ଗଣତନ୍ତ୍ରରେ ଗଣମାଧ୍ୟମ ଅଧିକ ଶକ୍ତିଶାଳୀ

“ଦେଶ ବିଦେଶ’ର ଏକାଦଶ ବାର୍ଷିକ ଉତ୍ସବରେ ବକ୍ତାଙ୍କ ମତ
ଭାଷା ଭିତ୍ତିକ ରାଜ୍ୟ ଓଡିଶାରେ ଅଣଓଡିଆଙ୍କ ପ୍ରାଧାନ୍ୟ ବୃଦ୍ଧି ପାଇଛି। ରାଜ୍ୟର ସୀମା ମଧ୍ୟ ସଙ୍କୁଚିତ ହେବା ସହ ଭାଷା ମଧ୍ୟ ସଙ୍କୁଚିତ ହେଲାଣି। ବୌଦ୍ଧିକ ବିକାଶ ତଥା ଭାଷାର ପ୍ରଚାର ପ୍ରସାର ପାଇଁ ଯଦିଓ ପୁସ୍ତକ ମେଳା ସଂଖ୍ୟା ବୃଦ୍ଧି ପାଇଛି ତେବେ ପାଠକଙ୍କ ସଂଖ୍ୟା ହ୍ରାସ ପାଉଛି। ସେହିପରି ବହୁଳ ପ୍ରସାରିତ ଖବରକାଗଜ ଗୁଡିକ ସଂସ୍କରଣ ଯୋଗୁଁ ରାଜ୍ୟର କୋଣ ଅନୁକୋଣ ଖବର ଗୋଟିଏ ସ୍ଥାନରେ ଜାଣିବା ସମ୍ଭବ ହେଉନାହିଁ।
ଏ କ୍ଷେତ୍ରରେ କ୍ଷୁଦ୍ର ସମ୍ବାଦପତ୍ର ଗୁଡିକର ଗୁରୁତ୍ୱ ରହିଛି ଏବଂ ଓଡିଆଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ବୌଦ୍ଧିକ ବିକାଶରେ ସମ୍ବାଦପତ୍ରର ଅବଦାନକୁ ଅସ୍ୱୀକାର କରିହେବ ନାହିଁ ବୋଲି ସାପ୍ତାହିକ “ଦେଶବିଦେଶ’ଖବର କାଗଜର ଏକାଦଶତମ ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଶିଷ୍ଟ ରାଜନୈତିକ ବ୍ୟକ୍ତିତ୍ୱ ଶ୍ରୀ ପ୍ରଫୁଲ୍ଲ ଘଡାଇ ମତ ପ୍ରକାଶ କରିଛନ୍ତି।
ବିଶିଷ୍ଟ ସଂସ୍କୃତ ପ୍ରେମୀ ଶ୍ରୀ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଆଇଓୟୁଡବ୍ଲୁଜେ ସଂଗଠନର ସଭାପତି ଶ୍ରୀ ଭାଗବତ ପ୍ରସାଦ ତ୍ରିପାଠୀ, ପୂର୍ବତନ ବିଧାୟକ ଶ୍ରୀ ରଘୁନାଥ ସାହୁ, ଆଇଏଫ୍ଡବ୍ଲୁଜେ ଓଡିଶା ସଭାପତି ବିଭୂତି ଭୂଷଣ କର, ସୁବାର୍ତ୍ତାର ସଂପାଦକ ପ୍ରଦ୍ୟୁମ୍ନ ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବାବେଳେ ଆୟୋଜିତ ବାର୍ଷିକୋତ୍ସବରେ ସଂସ୍ଥାର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ କିଶୋର ମଙ୍ଗରାଜ ଅତିଥି ପରିଚୟ ପ୍ରଦାନ ଓ “ଦେଶ ବିଦେଶ’ ର ଯୁବ ସମ୍ପାଦକ ଦିବ୍ୟାଂଶୁ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଶିଷ୍ଟ ବାସ୍ତୁଶାସ୍ତ୍ରବିତ୍ ଡ . ମନୋଜ ଲେଙ୍କା, ବିଶିଷ୍ଟ ପ୍ରଶିକ୍ଷଣବି୍ ବିଜୟ କୁମାର ମହାନ୍ତି ଓ ୱେବ୍ଚ୍ୟାନେଲ ସାମ୍ବାଦିକ ଅକ୍ଷୟ ଚାନ୍ଦଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।