August 5, 2026
Home » କୃଷି ପ୍ରଶିକ୍ଷିଣ ସଚେତନତା କାର୍ଯ୍ୟକ୍ରମ

କୃଷି ପ୍ରଶିକ୍ଷିଣ ସଚେତନତା କାର୍ଯ୍ୟକ୍ରମ

0
WhatsApp Image 2026-08-05 at 11.03.44 AM

ସୋଆ ବିଶ୍ୱବିଦ୍ୟାଳୟ ଚତୁର୍ଥବର୍ଷ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଗ୍ରାମୀଣ କୃଷି କାର୍ଯ୍ୟ ଅନୁଭୂତି ଅଧିନସ୍ତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବାଲିଅନ୍ତା ବ୍ଲକ ଝିଣ୍ଟି ଶାସନ ଗ୍ରାମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜି 1 ଛାତ୍ରୀ ଗୋଷ୍ଠୀଡ଼ଃ ସନ୍ତୁଳିତ ସାର ପ୍ରଦାନ କରିବା ସମ୍ପର୍କରେ କୃଷକ ମାନଙ୍କୁ ସଚେତନ କରିଥିଲେ।ମହାବିଦ୍ୟାଳୟର ଡିନ ଡ଼ଃ ସନ୍ତୋଷ କୁମାର ରାଉତ ଓ ରାୱେର ଚେୟାରମ୍ୟାନ ଡ଼ଃ ଅଂଶୁମାନ ଜେନାଙ୍କ ତତ୍ୱାବଧାନ ଓ ଡ଼ଃ ଵିଶାଲ ବିନୟ ଭଟ୍ଟଙ୍କ ଉପସ୍ଥିତି ରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।କାର୍ଯ୍ୟକ୍ରମରେ କୃଷକ ମାନଙ୍କୁ ମୂର୍ତ୍ତିକାର ସ୍ୱାସ୍ଥ୍ୟ ଓ ଫସଲର ଉତ୍ତପ।ଦନ କ୍ଷମତା ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଅବଗତ କରାଯାଇଥିଲା।ସାର ପ୍ରୟୋଗ ପୂର୍ବରୁ ମୂର୍ତ୍ତିକା ପରୀକ୍ଷ। କରିବା, ଫସଲର ଆବଶ୍ୟକତା ଅନୁଯାୟୀ ସାରର ମାତ୍ରା ନିର୍ଧାରଣ କରିବା, ଠିକ ସମୟରେ ଓ ଠିକ ପ୍ରାଣାଳୀ ରେ ସାର ପ୍ରୟୋଗ କରିବା ବିଷୟ ରେ ଗୁରୁତ୍ୱ ଦିଆଯାଇଥିଲା।କାର୍ଯ୍ୟକ୍ରମର ମୁଖ୍ୟ ବାର୍ତା ଥିଲା ସାର ପ୍ରୟୋଗ ପୂର୍ବରୁ ନିଶ୍ଚୟ ମୂର୍ତ୍ତିକା ପରୀକ୍ଷା କରନ୍ତୁ ଏବଂ ସୁସ୍ଥ ମାଟି ହେଉଛି ସୁସ୍ଥ ଫସଲ ର ଆଧାର।ସନ୍ତୁଳିତ ପୋଷକ ତତ୍ତ୍ୱ ପରିଚାଳନା ଓ ଗୁଣବତ୍ତା ବୃଦ୍ଧି ସହିତ ଦୀର୍ଘ ମିଆଦି ରେ ମାଟିର ଉର୍ବରତା ରକ୍ଷ। କରାଯାଇପାରିବ ବୋଲି କୃଷକ ମାନଙ୍କୁ ଅବଗତ କରାଯାଇଥିଲା।ଏହି ଅବସରରେ ଜି 1ଛାତ୍ରୀ ଗୋଷ୍ଠୀ ଦ୍ୱାରା ଗ୍ରାମରେ ସଚେତନତା ପଦଯାତ୍ରା କରାଯିବାସହ ଖୁଦ୍ର ନାଟକ ମାଧ୍ୟମରେ ସନ୍ତୁଳିତ ସାର ପ୍ରୟୋଗ କରିବାର ମହତ୍ୱକୁ କୃଷକ ମାନଙ୍କୁ ବୁଝାଯାଇଥିଲା।

Leave a Reply

Your email address will not be published. Required fields are marked *