January 25, 2025
Home » କୋରକୋଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଜଣେ ବୃଦ୍ଧାଙ୍କ ଶବ *ଗଣଦୁଷ୍କର୍ମ ପରେ ହତ୍ୟା …. ପୋଲିସ *

କୋରକୋଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଜଣେ ବୃଦ୍ଧାଙ୍କ ଶବ *ଗଣଦୁଷ୍କର୍ମ ପରେ ହତ୍ୟା …. ପୋଲିସ *

0

କୋରକୋଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଜଣେ ବୃଦ୍ଧାଙ୍କ ଶବ ଥିବା ନେଇ ୦୫/୧୨/୨୪ ତାରିଖ ମିଳିଥିବା ସୂଚନା ମୁତାବକ ମାଲକାନଗିରି ସଦର ଥାନା ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା । ଏହା ନେଇ କୋରାପୁଟରୁ ସାଇଣ୍ଟିଫିକ ଟିମ ସହ ଡଗ ସ୍ୱର୍ଡ ଅଣାଯାଇ ଅନୁସନ୍ଧାନ ସମୟରେ ସବୁ ତଥ୍ୟ ସହ ଘଟଣା ବିଷୟରେ ଜଣାପଡିଥିଲା । ଉକ୍ତ ମାମଲା ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ସଚିନ ପାଟିଲ୍‌ ଘଟିଥିବା ଘଟଣାର ସମସ୍ତ ବିବରଣୀ ପ୍ରଦାନ କରିଥିଲେ। ପ୍ରଦାନ କରିଥିବା ସମସ୍ତ ବିବରଣୀ ଅନୁଯାୟୀ ୦୫ ତାରିଖରେ କୋରକୋଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଜଣେ ବୃଦ୍ଧାଙ୍କ ଶବ ପଡ଼ିଥିବା ନେଇ ସ୍ଥାନୀୟ ଲୋକଙ୍କ ଦ୍ୱାରା ଖବର ପାଇବା ପରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପାରିପାର୍ଶ୍ବିକ ସମସ୍ତ କୋଣରୁ ଯେପରିକି ବୃଦ୍ଧାଙ୍କ ବିଷୟରେ ଆଖପାଖ ଅଂଚଳର ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ ଘଟଣା ଦିନ ରାତିରେ ସ୍ଥିତି ନେଇ ପଚରାଉଚରା ସମୟରେ ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖି ଜଣ ଜଣଙ୍କୁ ପଚାରିବା ସମୟରେ ଦୁଇଜଣଙ୍କ କଥା ତାଳମେଳ ହେଉନଥିବାରୁ ପରିଶେଷରେ ଜଣେ ବୃଦ୍ଧଙ୍କୁ ଡାକି ଦୁଷ୍କର୍ମ କରିଥିବା ନେଇ ରାଜି ହୋଥିତିବ ବେଳେ ପରବର୍ତ୍ତୀ ସମୟରେ ଆଉ ଜଣେ ମଧ୍ୟ ରାଜି ହୋଇଥିଲା । ଏପରିକି ଦୁଶକର୍ମକାରି ନିଜ ପରିଚୟ ନଷ୍ଟ କରିବାକୁ ନେଇ ବୃଦ୍ଧଙ୍କ ମୋବାଇଲ ନଷ୍ଟ କରିଥିବା ବେଳେ ତାଙ୍କ ପୋଷାକ ମଧ୍ୟ ପୋଫିଦେଇଥିଲେ ବୋଲି ଏସଡିପିଓ କହିଥିଲେ । ତାପରେ ଏହା ନେଇ କୋରାପୁଟରୁ ସାଇଣ୍ଟିଫିକ ଟିମ ସହ ଡଗ ସ୍ୱର୍ଡ ଅଣାଯାଇ ଘଟଣା ସ୍ଥଳକୁ ନେଇ ଅନୁସନ୍ଧାନ ସମୟରେ ସବୁ ତଥ୍ୟ ସହ ଘଟଣା ବିଷୟରେ ଜଣାପଡିଥିଲା ।
ମୃତା ବୃଦ୍ଧ ମହିଳା ଜଣକ ଗୁରୁବାରୀ ଦାସ(୬୩) ସ୍ବାମୀ ଓ ପିଲାମାନେ ବାହାରେ ରହୁଥିବାବେଳେ ବିଗତ ୧୨ ବର୍ଷରୁ କୋରକୋଣ୍ଡାର ପଞ୍ଚାୟତ ଷ୍ଟୋର ରୁମ ନିକଟରେ ଏକ ଘରେ ରହିବ ସହ ଦିନ ମଜୁରିଆ ହିସାବରେ କିଛି ହୋଟେଲରେ,ଘରେ ଘରେ ବାସନ ମାଜି ନିଜ ଗୁଜୁରାଣ କରିଆସୁଥିଲେ । ହେଲେ ବୃଦ୍ଧଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ କୋରକୋଣ୍ଡାର କମଳୁ ନାଗ(୩୮) ଓ ଖିଲଗୁଡାର ରାକେଶ ଢାଲି(୩୦) ନାମକ ଉଭୟଙ୍କ ମଧ୍ୟରେ ଜଣେ ବୃଦ୍ଧଙ୍କ ସହ ନୀତି ଫୋନରେ କଥା ହେଉଥିବା ଜଣାପଡିଥିଲା ।
ହେଲେ ୦୪/୧୨/୨୪ ରାତିରେ ରାତିରେ ବୃଦ୍ଧାଂକୁ ଫୋନ୍ କରି ଅଭିଯୁକ୍ତ ଦୁହେଁ ପମ୍ପ ହାଉସ ନିକଟକୁ ଡାକି ବଳପୂର୍ବକ ଗଣ ଦୁଷ୍କର୍ମ କରିବା ସମୟରେ ବୃଦ୍ଧା ପାଟି କରିବା ବେଳେ ପାଟି ଜୋରରେ ଦବେଇ ଦେବା ଫଳରେ ବୃଦ୍ଧଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ତାପରେ ପଞ୍ଚାୟତ ଷ୍ଟୋର ନିକଟରେ ବୃଦ୍ଧଙ୍କୁ ଫିଙ୍ଗି ଦେଇଥିଲେ ଅଭିଯୁକ୍ତ ଦୁହେଁ ବୋଲି ଏସଡିପିଓ ସଚିନ ପାଟିଲ୍‌ ସୂଚନା ଦେଇଥିଲେ ।
ଉକ୍ତ ଗଣ ଦୁଷ୍କର୍ମ ସହ ହତ୍ୟା ମାମଲାରେ ତଦନ୍ତ ଅଧିକାରୀ ଭାବେ କୋରକୋଣ୍ଡା ଥାନାର ବରପ୍ରାପ୍ତ ଥାନା ଅଧିକାରୀ ହିମାଂଶୁ ଶେଖର ବାରିକ ରହିଥିବା ବେଳେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦୁହିଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଏସ୍‌ଡିପି ସଚିନ ପାଟିଲ୍‌ ଉକ୍ତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *