କୋରାଇ ଅଂଚଳ ରେ ଜଳସଙ୍କଟ କୁନେଇ ଆନ୍ଦୋଳନ କରିବ ବିଜେପି
ଯାଜପୁର: କୋରାଇ ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମ ଗୁଡିକରେ ପିଇବାପାଣି ସଂକଟ ଦେଖାଦେଇଛି ଯାହାଫଳରେ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ବୈତରଣୀ ନଦୀ କୂଳ କୁ ଲାଗିଥିବା ପଂଚାୟତ ଯଥା ମୂଳାପାଳ, ଅମ୍ବତିଆ, ମକୁନ୍ଦପୁର, ଗୌରପୁର, ରଣପୁର ଓ ଅସଂଝର ଗ୍ରାମପଂଚାୟତ ରେ ଥିବା ଟ୍ୟୁବୱାଲ ଗୁଡିକ ଅଚଳ ହୋଇ ପଡିବା ଯୋଗୁ ପିଇବା ପାଣି ରେ ଘୋର ସଂକଟ ଦେଖାଦେବା ଦ୍ୱାରା ଜନଅଶୋତୋଷ ପରିଲକ୍ଷିତ ହୋଇଛିଏହାର ମୁଖ୍ୟ କାରଣ ବେଆଇନ୍ ବୈତରଣୀ ନଦୀ ରୁ ବାଲି ଉଠାଣ ଓ ରବି ଫସଲ (ଟାଇଚିନ) ଚାଷ କରିବା ଦ୍ୱାରା ଜଳ ସ୍ତର ନିମ୍ନ ଗାମୀ ଯାହା ଜିଲ୍ଲା ପ୍ରଶାସନ ଜାଣି ଅଜଣା । ସରକାର ଙ୍କ ଏହି ମେଗାପ୍ରୋଜେକଟ ଓ ଆର, ଡବଲ, ଏସ, ଏସ, ଅଧିକାରୀ ଙ୍କ ଦୁର୍ନୀତି ଖୋର ମନବୃତିଯୋଗୁ ସମ୍ପୂର୍ଣ ଏହାର ବିଫଳତାଯୋଗୁ ଏହାର ପ୍ରତିବାଦ ରେ କୋରାଇ ବ୍ଲକ ମୁକୁନ୍ଦପୁର ଗ୍ରାମ ପଞ୍ଚାୟତର ବିଜେପି ସଭାପତି ନିରାକାର ସାହୁ (ସନା)ଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ କୋରାଇ ମଣ୍ଡଳ ଅଧିକାରୀ ଅବନୀକାନ୍ତ ସାହୁ ଙ୍କ ଜରିଆରେ ଯାଜପୁର ଜିଲ୍ଲାପାଳ ଙ୍କୁ ଏକ ଦାବିପ୍ରଦାନ କରାଯାଇଛି ଯଦି ତୁରନ୍ତ ଏହାର ସମାଧାନ କରାନଯାଏ ବାଧ୍ୟ ହୋଇ ବ୍ଲକ ସମ୍ମୁଖ ରେ ଏହାର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ଗଣଧାରଣା ଚାଲୁରହିବ ବୋଲି ଚିଠିରେ ଉଲ୍ଲେଖ ଅଛି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର
