June 13, 2025
Home » ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ କୋର୍ଟ ଚାଲାଣ।

ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ କୋର୍ଟ ଚାଲାଣ।

0
bidya

 

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବିଡିଓ ଅକ୍ଷମିତା କାର୍ତ୍ତିକ ୪ ଲକ୍ଷ ୯୨ହଜାର ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିବା ପରେ ଶୁକ୍ରବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏ ସଂପର୍କରେ ଭିଜିଲାନ୍ସ ଏସପି ପ୍ରଦ୍ୟୁମ୍ନ ଦ୍ବିବେଦୀ ଭବାନୀପାଟଣାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,ବିଡିଓ ଅକ୍ଷୟ ମିତା କାର୍ତ୍ତିକ ଭବାନୀପାଟଣା ପଟୁ ଗୋଲାମୁଣ୍ଡା ଯାଉଥିବା ବେଳେ ପୂର୍ବଯୋଜନା ମୁତାବକ ଜାରିଙ୍ଗ ଛକ ନିକଟରେ ଗାଡ଼ିକୁ ଅଟକାଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ବିଡିଓଙ୍କ ବଲେରୋ (ଓଡି ୦୨ସିଏଚ୍ ୨୪୨୪)ର ସାମ୍ନା ଦରଜାରୁ ୪ଲକ୍ଷ ୯୨ ହଜାର ଟଙ୍କା ମିଳିଥିଲା।

ଏହି ଗାଡ଼ିରେ ବିଡିଓଙ୍କ ସହ ଥିବା ଏପିଓ କ୍ଷେତ୍ରମୋହନ ମାଝୀ, ବ୍ଲକ ପ୍ରୋଗ୍ରାମ କୋର୍ଡିନେଟର ମଧୁସୂଦନ ସାହୁଙ୍କୁ ମଧ୍ୟ ଭିଜିଲାନ୍ସ ବିଭାଗ ଅଟକ ରଖିଥିଲେ। ଏହି କେସ୍‌ରେ ସେମାନଙ୍କ କୌଣସି ସମ୍ପୃକ୍ତି ନ ଥିବାରୁ ଭିଜିଲାନ୍ସ ପକ୍ଷରୁ ସେମାନଙ୍କୁ ଛାଡ଼ି ଦିଆଯାଇଛି। ସେହିଭଳି ଅକ୍ଷମିତାଙ୍କ ପୈତୃକଘର କୋରାପୁଟ, ଭୁବନେଶ୍ବର,ରାୟଗଡ଼ା ଏବଂ ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ, ଆବାସିକ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଛି। ଅନ୍ୟପଟେ ନବରଙ୍ଗପୁର ସ୍ଥିତ ନିର୍ମାଣାଧୀନ ଘରେ ମଧ୍ୟ ଚଢ଼ଉ ଜାରି ବେଳେ କୋରାପୁଟ ସ୍ଥିତ ପୈତୃକ ଘରରେ ତାଲା ପଡ଼ିଥିବା ହେତୁ ଚଢ଼ଉ ହୋଇ ପାରିନାହିଁ । ବିଡିଓ ଜବତ ଟଙ୍କାର କୌଣସି ଉତ୍ତର ଦେଇ ନ ପାରିଥିବାରୁ କୋରାପୁଟ ଭିଜିଲାନ୍ସ ଡିଭିଜନ୍ କେସ ନମ୍ବର ୧୪/୨୦୨୪ରେ ଗିରଫ ପରେ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଭିଜିଲାନ୍ସ ଏସ୍‌ପି ଶ୍ରୀ ଦ୍ବିବେଦୀ ସୂଚନା ଦେଇଛନ୍ତି।

 

କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *