April 27, 2025
Home » ଗୁରୁଦିବସ ଅବସରରେ ରାୟାଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ ଏକ ସେମିନାର ଆୟୋଜିତ

ଗୁରୁଦିବସ ଅବସରରେ ରାୟାଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ ଏକ ସେମିନାର ଆୟୋଜିତ

0
WhatsApp Image 2024-09-05 at 7.52.05 PM

 

ସେପ୍ଟେମ୍ବର ୫,୨୦୨୪ (ଗୁରୁବାର) ରେ ଇତିହାସ ବିଭାଗ, ରାୟାଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଭାରତର ପୂର୍ବତନ ରାଷ୍ଟ୍ରପତି ଡ ସର୍ଭେପାଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନରେ ଶିକ୍ଷକ ଦିବସ ପାଳନ କରିଛି। ଏହି ଅବସରରେ “ଭାରତର ଶିକ୍ଷା ବ୍ୟବସ୍ଥାର ବିକାଶରେ ଡକ୍ଟର ସରପଲ୍ଲୀ ରାଧାକୃଷ୍ଣନଙ୍କ ଭୂମିକା” ଶୀର୍ଷକ ଏକ ସେମିନାର ଆୟୋଜନ କରାଯାଇଥିଲା। ଏହି ଅବସରରେ ମହାବିଦ୍ୟାଳୟର ପ୍ରିନ୍ସପାଲ ଡ. ବବିଲତା ଶ୍ରଫ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଇତିହାସ ବିଭାଗର ଅଧ୍ୟାପକ ସତୀଶ କୁମାର ଦାସ ଉପରୋକ୍ତ ବିଷୟ ଉପରେ ଏକ ବକ୍ତୃତା ପ୍ରଦାନ କରିଥିଲେ। ଏହା ବ୍ୟତୀତ ତୃତୀୟ ଓ ପଞ୍ଚମ ସେମ ର ସ୍ନାତକ ବିଦ୍ୟାର୍ଥି ଏବଂ ସ୍ନାତକୋତର ( ପିଜି) ୨ୟ ବର୍ଷର ଛାତ୍ରମାନେ ମଧ୍ୟ ଶିକ୍ଷକ ଦିବସର ବିଷୟବସ୍ତୁ ତଥା ସେମିନାର ଉପରେ ନିଜର ବକ୍ତୃତା ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟ ଅପରାହ୍ନ ୧୨.୩୦ ସମୟରେ ଆରମ୍ଭ ହୋଇ ଅପରାହ୍ନ ୨.୩୦ ସମୟରେ ଶେଷ ହୋଇଥିଲା। ପରିଶେଷରେ ରାୟାଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପିକା ଶ୍ରୀମତୀ ଦମୟନ୍ତୀ ବାଗ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ: ରାୟଗଡ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *