ଖମ୍ବେଶ୍ବରୀପାଲି ଇଷ୍ଟଦେବୀ ମା ମାହେଶ୍ୱରୀ ଙ୍କ ନବକଳେବର ପାଇଁ ଦାରୁ ବରଣ
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜ଼ିଲ୍ଲା ସୋନପୁର ବ୍ଲକ ବିଶିମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖମ୍ବେଶ୍ବରୀପାଲି ଗ୍ରାମକୁ ମା ମହେଶ୍ୱରୀଙ୍କ ନବକଳେବର ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା l ଏହି ଅବସରରେ ଆଜି ମନ୍ଦିର କୁ ଦାରୁ ଅଣାଯାଇଛି । କିଛିଦିନ ପୂର୍ବରୁ ମା ଙ୍କ ସଂକେତ ମିଳିଥିଲା ଯେ ତାଙ୍କୁ ନବକଳେବର କରାଯାଉ l ଏହାକୁ ନେଇ ମା ଙ୍କ ପାଇଁ ଦାରୁ ଖୋଜା ଗଲା ଏବଂ ଲିମ୍ବପାଲି (ଶଙ୍ଖଚୋଳ ) ଗ୍ରାମର ବିଦର୍ଶନ ଅଦାବର ଙ୍କ ଖେତ ରେ ପୂର୍ବ ରୁ ନିର୍ଦ୍ଧାରଣ କରାଯାଇଥିଲା ଏବଂ ପରେ ଗଛ କୁ ବରଣ କରାଯାଇ ପୂଜାର୍ଚ୍ଚନା କରାଯଇଥିଲା ।

ଆଜି ମା ଙ୍କ ପାଖରୁ ଅନୁମତି ନେଇ ନବକଳେବର ପାଇଁ ଏକ ଶୋଭାଯାତ୍ରା ରେ ବାହାରି ଲିମ୍ବପାଲି ଜଙ୍ଗଲରେ ପହଞ୍ଚିଥିଲେ l ସେଠାରେ ପହଞ୍ଚିବା ପରେ ଯଥା ରୀତିନୀତିରେ ପୂଜାର୍ଚ୍ଚନା କରି ଗଛକୁ କଟାଯାଇ ଦାରୁକୁ ଘଣ୍ଟ,ବାଜା ସହିତ ଖମ୍ବେଶ୍ବରୀପାଲି ଗ୍ରାମ କୁ ଏକ ବିଶାଳ ଶୋଭାଯାତ୍ରା ରେ ଅଣାଯାଇଥିଲା । ମା ଙ୍କ ଦାରୁ ଗ୍ରାମ ରେ ପହଞ୍ଚିବା ପରେ ସମସ୍ତ ଘରେ କଳସ ସ୍ଥାପନ କରି ସମସ୍ତ ଗ୍ରାମବାସୀ ଦାରୁ କୁ ସ୍ୱାଗତ କରିଥିଲେ। ଦୀର୍ଘ ୩୦୦ ବର୍ଷ ହେବ ମା ଙ୍କ ପ୍ରତିମା ପୂଜା ପାଇଆସୁଥିଲେ । ଏଥି ପାଇଁ ଗ୍ରାମ ଉତ୍ସବ ମୁଖର ହୋଇ ଉଠିଥିଲା।ଏହି ଶୋଭାଯାତ୍ରାରେ ମା ମାହେଶ୍ୱରୀ କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।ଆସନ୍ତା ଜୁଲାଇ ମାସରେ ମା ଙ୍କ ନବକଳେବର ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
