଦାନ କରନ୍ତୁ ଏବଂ ଏହି ଜନହିତକର ଅଭିଯାନକୁ ସଫଳ କରିବାରେ ସହଭାଗୀ ହୁଅନ୍ତୁ।
ଆସନ୍ତୁ, ସମସ୍ତଙ୍କ ମିଳିତ ପ୍ରୟାସରେ କୁଷ୍ଠମୁକ୍ତ ଜିଲ୍ଲା ଗଠନ କରିବା।
ଧନ୍ୟବାଦ।
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.
