July 21, 2026
Home » ଗଞ୍ଜେଇ ମାଫିଆ ଙ୍କ ସହ ଲିଙ୍କ

ଗଞ୍ଜେଇ ମାଫିଆ ଙ୍କ ସହ ଲିଙ୍କ

0
WhatsApp Image 2026-07-21 at 11.24.35 AM

ପୋଲିସ ଇନ୍ସପେକ୍ଟର ସସ୍ମିତା ମଗର ନିଲମ୍ବିତ

ସୁବର୍ଣ୍ଣପୁର — ଗଞ୍ଜେଇ ମାଫିଆ ଙ୍କ ସହିତ ଲିଙ୍କ ରଖିବା ବୌଦ୍ଧ ଜିଲ୍ଲା ମନମୁଣ୍ଡା ର ପୂର୍ବତନ ଆଇ ଆଇ ସି ସସ୍ମିତା ମଗର ଙ୍କୁ ମହଙ୍ଗା ପଡିଛି l ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୋଲିସ ମହାନିର୍ଦ୍ଦେଶକ ସୋମବାର ଦିନ ତାଙ୍କୁ ନିଲମ୍ବନ କରିଛନ୍ତି l ଏହି ନିଲମ୍ବନ ଆଦେଶ ବଳବତ୍ତର ରହିବା ପର୍ଯ୍ୟନ୍ତ ସେ ଦକ୍ଷିଣାଞ୍ଚଳ ଆଇଜି ବ୍ରହ୍ମପୁର ଙ୍କ ଶୃଙ୍ଖଳାଗତ ନିୟନ୍ତ୍ରଣ ରେ ରହିବେ l ଆଇ ଆଇ ସି ଶ୍ରୀମତୀ ମଗର ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାଧିକାରୀ ଭାବରେ କାର୍ଯ୍ୟରତ ଥିବା ସମୟ ରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସୁବଳୟା ଥାନା ଅଞ୍ଚଳ ରୁ ଏକ ଗଞ୍ଜେଇ ବୋଝେଇ କଣ୍ଟେନର ଧରାପଡ଼ିଥିଲା l ପୋଲିସ ଗଞ୍ଜେଇ ଜବତ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା l ଗିରଫ ପରେ ତଦନ୍ତ ପାଇଁ ଅଭିଯୁକ୍ତ ଙ୍କୁ ଜେରା କରିବା ସହ ସେମାନଙ୍କ ମୋବାଇଲ ଫୋନ ଯାଞ୍ଚ କରାଯାଇଥିଲା l ଜଣେ ଅଭିଯୁକ୍ତ ର ହ୍ୱାଟ୍ସଆପ ଚାଟ ଦେଖିବାରୁ ସେଥିରେ ମନମୁଣ୍ଡା ଥାନାଧିକାରୀ ସସ୍ମିତା ଙ୍କ ସହିତ ବାର୍ତ୍ତାଳାପ ରହିଥିବା ଜଣାପଡିଥିଲା l ଏ ନେଇ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଙ୍କୁ ଚିଠି ମାଧ୍ୟମରେ ( ଚିଠି ନମ୍ବର 36/Con./17/3/2026) ଅବଗତ କରିଥିଲେ l ଏହାପରେ ଶ୍ରୀମତୀ ମଗର ଙ୍କୁ ବୌଦ୍ଧ ପୋଲିସ ମୁଖ୍ୟାଳୟ କୁ ବଦଳି କରାଯାଇଥିଲା l ଏଥିସହ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ତାଙ୍କୁ ଚିଠି (ନମ୍ବର 463/Con./04/04/2026 ) ଯୋଗେ କୈଫିୟତ ତଲବ କରିଥିଲେ l ଉକ୍ତ ଘଟଣା ରେ ପୋଲିସ ଡିଜି ଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା 2615/Pers./20/7/2026 ରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ଚାକିରୀ ରୁ ନିଲମ୍ବନ କରାଯାଇଛି l ସୂଚନା ଯୋଗ୍ୟ ଯେ,ବୌଦ୍ଧ ଜିଲ୍ଲା ଗଞ୍ଜେଇ ମାଫିଆ ଙ୍କ ଭୂସ୍ବର୍ଗ ପାଲଟିଛି l ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ପୋଲିସ ଗଞ୍ଜେଇ ଚାଷ, ଚୋରାଚାଲାଣ ରୋକିବାକୁ ତୃଣମୂଳସ୍ତରରେ ଲୋକଙ୍କୁ ସଚେତନ କରୁଛି l ହେଲେ ଅସାଧୁ ପୋଲିସ ଓ ଅବକାରୀ ବିଭାଗ ର କର୍ମଚାରୀ ମାଫିଆ ଙ୍କ ସହ ସମ୍ପର୍କ ରେ ରହୁଥିବାରୁ ବୌଦ୍ଧ ଜିଲ୍ଲା ରେ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ବନ୍ଦ ହେଉନାହିଁ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *