January 24, 2025
Home » ଗଛରୁ ମହିଳା ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପରରକ୍ରିୟା ପ୍ରିତି ରୁ ହତ୍ୟା ପରେ ଆତ୍ମହତ୍ୟା ରୂପ ଦିଆଯାଉଥିବା ଅଭିଯୋଗ ଆଣିଲେ ପରିବାର ଲୋକେ,ମୃତଦେହ ନିକଟରେ ରହିଛି ମୃତକ ଙ୍କ ଶିଶୁ

ଗଛରୁ ମହିଳା ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପରରକ୍ରିୟା ପ୍ରିତି ରୁ ହତ୍ୟା ପରେ ଆତ୍ମହତ୍ୟା ରୂପ ଦିଆଯାଉଥିବା ଅଭିଯୋଗ ଆଣିଲେ ପରିବାର ଲୋକେ,ମୃତଦେହ ନିକଟରେ ରହିଛି ମୃତକ ଙ୍କ ଶିଶୁ

0

କବିସୂର୍ଯ୍ୟନଗର ( ) : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡ଼ିଆପଲ୍ଲୀ କାକୁଡ଼ିଆ ନିକଟ ଚାଷ ଜମି ପାଖ ଏକ ଗଛରୁ ଜଣେ ମହିଳା ଙ୍କ ଝିଲନ୍ତା ମୃତଦେହ ଉଦ୍ଧାର ହୋଇଛି l ପରକ୍ରିୟା ପ୍ରିତି କୁ ନେଇ ମହିଳା ଙ୍କୁ ହତ୍ୟା ପରେ ଆତ୍ମହତ୍ୟା ରୂପ ଦିଆଯାଇଥିବା ଅଭିଯୋଗ ଆଣିଲେ ମୃତ ଙ୍କ ପରିବାର। ମୃତ ମହିଳା ଅର୍ଜୁନପଲ୍ଲୀ ଗ୍ରାମର ଭାଗ୍ୟଶ୍ରୀ ନାହାକ ହୋଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l ଆଜି ସକାଳୁ ଚାଷ ଜମିକୁ ଯାଇଥିବା ଲୋକାମନେ ଗୋଟିଏ ଶିଶୁ ର କାନ୍ଦିବାର ଶବ୍ଦ ଶୁଣିବାକୁ ପାଇଥିଲେ l ଶିଶୁଟି କେହୁଁଠି କାନ୍ଦୁଛି ଯାଇଦେଖିବା ବେଳକୁ ଭାଗ୍ୟଶ୍ରୀ ଙ୍କ ମୃତଦେହ ପାଖରେ ଶିଶୁଟି ବସି କାନ୍ଦୁଥିବା ଦେଖି ପୋଲିସ କୁ ଖବରଦେଇଥିଲେ ସ୍ଥାନୀୟ ଲୋକେ l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକ ଙ୍କ ମା ଲିଖିତ ଅଭିଯୋଗ ପରେ ମୃତଦେହ ଜବତକରି ତଦନ୍ତ ଚଳାଇଛି l ତେବେ କିଛି ବର୍ଷ ପୂର୍ବେ ଭାଗ୍ୟଶ୍ରୀ କୋଟିନଡା ଥାନା ଭେଟନଇ ଗ୍ରାମରେ ବାହାହୋଇଥିଲେ l ସ୍ୱାମୀ ବାହାର ରାଜ୍ୟରେ ରହୁଥିବା ବେଳେ ତାଙ୍କ ର ଦୁଇଟି ସନ୍ତାନ ରହିଛି l ଦୁଇଦିନ ତଳେ ସେ ଶାଶୁ ଘରୁ କେଉଁଆଡ଼େ ଚାଲିଯାଇ ଥିବା ବେଳେ ଆଜି ତାଙ୍କର ଉଦ୍ଧାର ହୋଇଛି । ତେବେ ସେ ପାଖରେ ଶିଶୁ ଟିକୁ ବସାଇ ଏଠାରେ କାହିଁକି ଆତ୍ମହତ୍ୟା କଲେ ତାହା ସନ୍ଦେହ ଘେର ରେ ରହିଛି l ଭାଗ୍ୟଶ୍ରୀ ଙ୍କ ସହ ସମ୍ପର୍କ ରେ ରହିଥିବା ବ୍ୟକ୍ତି ତାଙ୍କୁ ହତ୍ୟାକରୀ ଆତ୍ମହତ୍ୟା ର ରୂପ ଦେଇଥିବା ଅଭିଯୋଗ କରିଛନ୍ତି ମୃତକ ଙ୍କ ପରିବାର l ଅନ୍ୟପଟେ ଏନେଇ ପୋଲିସ ର ପ୍ରତିକ୍ରିୟା ମିଳିପାରିନାହିଁ

 

କବିସୂର୍ଯ୍ୟନଗର ଇପିଏ ରୁ ସରୋଜ ମିଶ୍ର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *

You may have missed