February 12, 2025
Home » ଗୁଲୁମୁଣ୍ଡାରେ ବ୍ଲକ ଅଧ୍ୟକ୍ଷଙ୍କ ଦ୍ଵାରା ଷ୍ଟବେରୀ ଚାଷ ଉଦ୍ଘାଟିତ

ଗୁଲୁମୁଣ୍ଡାରେ ବ୍ଲକ ଅଧ୍ୟକ୍ଷଙ୍କ ଦ୍ଵାରା ଷ୍ଟବେରୀ ଚାଷ ଉଦ୍ଘାଟିତ

0

 

 

ରାମନାଗୁଡା: ପାରମ୍ପାରିକ ଚାଷ ଧାନ,କପା ,ପନିପରିବା ସହ କିଛି ଅର୍ଥକାରୀ ଫସଲ ଚାଷ କରିବାର ପ୍ରୟାସ ନେଇ ରାୟଗଡା ଜିଲ୍ଲା ରାମନାଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଷ୍ଟ୍ରବେରୀ ଚାଷ ଆରମ୍ଭ ହୋଇଛି,
ଏହି ବର୍ଷ ରାୟଗଡ ଜିଲ୍ଲାରେ ପୁଣି ଥରେ ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ଗୁଲୁମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ପଣସଗୁଡ଼ାରେ ଆରମ୍ଭ ହୋଇଛି। ଓଡ଼ିଶା ଜୀବିକା ମିଶନ ଓ ଉଦ୍ୟାନ ବିଭାଗ ର ମିଳିତ ପ୍ରୟାସ ରେ ଏହି ଷ୍ଟ୍ରବେରୀ ଚାଷ ଆରମ୍ଭ ହୋଇଛି। ଉନ୍ନତ ଜ୍ଞାନ କୌଶଳ ଯଥା ବୁନ୍ଦା ଜଳସେଚନ ,ମଲ୍ଚିଂ ବ୍ୟବହାର କରି ଏହି ଷ୍ଟ୍ରବେରୀ ଚାଷ କରାଯାଉଛି।

ପଣସଗୁଡ଼ା ନିକଟରେ ଷ୍ଟ୍ରବେରୀ ଚାଷ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ ଓ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ରାୟଗଡ଼ ନିହାର ରଞ୍ଜନ କହଁର ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷା ଜାନକୀ ନିମାଲା, ଗୁଲୁମୁଣ୍ଡା ସରପଞ୍ଚ ବିକ୍ରମ ଶବର,ସମିତି ସଭ୍ୟ ସୁରେନ୍ଦ୍ର ମାଣ୍ଡାଙ୍ଗି, ସୁଣ୍ଡିଧାମୁଣି ସମିତିସଭ୍ୟ କମଳ ମୁଟିକା, କୁଜେନ୍ଦ୍ରୀ ସମିତି ସଭ୍ୟା ଲଷ୍ମୀପ୍ରିୟା ମାଣ୍ଡାଙ୍ଗି,ନିଲାମଗୁଡ଼ା ସମିତି ସଭ୍ୟା ଭାରତୀ ପାତିକା,ଗୋସେଇଁ ଗୁଲୁମୁଣ୍ଡା ସମିତି ସଭ୍ୟା ସୁଷମା ଗୁରୁ,ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଜଗନ୍ନାଥ ବିନ୍ଧାଣି,ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର, ରାକେଶ ମିଶ୍ର,ବିପିଏମ୍ ଜସ୍ମିନ ମୁଟିକା ,ଉଦ୍ୟାନ ବିଭାଗ ର ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଅତିଥି ଏହି ଚାଷ କିଭଳି ସଫଳ ହେବ ସେ ନେଇ ମତ ରଖିଥିଲେ।ରାମନାଗୁଡ଼ା ବ୍ଲକ ପାଲୁପାଇ, ରୁଗୁଡୁବାଇ ଓ ଜିଞ୍ଜିରିବାଡି ରେ ମଧ୍ୟ ମୋଟ ୨.୫ଏକର ଷ୍ଟ୍ରବେରୀ ଚାଷ ହେବା ନେଇ ବ୍ଲକ ପ୍ରଶାସନ ସୂଚନା ଦେଇଛି।ସୂଚନା ଯୋଗ୍ୟ ଯେ ଉଦ୍ୟାନ ବିଭାଗ ତରଫରୁ ରାଜ୍ୟ ଯୋଜନା ଅନ୍ତର୍ଗତ ସ୍ଵତନ୍ତ୍ର ଫଳ ଚାଷ ମିଶନ ରେ ଷ୍ଟ୍ରବେରି ଚାରା ଯୋଗାଇ ଦିଆଯିବା ସହ ବୁନ୍ଦା ଜଳସେଚନ ଓ ମଲ୍ଚିଂ ନିମନ୍ତେ ସରକାରୀ ସହାୟତା ଯୋଗାଇ ଦିଆଯିବ।ଏହି ଚାରା ରୋପଣ କାର୍ଯ୍ୟକ୍ରମ ରେ ମିଶନ ଶକ୍ତି ର ଏମ୍ବିକେ ରାଜେଶ୍ୱରୀ ମିଣିକା, ସୁରମ୍ୟା ବଡ଼ରଇତ ଙ୍କ ସମେତ ସମସ୍ତ ସିଆରପି,ପଞ୍ଚାୟତ ନିର୍ବାହୀ ଅଧିକାରୀ ଜୟନ୍ତୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ରାମନାଗୁଡା ବ୍ଳକ ରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି।

Leave a Reply

Your email address will not be published. Required fields are marked *